• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Man in Binika seeks financial assistance
ପରିବାରର ସବୁ ଆଶା ପୂରଣ କରୁଥିଲେ, ଆଜି ଆଶା ବାଡ଼ି ଭରସାରେ

ଥିରି ଥିରି ହୋଇ ଚାଲୁଛନ୍ତି । କାରଣ ଚାଲିବାକୁ ତାଙ୍କ ଗୋଡ଼ ସାଥ୍ ଦେଉନି । ଆଉ ଯେଉଁ ଲୋକ ବେପାର କରି ଘର ଚଳାଉଥିଲେ । ସେ ଆଜି ନିଜେ ହୋଇପଡ଼ିଛି ଅସହାୟ । ଯିଏ ପରିବାରର ସବୁ ଆଶା ପୂରଣ କରୁଥିଲା, ସିଏ ଆଜି ଆଶା ବାଡ଼ି ଭରସାରେ । ଏମିତି ହଠାତ୍ ହସଖୁସିର ପରିବାରରେ ମାଡ଼ି ଆସିଛି ଅଦିନିଆ ଝଡ଼ । ଆଉ ସବୁକିଛି ଉଜାଡିଦେଇଛି ଗଣ୍ଠିବାତ ରୋଗ ।

  • Friday, 19 April 2024
UPSC topper Aditya Srivastava
ଏମିତି ଥିଲା ଏଥର ଆଇଏଏସ୍ ଟପ୍ପରଙ୍କ ପଢ଼ାଘର

ସମସ୍ତଙ୍କ ମନରେ ଉତ୍କଣ୍ଠା, ଏଥର ଆଇଏଏସ୍ ଟପ୍ପର ହୋଇଥିବା ଆଦିତ୍ୟ ଶ୍ରୀବାସ୍ତବ କେମିତି ପଢ଼ାପଢ଼ି କରୁଥିଲେ, ତାଙ୍କ ପଢ଼ାଘର ଓ ପଢ଼ା ଟେବୁଲ୍ କେମିତି ଥିଲା, ସେ କେଉଁ ସବୁ ନୀତିବାଣୀ ମାନି ଚଳୁଥିଲେ। ଦେଖନ୍ତୁ ଏହି ଭିଡିଓ।

  • Friday, 19 April 2024
BJD Ticket Politics
ବିଜେଡିରେ ପରିବାରବାଦକୁ ପ୍ରୋତ୍ସାହନ

ସ୍ୱାମୀ ପରେ ସ୍ତ୍ରୀ ହେବେ ନେତ୍ରୀ । ସ୍ୱାମୀଙ୍କୁ କାଟି ସ୍ତ୍ରୀକୁ ଟିକେଟ୍ । ବିଜେଡି ଘୋଷଣା କରିଥିବା ୨୮ ମହିଳା ପ୍ରାର୍ଥୀଙ୍କ ଭିତରେ ୧୦ ଜଣ ହେଭିୱେଟ ନେତାଙ୍କ ପତ୍ନୀ ।

  • Thursday, 18 April 2024
Power Cut
ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍

ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା ।

  • Thursday, 18 April 2024
BJD Politics
ଟିକେଟକୁ ନେଇ ବିଜେଡିରେ ଅସନ୍ତୋଷ ଅସମ୍ଭାଳ

ବିଦ୍ରୋହ ଏତେ ଯେ, ବିବାଦ ଥାଇ ବି ବିଧାୟକଙ୍କ ଟିକଟ୍ କାଟିପାରୁନି ବିଜେଡି । ଆଉ ଯେଉଁ କାଁ ଭାଁ କଟୁଛି ସେମାନଙ୍କୁ ବି ମ୍ୟାନେଜ୍ କରିବାରେ ଅସମର୍ଥ । ଯେମିତି ଗତକାଲି ଟିକେଟ କଟିବା ପରେ ତାତିଛନ୍ତି ସମୀର ଦାଶଙ୍କ ସମର୍ଥକ ।

  • Thursday, 18 April 2024
Politics
ବଦଳିଲାନି ହିଞ୍ଜିଳି ଭାଗ୍ୟ, ବଦଳିବ ତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ?

ନବୀନଙ୍କ ୨୪ ବର୍ଷର ଶାସନ ପରେ ବି ଭୋକର ଭୂଗୋଳ ଭିତରେ ଦି’ମୁଠା ଦାନା ପାଇଁ ଦାଦନ ଯାଉଛି ଗରିବ ଖଟିଖିଆ ମଣିଷ । ସେ ଗଞ୍ଜାମ ହେଉ ଅବା ବଲାଙ୍ଗିର । ଆଜି ବି ଦାଦନ ଦହନରେ ଜଡ଼ସଡ଼ ।

  • Thursday, 18 April 2024
1st Phase Election
ରାଜ୍ୟରେ ପ୍ରଥମ ଫେଜ୍ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲର ପ୍ରକ୍ରିୟା।

  • Thursday, 18 April 2024
Raghuram Rajan
ଭାରତରେ ନିଯୁକ୍ତି ସମସ୍ୟା ଭୟଙ୍କର ସ୍ଥିତି ନେବାକୁ ବସିଛି!

ଦେଶରେ ନିଯୁକ୍ତି ସମସ୍ୟାକୁ ନେଇ ପୁଣି ଉଦବେଗ ପ୍ରକାଶ କଲେ ପ୍ରକ୍ଷାତ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଦୀର୍ଘଦିନର ନିରବତା ପରେ ରାଜନ ଦେଶରେ ନିଯୁକ୍ତି ସଙ୍କଟ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ

  • Thursday, 18 April 2024
Animesh Pradhan
ମା’ ମୁଁ IAS ପାଇଲି ଲୋ..

ଭାରତୀୟ ପ୍ରଶାସନିକ ସେବା IASରେ କୃତକାର୍ଯ୍ୟ ଏତେ ସହଜ ନଥିଲା।

  • Thursday, 18 April 2024
UPSC topper Ananya Reddy
ୟୁପିଏସି ଟପ୍ପରଙ୍କ ଆଦର୍ଶ ବିରାଟ କୋହଲି

ୟୁପିଏସି ପରୀକ୍ଷାରେ ସଫଳତାର କାହାଣୀ ଅନେକ ଶୁଣିଥିବେ । ତେବେ ପ୍ରଥମ ପ୍ରୟାସରେ ସଫଳ ହେବାସହ ଆଇଏଏସ ବନିବାକୁ ଯାଉଥିବା ଏହି ୨୨ ବର୍ଷିୟା ଝିଅ ଅନନ୍ୟା ରେଡ୍ଡିଙ୍କ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦବ । କାରଣ ତାଙ୍କର ଆଦର୍ଶ ଜଣେ କିମ୍ବଦନ୍ତୀ କ୍ରିକେଟର।

  • Thursday, 18 April 2024
Unemployment
ଦାଦନ ଦୁଃଖରେ ଆଦିବାସୀ ଗାଁ

ଦାଦନ ସର୍ଦ୍ଦାର ଅନେକ କ୍ଷେତ୍ରରେ ନିରୀହ ଆଦିବାସୀଙ୍କୁ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ଏଭଳି କିଛି ଅଭିଯୋଗ ଆସିଛି ପାହାଡ ଜଙ୍ଗଲ ଘେରା ଆନନ୍ଦପୁର ଉପଖଣ୍ଡ, ହାଟଡିହି ବ୍ଲକ ଅନ୍ତର୍ଗତ କେ ବାଲିପାଳ ଅଞ୍ଚଳରୁ...

  • Thursday, 18 April 2024
IAS Officer Salary
IAS ଅଧିକାରୀଙ୍କ ଦରମା କେତେ ?

IAS ବା ଭାରତୀୟ ପ୍ରସାଶନିକ ସେବା । ଏହା ଏକ ପ୍ରକାର ଚାକିରୀ ହୋଇଥାଇ ପାରେ ହେଲେ। ଏଥିରେ ଯୋଗଦେବା ପରେ ଅନେକ୍ ସମ୍ମାନ ସହିତ ବଢିଯାଇଥାଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଦର୍ଶକ ବନ୍ଧୁ ଜାଣିଛନ୍ତି କି ଏଥିରେ ଯୋଗଦେବା ପରେ କେତେ ଟଙ୍କା ଦରମା ମିଳିଥାଏ ଅଧିକାରୀ ମାନଙ୍କୁ...

  • Thursday, 18 April 2024
Naxalite camp
୩ ମାସରେ ନିପାତ ହେଲେଣି ୮୦ରୁ ଅଧିକ ମାଓବାଦୀ

ନିର୍ବାଚନ ପୂର୍ବରୁ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ଉପରେ ସୁରକ୍ଷାକର୍ମୀଙ୍କ ବଡ଼ ହମଲା। ଲାଲଗଡ଼ରେ ପଶିଲେ, ମାଓ ଆଡ୍ଡାକୁ ଛିନଛତ୍ର କଲେ। ଅନ୍ଧାଧୂନ ଫାଏରିଂରେ ନିପାତ ହୋଇଗଲେ ୨୯ ନକ୍ସଲ। ଯେଉଁ ଗୋଷ୍ଠୀରେ ଥିଲା ବଡ଼ ମାଓ ନେତା ଶଙ୍କର ରାଓ। ସେ ବି ସଫା ହୋଇଯାଇଛି। ମାଓବାଦୀ ମାନେ ଯେଉଁଠି ଆଡ୍ଡା କରିଥିଲେ, ଠିକ ସେହି ସ୍ଥାନର ସୂଚନା ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ।

  • Wednesday, 17 April 2024
Ayodhya Ram Mandir
ସୂର୍ଯ୍ୟଙ୍କ ଆଭାରେ ଝଲସିଲା ରାମଲାଲାଙ୍କ ଲଲାଟ

ଦୀର୍ଘ ୫ଶହ ବର୍ଷ ପରେ ପବିତ୍ର ରାମନବମୀରେ ପୁନଃମୁଖରିତ ଅଯୋଧ୍ୟା ନଗରୀ । ନିର୍ଦ୍ଧାରିତ କ୍ଷଣରେ ସଂପନ୍ନ ହେଲା ଐତିହାସିକ ସୂର୍ଯ୍ୟତିଳକ । କୋଟିସୂର୍ଯ୍ୟର ଆଭାରେ ଝଲସିଲା ରାମଲାଲାଙ୍କ ଲଲାଟ । ଏହାକୁ ଦେଖି ଭାବମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅଗଣିତ ରାମଭକ୍ତ ।

  • Wednesday, 17 April 2024
Naveen Patnaik
ପୁଣି ଦୁଇଟି ଆସନରେ ଲଢ଼ିବେ ନବୀନ

ପୁଣି ଦୁଇଟି ଆସନରେ ଲଢ଼ିବେ ନବୀନ। ଗଞ୍ଜାମର ହିଞ୍ଜିଳି ସହ ଏଥର ବି ପଶ୍ଚିମ ଓଡ଼ିଶାକୁ ଫୋକସରେ ରଖି କଣ୍ଟାବାଞ୍ଜିରୁ ଲଢ଼ିବେ ବିଜେଡି ସୁପ୍ରିମୋ। ହେଲେ ନବୀନଙ୍କ ଏହି ଷ୍ଟ୍ରାଟେଜିକୁ କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସର ପଶ୍ଚିମ ଓଡ଼ିଶା ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ଯାହାକୁ ନେଇ ଘନେଇଛି ପଶ୍ଚିମ ରାଜନୀତି।

  • Wednesday, 17 April 2024
Odisha Politics
ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ?

ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ? ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ। ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା। କାରଣ ରେଢାଖୋଲ ପାଇଁ ଆଶାୟୀ ରହି ସଂଗଠନ କରୁଥିବା ପ୍ରସନ୍ନଙ୍କୁ ଦଳ ସମ୍ବଲପୁର ଟିକେଟ୍ ଦେବା ପରଠୁ ସେ ଅପ୍ରସନ୍ନ ଥିବା କୁହାଯାଉଥିଲା। ଏପରିକି ଗଲା ୧୨ ତାରିଖରେ ଏନେଇ ନବୀନ ନିବାସ ଯାଇ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ସେ ଟିକେଟ ଫେରାଉଥିବାର ବି ଚର୍ଚ୍ଚା ହେଉଥିଲା। ତେଣୁ ବାଧ୍ୟ ହୋଇ ଦଳ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି।

  • Wednesday, 17 April 2024
UPSC Civil Services
ୟୁପିଏସସିରେ ସଫଳତା ପରେ ଟେକିନେଲେ ବନ୍ଧୁ

ସ୍ୱପ୍ନ ଯଦି ସତ ହୁଏ ତେବେ ଜଣେ କେତେ ଖୁସି ହୁଅନ୍ତି । ନିଜର ଖୁସିକୁ କେମିତି ଜାହିର କରନ୍ତି । ଆଉ ଇଏ ହେଉଛି ସେହି ଦୃଶ୍ୟ । ନିଜର ସଫଳତା ପରେ ନିଜର ସହ କର୍ମୀଙ୍କ ସହ ଖୁସିର ଦୃଶ୍ୟ ।

  • Wednesday, 17 April 2024
Science Vs Belief
ଝଡ଼ାଫୁଙ୍କାରେ ଭଲ ହେଉଛି ଜଣ୍ଡିସ ରୋଗ !

ଲାଗିଛି ଲୋକଙ୍କ ଗହଳି । ଜଣ୍ଡିସରୁ ଭଲ ହେବାକୁ ଆସିଛନ୍ତି ସମସ୍ତେ । କିଏ ନିଜର ସମ୍ପର୍କୀୟଙ୍କୁ ନେଇ ଆସିଛନ୍ତି ତ ପୁଣି କିଏ ନିଜେ ଏକୁଟିଆ ଆସିଛନ୍ତି

  • Wednesday, 17 April 2024
Apana Eka Nuhanti
ସରକାରଙ୍କ ଯୋଜନା କାହାପାଇଁ ? ଗରିବଙ୍କୁ ମିଳୁନି ଘର...

ପିଲାଙ୍କୁ ଧରି ବର୍ଷ ବର୍ଷ ଧରି ଭଙ୍ଗା କୁଡ଼ିଆରେ ପଡ଼ି ରହିଛନ୍ତି । ଗୁହାରୀ କଲେ କି ନେହୁରା ହେଲେ ବି ଘର ମିଳୁନି । ସରକାରୀ ଘରକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚାର ଜୋର କରୁଥିବାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି

  • Wednesday, 17 April 2024
Goa man builds house
ସୁନ୍ଦର ପରିବେଶରେ ଛୋଟିଆ ଘର

ରାମ, କେବଳ ନାମ ହିଁ ଯଥେଷ୍ଟ। ଯେଉଁ ନାମକୁ ପ୍ରତିନିୟମ ଜପ କରୁଥାନ୍ତି ମହାଦେବ ଶଙ୍କର। ଯାହାଙ୍କ ଗୁଣଗାନରେ ଶତମୁଖ ଋଷୀମୁନିମାନେ। ହେଲେ ଏ ରାମ କିଏ ?

  • Wednesday, 17 April 2024
Ram Navami
ଆଜି ସେହି ଦିବ୍ୟ ମୁହୂର୍ତ୍ତ; ଅପେକ୍ଷା କରିଛି ଭକ୍ତ

ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ସୂର୍ଯ୍ୟ ତିଳକ । ଆଜିର ସେହି ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ ଭକ୍ତ କରିଛି ଅପେକ୍ଷା । ସାରା ଦେଶରେ ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯାଉଥିବାବେଳେ ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

  • Wednesday, 17 April 2024
BJD Politics
ବିଜେଡିର ସାହା କି ଶପଥ ପାଠ ?

ବିଜେଡିର ସାହା କି ଶପଥ ପାଠ ? ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ଦେବାଳୟରେ ବିଜେଡିର ଶପଥ ଗ୍ରହଣ ପଲିଟିକ୍ସ ସେତିକି ବଢୁଛି । ସବୁ ନିର୍ବାଚନ ମଣ୍ଡଳୀର ମନ୍ଦିରରେ ଅସନ୍ତୁଷ୍ଟ କର୍ମୀ ଓ ସାଧାରଣ ଲୋକଙ୍କୁ ନେଇ ବିଜେଡି ସପକ୍ଷରେ ଭୋଟ ଦେବାକୁ ଶପଥ ଗ୍ରହଣ କରାଉଛନ୍ତି ନେତା ।

  • Tuesday, 16 April 2024
General Election 2024
ଟଙ୍କା-ମଦରେ ଭାସିବ ନିର୍ବାଚନ !

ଆଖି ତରାଟି ଗଲା ଭଳି ତଥ୍ୟ । ଖବର ପୁରା ଚମକାଇଦେଲା ଭଳି । ମୂଳରୁ ମତଦାନ ଆରମ୍ଭ ହୋଇନି, ଏଣେ ନିର୍ବାଚନ ବେଳର ଗତ ଦେଢ଼ ମାସ ଭିତରେ ଦେଶ ବ୍ୟାପୀ ଚଢ଼ଉ କରି ୪ହଜାର ୬୫୮କୋଟି ଟଙ୍କା ମୂଲ୍ୟର ଭିନ୍ନ ଭିନ୍ନ ଉପହାର ସାମଗ୍ରୀ ଜବତ କରିସାରିଲେଣି ଭାରତୀୟ ନିର୍ବାଚନ କମିଶନ ।

  • Tuesday, 16 April 2024
Odisha BJP
BJPର ପ୍ରାର୍ଥୀ ଘୋଷଣା; ୧୯ ପ୍ରାର୍ଥୀଙ୍କ ଭିତରେ ୧୬ ନୂଆ ମୁହଁ

ଆଜି ଆଉ ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହ ପୂର୍ବର ୨ ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ବଡ଼ କଥା ହେଲା ୧୯ ଭିତରୁ ୧୬ ଯାଗାରେ ନୂଆ ମୁହଁ। ଆଉ ବିଜେଡିରୁ ଆସିଥିବା ୫ ନେତା ପାଇଛନ୍ତି ଟିକଟ୍। ରାଉରକେଲାରୁ ହେଭିୱେଟ ଦିଲୀପ ରାୟଙ୍କୁ ଟିକେଟ ମିଳିଥିବା ବେଳେ ରଣପୁରରୁ ପ୍ରାର୍ଥୀ ପରିବର୍ତ୍ତନ କରି ସୁରମା ପାଢୀଙ୍କୁ ଦଳ ମଇଦାନକୁ ଓହ୍ଲାଇଛି ।

  • Tuesday, 16 April 2024
bus accident
କାହିଁକି ବସ୍ ଯାତ୍ରୀଙ୍କୁ ଠେଲି ଦିିଆଯାଉଛି ମରଣ ମୁହଁକୁ ?

ଶୂନ୍ୟରେ ଝୁଲୁଛି ବସ୍ ଯାତ୍ରୀଙ୍କ ଜୀବନ । ସୁରକ୍ଷିତ ଯାତ୍ରା ପାଇଁ ନା ସୁନିଶ୍ଚିତ କରୁଛନ୍ତି ବସ୍ ମାଲିକ ନା ବସ୍ ଚାଳନା ସମୟରେ ଦାୟିତ୍ବବାନ ହେଉଛନ୍ତି ଡ୍ରାଇଭର୍ । ଯାଜପୁର ଧର୍ମଶାଳା ନିକଟରେ ଗତରାତିରେ ପଶ୍ଚିମବଙ୍ଗମୁହାଁ ଯାତ୍ରୀବାହୀ ବସଟି ଯେଭଳି ଦୁର୍ଘଟଣାର ଶୀକାର ହୋଇ ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ ଗଲା, ତାକୁ ନେଇ ଯାତ୍ରୀଙ୍କ ମନରେ ଛନକା ପଶିଛି । ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ପରିବହନ ବିଭାଗ ଦାୟୀ କରିଥିବାବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

  • Tuesday, 16 April 2024