୧୯୮୮ ବ୍ୟାଚର୍ ଆଇପିଏସ୍ ଅଫିସର୍ ମନୋଜ ଛାବ୍ରା ଚଳିତ ମାସରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ନାଁ ବିଚାରକୁ ନିଆଯିବ ନାହିଁ ବୋଲି କୁହଯାଉଛି।
ଛାତିକୁ ପଥର କରି ସେଇ ବନ୍ୟା ପାଣିରେ ପଶି, ବିପଦ ଆଁରୁ ବିପନ୍ନଙ୍କୁ ଟାଣି ଆଣୁଛନ୍ତି ସେନାର ସିପାହୀ ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ଚିନ୍ତା ନଦୀ ପାର୍ ହୋଇ ଯା’ ଆସ କରିବା । ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏଠାକାର ବାସିନ୍ଦା ନଦୀ ପାର୍ ହୁଅନ୍ତି ।
ସାତ ଜନ୍ମର ସାଥ୍ ଦେବାକୁ ଶପଥ ନେଇଥିଲା ସ୍ୱାମୀ । ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲା । ଥକିବା ଯାଏ ବାଟ ଚାଲିବାକୁ କଥା ବି ଦେଇଥିଲା । ହେଲେ ନା କଥା ରଖିଲା ନା ବାଟ ଚାଲିଲା….
ରାସ୍ତା କଡ଼ରେ ଚଷମା ବିକି ପରିବାର ଚଳାଉଥିବା ଏହି ବ୍ୟକ୍ତି ବାଲିଗୁଡ଼ାର ପ୍ରିୟ ମଣିଷ । ନାଁ ତାଙ୍କର ଲିୟାକତ ଅଲ୍ଲୀ ବୟସ ୭୦ରୁ ଅଧିକ । କାହିଁକି ସେ ବାଲିଗୁଡ଼ାର ପ୍ରିୟ ମଣିଷ ଭାବେ ପରିଚିତ ?
ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ ନିଶାକୁ ନା । ଗାନ୍ଧି ଜୟନ୍ତୀରେ ଗ୍ରାମବାସୀ ନେଲେ ମହାନ ପଦକ୍ଷେପ। ନିଜେ ନିଶା ଛାଡ଼ିବା ସହ ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ । ନିଶାଠୁ ଦୂରେଇ ରହିବା ଏକ ସୁନ୍ଦର ଦେଶ ଗଢ଼ିବା। ଏହି ଉଦ୍ଦେଶ୍ୟ ନେଇ ନିଜକୁ ନିଶାମୁକ୍ତ ଗ୍ରାମ ଭାବେ ଘୋଷଣା କରିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଡ଼ିପୁଟ ଗାଁ...
ଆଧୁନିକତାର ସ୍ପର୍ଶରେ ହଜି ଯିବାକୁ ବସିଛି ନୂଆପଡ଼ାର ସ୍ୱତନ୍ତ୍ର ଓ ନିଆରା ଲୋକକଳା ରାମକାଠି ନୃତ୍ୟ
୨୦ ହଜାର ଟଙ୍କା ଦେଲେ ମିଳିବ ଆବାସ ଗୃହ । ଟଙ୍କା ନଦେଲେ ତାଲିକାରୁ କାଟି ଦିଆଯିବ ନାମ । ଜଣେ କି ଦୁଇଜଣ ନୁହେଁ ବରଂ ମାଳ ମାଳ ଅଭିଯୋଗ । ସରକାରଙ୍କ ଯୋଜନା ଏଠି ବାଟ ମାରଣା ହୋଇପଡ଼ିଛି …
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ।
ସେପ୍ଟେମ୍ବର ୫ । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଟାଇଁସି ସଂରକ୍ଷିତ ଜଙ୍ଗଲରୁ ମିଳିଲା ୨ ହାତୀଙ୍କ ମୃତଦେହ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ସହ ଛୁଆ ମାଈ ହାତୀର ମୃତ୍ୟୁ ଘଟିଥିଲା । ସେପ୍ଟେମ୍ବର ୨୧ । ହାତୀ ମୃତ୍ୟୁ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆଠଗଡ଼ ନରସିଂହପୁର ଜଙ୍ଗଲରୁ ଉଦ୍ଧାର ହେଲା ଆଉ ଏକ ଦନ୍ତା ହାତୀର ଶବ ।
ମା’ ଚର୍ଚ୍ଚିକା ବଞ୍ଚେଇ ଦେଲେ । ନହେଲେ କଣ ଯେ ହେଇଥାନ୍ତା । ପୁଣି ଗୋଟେ ବଡ଼ ବ୍ରିଜ୍ ଟ୍ରାଜେଡି, ଓଡ଼ିଶା ଖାତାରେ ପଡ଼ିଥାନ୍ତା । ତଳେ ଭରାପାଣି ଚାଲୁଛି, ପୋଲରେ ବସ୍ ଲଟକିଛି, ଚକ ଗୋଟେ ଦୋଳି ପରି ଝୁଲୁଛି ।
ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ଓ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଜାଣିବାକୁ ଓବିସି ସର୍ଭେ ଲାଗି ବହୁ ବାଦ ବିବାଦ ପରେ ଚଳିତ ବର୍ଷ ଆରମ୍ଭରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ସର୍ଭେରେ ରାଜ୍ୟର ମୋଟ ୨୧୦ଟି ଜାତିର ଲୋକଙ୍କୁ ସାମିଲ କରାଯାଇ, ସେମାନଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି ।
କୋଇଲା ମାଫିଆଙ୍କ ମୋହରା ସାଜିଛନ୍ତି କୋମଳମତି ଛାତ୍ରଛାତ୍ରୀ.. ସ୍କୁଲ ବ୍ୟାଗ ପାଲଟିଛି ଏବେ କୋଇଲା ବସ୍ତା.. କିନ୍ତୁ ଏହି କଳା ହୀରା ରାକେଟକୁ ନେଇ ପୋଲିସର ହାତ ବନ୍ଧା..
ଦୀପ ତଳ ଅନ୍ଧାର ଭଳି ଖୋଦ୍ ସରକାରୀ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା.. ରୋଗୀଙ୍କ ଜୀବନକୁ ନେଇ ଯେମିତି ବୁଝାମଣା ହୋଇଯାଇଛି..କାହାର ତର ନାହିଁ.. ଭଗବାନ ନ କରନ୍ତୁ ଯଦି କାଲି ଅଗ୍ନିକାଣ୍ଡ ଘଟେ ତାହେଲେ କିଏ ରହିବ ଉତ୍ତରଦାୟୀ ? ନିଆଁ ଲାଗିଲା ପରେ ଚେତା ପଶିବ କି !
ଯଦି ମାଳତୀ ସରକାରୀ ଯୋଜନାରେ ଆବାସ ପାଇବା ପାଇଁ ଅଯୋଗ୍ୟ ତେବେ ତାଙ୍କ ଆକାଉଣ୍ଟକୁ ୪୦ହଜାର ଟଙ୍କା ଆସିଲା କେମିତି ! ତାଙ୍କ ଆକାଉଣ୍ଟ ଓ ଆଧାର ନମ୍ବର ବ୍ଲକ ପ୍ରଶାସନ ପାଇଲେ କେମିତି !
ମୋନିକା ଯେତେବେଳେ ୨୦୨୦ରେ ଦିଲ୍ଲୀ ପୋଲିସରୁ ଇସ୍ତଫା ଦେଇ ମୁଖାର୍ଜୀ ନଗରରେ UPSC ତୟାରି ଆରମ୍ଭ କଲେ, ସେତେବେଳେ ବି ତାଙ୍କ ଉପରେ ଥିଲା ସୁରେନ୍ଦ୍ରର ୨୪ ଘଣ୍ଟିଆ ପାପ ନଜର ।
ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ୧୨ ତାରିଖରେ ବିଧାୟକ ସୌମ୍ୟରଞ୍ଜନଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଆଉ ଏହାର ୯ ଦିନ ପରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ ।
ଦୁଇ ଦିନ କାଳ ଲାଇନ୍ କଲବଲ କରିଥିଲା । ଆଉ ଲାଇନ୍ ଆସିବା ପରେ କାଲି ସନ୍ଧ୍ୟାରୁ ସାରା ରାତି ପାଣି ପାଇଁ ଦହଗଞ୍ଜ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ମେଡିକାଲର ଘୋଷା ଚାଲିଥିବା ଏସସିବିରେ ଯେମିତି ରୋଗୀଙ୍କ ଦୁର୍ଦ୍ଦଶା ଦେଖିବାକୁ କି ଶୁଣିବାକୁ କେହି ନାହିଁ ।
ଜବାବରେ ବିଜେପି କହିଛି ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ସେ ଜନ ବିରୋଧୀ ହେଇନଥିଲେ ଜଣେ ଆଇଏଏସ୍ ଅଫିସରଙ୍କୁ ସରକାର ଚଳାଇବାକୁ ଲିଜ୍ରେ ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।
ସାରା ରାଉରକେଲାରେ ସୃଷ୍ଟି ହୋଇଛି ହଇଚଇ । ASI ଆଲିଶାଙ୍କୁ ହତ୍ୟା ଅଭିଯୋଗ ପରେ ମାମଲା ରୁଜୁ ।
ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ବାବୁ ବି ଟୁରରେ ସାମିଲ । ରାଜ୍ୟ ତହବିଲରୁ ଖର୍ଚ୍ଚକୁ ନେଇ ଉଠିଲା ଆପତ୍ତି ।
କେମିତି ଖେଳକୁଦ ବୟସରେ ମେଡିକାଲ୍ ବେଡ୍ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ଏହି ୫ ବର୍ଷର କୁନି ଝିଅ । ଯନ୍ତ୍ରଣା ଏତେ ଯେ କାନ୍ଦି ପକାଉଛି । ତା କଷ୍ଟ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ । ଝିଅର ଉପଯୁକ୍ତ ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ବାପାମାଆ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।
କେମିତି ବା ସହିପାରନ୍ତା..ସେ ସିନା ଅନ୍ତ ଫାଡ଼ି ଜନ୍ମ ଦେଇନି..ହେଲେ ସେ ପରା ମାଆ..ଜୀବନରେ କେତେ ଝଡ଼ ଆସିଛି ସେସବୁକୁ ମୁଣ୍ଡପାତି ସହି ତାକୁ ବଡ଼ କରିଛି । ଯେଉଁଥିପାଇଁ ଆଜି ଗୋଟିଏ ମାଆର ପ୍ରାଣ କାନ୍ଦୁଛି । ଏମିତିକି ନିଜ ଜୀବନ ବଦଳରେ ତାକୁ ବଞ୍ଚାଇଦେବାକୁ ନେହୁରା ହେଉଛି ମାଆଟିଏ ।
ଗାଁ ଦାଣ୍ଡରେ ବାଣ ଫୁଟୁଛି । ହୁଳହୁଳି ପଡ଼ୁଛି । ଗାଁ ଝିଅକୁ କରାଯାଉଛି ସ୍ୱାଗତ । କାରଣ ଗାଁର ସେହି କୁନି ଝିଅ ଖୋଖୋରେ ପ୍ରତିନିଧିତ୍ୱ କରି ଜାତୀୟ ସ୍ତରରେ ପାଇଛନ୍ତି ସଫଳତା । ଯେଉଁଥିପାଇଁ ଗାଁରେ ସୃଷ୍ଟି ହୋଇଛି ଖୁସିର ମାହୋଲ ।
ଆଜି ସେହିଦିନ, ଯେଉଁଦିନ ଜନ୍ମ ନେଇଥିଲେ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ‘ମହାତ୍ମା ଗାନ୍ଧୀ’। ଅକ୍ଟୋବର ୨ ତାରିଖ ଆଜିର ଦିନକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରୁଛି ସାରା ଦେଶ। ଏହି ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଟିଭିର AI ଆଙ୍କର ଲିସା। ଆଉ ଗାନ୍ଧୀଜୀଙ୍କ ବିଷୟରେ କହିଲେ, କିଛି ଜଣା ଅଜଣା କଥା..