କାନାଡା-ଭାରତ ବିବାଦ ଭିତରେ, ଆମେରିକାର ଏଣ୍ଟ୍ରିକୁ ନେଇ କେଁ । ଏଣ୍ଟ୍ର ତ ମାରିଛି ହେଲେ ଆପଣାଉଛି ଦୋ ମୁହାଁ ନୀତି । ଭାରତ ସହ ଖେଳୁଛି ‘ଡବଲ୍ ଗେମ୍’ । ନିଜ୍ଜର ହତ୍ୟାକାଣ୍ଡ ମାମଲାରେ କାନାଡାକୁ ଦେଇଥିଲା ଗୁପ୍ତ ତଥ୍ୟ !
ଇଣ୍ଟରନେଟ୍ ଅଭାବରୁ ଠପ୍ ହୋଇପଡ଼ିଛି ବ୍ୟାଙ୍କ ସେବା । ଲିଙ୍କ୍ ନଥିବାରୁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ୬ ପଞ୍ଚାୟତର ହଜାର ହଜାର ଜମାକାରୀ । ବଢ଼ୁଛି ଜନ ଅସନ୍ତୋଷ ।
ରାସ୍ତାର ଦୁଇ ଧାଡ଼ିରେ କିଆ ବଣ.. .ଆଉ ରାସ୍ତା ଉପରେ ମହମହ ବାସୁଥିବା କିଆଫୁଲର ବଜାର । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ୍ ଓ ଚିକିଟିର ଜୁଆଡ଼େ ଯିବେ ଆଖିକୁ ଦିଶିଯିବ ଏମିତି କିଆ ବଣ । କିଛି ଆପେ ଉଠିଥାଏ, କିଛି ଚାଷ ହୁଏ ।
ମାସେ କି ବର୍ଷେ ନୁହେଁ, ଦୀର୍ଘ ୯ ବର୍ଷ ପରେ ଚିଟଫଣ୍ଡ ମହା ଘୋଟାଲାରେ ହୋଇଛି ଚାର୍ଜଫ୍ରେମ୍ । ୫ଶହ କୋଟିର ସିସୋର ଚିଟଫଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି ସିବିଆଇ କୋର୍ଟରେ ।
୨୩ ବର୍ଷର ଲମ୍ୱା ଶାସନ ବିରୋଧରେ ତେଜୁଛି ଅସନ୍ତୋଷ । ଅଧିକାର ପାଇବାକୁ ବଢୁଛି ଆନ୍ଦୋଳନ । ନିର୍ବାଚନୀ ବର୍ଷରେ ବିଜେଡି ପାଇଁ ଶୁଣ ସରକାରର ଆହ୍ୱାନ । ଲମ୍ୱା ସମୟ ଧରି ଦାବି ପୂରଣ ନହେବାରୁ ଏବେ ଏ ଲଢେଇ ଅଧିକାରଠୁ ଅଧିକା ଅଭିମାନର । ଯାହାକୁ ନେଇ ନିର୍ବାଚନୀ ବର୍ଷରେ ଅଡୁଆରେ ସରକାର ।
ବିଜେଡି-ବିଜେପି ଏପରି ତୁତୁ ମେମେ ମଧ୍ୟରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି କଂଗ୍ରେସରୁ ନିରଂଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ । ଏମାନଙ୍କ ବାଦ୍ ଆଉ କେହି ତାଙ୍କୁ ଦେଖାଯାଉନାହାନ୍ତି ବୋଲି କହି ଏକ ପ୍ରକାର କଟାକ୍ଷ କରିଛନ୍ତି ତାରା ।
ଶିବାଜୀ ଶୁଣିପାରନ୍ତିନି କି କହିପାରନ୍ତିନି । ତେବେ ଏକାଠି ଦୀର୍ଘ ବର୍ଷ କାମ କରିବା ଭିତରେ ଆଖିରେ ଆଖି ମିଶିଲା, ଆଉ ମନ ସହ ମନ । ୨୦୧୬ରେ ବିଦେଶର ମୋହ ତୁଟାଇ ନିଜ ଜନ୍ମମାଟିକୁ ଫେରିଆସିଲେ ଶିବାଜୀ ।
ଦୁର୍ନୀତି ଦୂର ପାଇଁ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ମୁଁ ଦୁର୍ନୀତି ହଟାଇବାକୁ ପ୍ରାଥମିକତା ଦେଇଥିଲି ଏବଂ ଏବେବି ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଛି ।
ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି ।
ସ୍କୁଲ ପରିସରରେ ମେଞ୍ଚା ମେଞ୍ଚା ମଦ ବୋତଲ । ପୁଣି ମାତାଲ୍ ଅବସ୍ଥାରେ ସ୍କୁଲ ଆସୁଛନ୍ତି ପ୍ରଧାନ ଶିକ୍ଷକ..କିଛି ପଚାରିଲା ବେଳକୁ ଆବୁଲତାବୁଲ ଗପୁଛନ୍ତି । ଚିହ୍ନିରଖନ୍ତୁ ସେହି ସାର୍ଙ୍କୁ
ଦିନେ ଟ୍ରଲି ଚଳାଇଲେ ଘର ଚଳୁଥିଲା, ପରିବାର ମୁହଁରେ ଆହାର ଦେଉଥିଲେ । ହଠାତ୍ ଦିନେ ଆଖିକୁ ଆଉ ଦିଶିଲାନି । ଆଉ ଟ୍ରଲି ଚଳାଇ ପାରିଲେନି କି କାମଧନ୍ଦା କରିପାରିଲେ ନାହିଁ...ଏବେ ଅଣ୍ଡାଳି ଅଣ୍ଡାଳି ବାଟ ଚାଲିବାକୁ ସେ ବାଧ୍ୟ ହେଉଛନ୍ତି । ଯେଉଁ ପୁଅକୁ ଆସରା କରି ଜୀବନ କାଟୁଥିଲେ ସିଏ ବି ଆଖିର ଜ୍ୟୋତି ହରାଇଲା । ଦୁଃଖ ୟାଙ୍କର ଯେମିତି ଭାଗ୍ୟରେ ଲେଖା
ଭୁବନେଶ୍ୱରଠୁ ବାଲେଶ୍ୱର..କଟକରୁ-ଯାଜପୁର..ରାଉରକେଲାରୁ ସୁନ୍ଦରଗଡ଼..ସବୁଠି ପୁଷ୍କରା ଦେଖିବାକୁ ଲୋକଙ୍କର ଲାଗୁଛି ଭିଡ଼ । ଲିଡ୍ ରୋଲ୍ରେ ଅଛନ୍ତି ସବ୍ୟସାଚୀ
ନଗରପାଳିକାଙ୍କ ଦାୟିତ୍ୱରେ ଅଛନ୍ତି । ହେଲେ ସମାଜସେବା ପାଇଁ ପ୍ରଶଂସା ସାଉଁଟୁଛନ୍ତି । ଅଭିଯୋଗ ପାଇବା ମାତ୍ରେ ସମାଧାନ କରିବା ଲାଗି ବଢାଉଛନ୍ତି ହାତ । ଲୋକେ କହୁଛନ୍ତି ଏମିତି ନେତ୍ରୀ ଥିଲେ ହେବନି କିଛି ଅସୁବିଧା
କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି ।
ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ । ତେବେ ଏଇଠି କଥା ସରିନି । ସମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆଜି ପୁଣି ବର୍ଷା ଛାଡ଼ିଛନ୍ତି ଏକ ବିରାଟ ବିବୃତି । ତେବେ ସଂକ୍ଷେପରେ କହିଲେ, ବର୍ଷା ଲେଖିଛନ୍ତି- ଦୀର୍ଘ ୩ ବର୍ଷର ଲଢ଼େଇ ଓ ମାନସିକ ଯନ୍ତ୍ରଣା ପରେ, ଶେଷରେ ସତ୍ୟର ଜୟ ହେଲା । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ବାରା ଖାରଜ ହୋଇ ସଫଳ ହୁଏ ନାହିଁ ।
ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ ।
ଏମିତିକି ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ବଲାଙ୍ଗୀର ସଦର ବ୍ଲକ୍ ଦୁଆନପାଲିର ଜଣେ ଚାଷୀ ବାସୁଦେବ ସିଂଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭାରପ୍ରାପ୍ତ CDMO କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ ସ୍କ୍ରବ ଟାଇଫସରେ କାହାରି ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି ।
ବିଜେପି ଫୋକସରେ ମହିଳା ଭୋଟ୍ । ମହିଳା ସଂରକ୍ଷଣ ବିଲ୍ କୁ ନେଇ ବଡ଼ କ୍ୟାମ୍ପେନ୍ କରିବାକୁ ଯୋଜନା । ବିଜେଡିର ଗ୍ରାମାଞ୍ଚଳ ମହିଳା ଭୋଟ୍ ଭାଙ୍ଗିବାରେ ସହାୟକ ହେବ କି ଷ୍ଟ୍ରାଟେଜି ? ୨୪ ନିର୍ବାଚନରେ ୩୩ ପ୍ରତିଶତ ସିଟରେ ମହିଳାଙ୍କୁ ଟିକଟ୍ ଦେବେ କି ବିଜେପି-ବିଜେଡି ? ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେବା ପରେ ଚାରିଆଡେ ବିଜେପିର ସେଲିବ୍ରେସନ୍ ।
ଆଜି ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨୮ ହଜାର ୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କା ଆଗତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୪୦୮୩କୋଟି, ଜଳସମ୍ପଦ ପାଇଁ ୨୪୦୭ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୮୮୨କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ସରକାରଙ୍କ ଆଗରେ ଦାବି ଦୋହରାଇଛନ୍ତି ଅଙ୍ଗନୱାଡି କର୍ମୀ । ତୁରନ୍ତ ସରକାରୀ ମାନ୍ୟତା ସହ ମଜୁରୀ ପ୍ରଦାନ, ମାନ୍ୟତା ମିଳିବା ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୧୮ ହଜାର ଏବଂ ସହାୟିକାକୁ ୯ ହଜାର ଟଙ୍କା ବେତନ ଦାବି ହୋଇଛି ।
ମଲା ପୁଅ ବଞ୍ଚିବ, ପୁଣି ସଚଳ ହେବ ନିଶ୍ଚଳ ଶରୀର । ଗୁଣିଆର ପୂଜାପାଠ ଓ ତନ୍ତ୍ରମନ୍ତ୍ର ଭିତରେ ସବୁ ଠିକ୍ ଠାକ୍ ହୋଇଯିବ । ଏଇ ଭରସା ଓ ବିଶ୍ୱାସରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ ।
ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡୀଖୋଲରୁ ଡୁବୁରୀ ଯାଏଁ ଏନଏଚ୍ ନମ୍ବର ୫୩ । ଉଭୟ ରାସ୍ତାରେ ଗଲେ ଭୋଗିବାକୁ ପଡ଼ିବ ସମାନ ଦଶା । ରାସ୍ତା ତ ନୁହେଁ, ସତେ ଯେମିତି ମରଣ ଯନ୍ତା । ପ୍ରତି ମୁହୂର୍ତ୍ତରେ ଧନ-ଜୀବନ ହାନୀର ଆଶଙ୍କା ।
କେନ୍ଦ୍ରର ମହିଳା ସଂରକ୍ଷଣ ବିଲକୁ କାଉଣ୍ଟର ପାଇଁ ବିଜେଡି ମହିଳା କାର୍ଡ ଖେଳି ସ୍ୱାଧୀନୋତ୍ତର ଓଡ଼ିଶାରେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିଛି ପ୍ରମିଳା ମଲ୍ଲିକଙ୍କୁ । ଯିଏ ଜଣେ ଅନୁସୂଚିତ ଜାତି ବର୍ଗର । ଆଉ ବିଜେଡି ସରକାରର ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର ମହିଳା ବିଧାୟିକା ଟିମ୍ ।
କୂଳ ଖାଇବାରେ ଲାଗିଛି ସାଳନ୍ଦୀ । ଘର ଠିଆ ହୋଇଛି, ପିଲର ଖୋଳିନେଲାଣି ସ୍ରୋତ । କେତେବେଳେ ପୂରା ଗାଁକୁ ଭସାଇ ନେବ ତାହା କହିବା ମୁସ୍କିଲ । ବାରମ୍ବାର ବାବୁଙ୍କୁ ଗୁହାରି କରିବା ପରେ ବି ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ...
ସ୍ୱାଧୀନତାର ୭୫ ବର୍ଷ ହେଲାଣି...ରାଜ୍ୟରେ ଏମିତି ବି ଗାଁ ଅଛି ଯେଉଁଠିକୁ ପହଞ୍ଚିପାରିଲାନି ବିଜୁଳି । ବିନା ଲାଇନ୍ରେ ଡିବିରି ଆଲୁଅରେ କାମ କରୁଛନ୍ତି ଗାଁ ଲୋକେ ।