ଏଣିକି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ ବୋତଲ ପାଣିର ମାନ ଯାଂଚ୍ କରିବା ସହ ଥାର୍ଡ ପାର୍ଟି ଦ୍ୱାରା ଅଡିଟ୍ କରିବ।
ପୁରୁଣା ସରକାର ଉପରେ ବିଜେପି ଦୋଷ ଲଦିଥିବା ବେଳେ ବିଜେଡି କହିଛି ନୂଆ ସରକାରର କୌଣସି ଯୋଜନା ନାହିଁ ।
ୟୁପିରୁ ଆଳୁ ଟ୍ରକ୍ ପହଞ୍ଚିବା ପରେ ୪୦ରୁ ୪୫ ଟଙ୍କାକୁ ଖସିଛି ଦର। ସେପଟେ ବିଧାନସଭାରେ ବି ଦେଖିବାକୁ ମିଳିଥିଲା ଆଳୁ ତାତି।
ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କୁ ଚକମା ଦେଇ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳକୁ ଆଣିଛି ବିଜେପି।
ଆସନ୍ତା ବୁଧବାର ନୌସେନା ଦିବସ ଦେଖିବାକୁ ସମସ୍ତ ବିଧାୟକ ବସରେ ପୁରୀ ଯିବେ ବୋଲି ସୂଚନା ମିଳିଛି ।
କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦୁଇଦିନ ତଳେ ଦିଲ୍ଲୀ କାର୍ଯ୍ୟକାରିଣୀରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଓଡ଼ିଶା କଂଗ୍ରେସରେ ହେବକି ଆମୂଳଚୁଳ ପରିବର୍ତ୍ତନ?
ଫରେଷ୍ଟର ମୁହଁ ଖୋଲି ନଥିବା ବେଳେ DFO କହିଛନ୍ତି ଇନକ୍ୱାରୀ ହେବ ।
ଜୟନାରାୟଣ ମିଶ୍ରଙ୍କ ତଡ଼ାଖିଆ ଉପାଖ୍ୟାନ ପରେ ବଢ଼ିଲା ବୟାନବାଜି । ଏହି ମୌକାରେ ବିଜେଡି କହିଛି, କେଉଁଠି ଗୋଷ୍ଠୀ କନ୍ଦଳ ତୀବ୍ର ତାହା ଜଣା ପଡିଲାଣି । ଏବେ ସେଠି ନିଆଁ ଲାଗିସାରିଲାଣି । କିନ୍ତୁ ବିଜେପିର ଯୁକ୍ତି ଜୟ ନାରାୟଣଙ୍କ କଥାକୁ କଦର୍ଥ କରୁଛି ବିଜେଡି।
ପୁରୀ ବ୍ଲୁ ଫ୍ଲାଗ ବିଚରେ ନେଭି ଡେ ପାଳନ ପାଇଁ ମଝିରେ ଆଉ ଦୁଇ ଦିନ । ଆସନ୍ତା ୪ ତାରିଖରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆଖି ଝଲସା ସମରକଳା ପ୍ରଦର୍ଶନ କରିବେ ନୌସେନା ଯବାନ । ଏଥିପାଇଁ ଆଜି ହୋଇଛି ଫୁଲଡ୍ରେସ୍ ରିହର୍ସାଲ ।
ପୁଅ ଟଙ୍କା ଦେଲାନି ବୋଲି ବୋହୂକୁ ତ ବାପ ଜାଳି ମାରିଦେଲା, ପୁଅକୁ ବି ଠେଲିଦେଲା ନିଆଁର ଆଁକୁ । କଟକ ଗୋଡ଼ିସାହି ଅଂଚଳରେ ନିଜ ପୁଅ-ବୋହୂକୁ ବାପାର ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣାରେ ଚାଲିଗଲା ବୋହୂ ସସ୍ମିତାଙ୍କ ଜୀବନ । ପୁଅ ମୃତ୍ୟୁ ସହ ଲଢ଼େଇ କରୁଛି ହସପିଟାଲ୍ ବେଡରେ ।
ଟ୍ରାଫିକ୍ ନିୟମ ଉଲ୍ଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି ।
ଭିତରେ ନବୀନ, ବାହାରେ ମୋଦି । ପ୍ରଧାନମନ୍ତ୍ରୀଙ୍କ ୨୪ମିନିଟର ଭାଷଣ, ସାମ୍ନାରେ ହଜାର ହଜାର ଜନତା, କର୍ମୀ ଓ ନେତା। ତା ପୁଣି ନବୀନ ନିବାସରୁ ହାତେ ଦୂରରେ। ଗତକାଲି ନବୀନ ନିବାସ ସମ୍ମୁଖରେ ହୋଇଥିବା ମୋଦିଙ୍କ ଜନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଭୁବନେଶ୍ବରରେ ଚାଲିଥିବା ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଦ୍ବିତୀୟ ଦିନରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ। ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ ଓ NSA ଅଜିତ ଡୋଭାଲଙ୍କ ଉପସ୍ଥିତିରେ ପ୍ରେଜେଣ୍ଟେସନ୍ ଦେଇଛନ୍ତି ବିଭିନ୍ନ ୱାର୍କିଂ ଗ୍ରୁପ୍। ତଟ ସୁରକ୍ଷାରୁ ନେଇ ସାଇବର୍ ସିକ୍ୟୁରିଟି, ମାଓବାଦରୁ ଆତଙ୍କବାଦ ସମସ୍ୟା ଯାଏଁ ପ୍ରତିଟି ପ୍ରସଙ୍ଗରେ ହୋଇଛି ବିସ୍ତୃତ ଆଲୋଚନା ।
ବଜାରରେ ପୁଣି ଆଳୁ ଅମୂଲ ମୂଲ । ଗୋଦାମରେ ବି ଆଉ ଷ୍ଟକ୍ ନାହିଁ । ମାତ୍ର ୩ ମାସ ନଯାଉଣୁ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବାହାରିଛି ପୁରୁଣା ରୋଗ । ଓଡ଼ିଶାକୁ ଆଳୁ ଗାଡ଼ି ପ୍ରବେଶ ଉପରେ ଲଗାଇଛନ୍ତି କଟକଣା ।
ପୂରା କାଜୁଆଲ୍ ଆଉ ଜଲି ମୁଡ୍ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏମିତି ଢଙ୍ଗରେ ବିଧାୟକ, ମନ୍ତ୍ରୀ ଏବଂ ସାଂସଦମାନଙ୍କ ଗତ ସଂଧ୍ୟାରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ ।
ପୁରୀରେ ନୌସେନା ଦିବସ ପାଳନ କାଉଣ୍ଟଡାଉନ୍ । ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ । ନୌସେନାର ଫାଇଟର ଜେଟ୍ ଓ ହେଲିକପ୍ଟର ରଣକୌଶଳ ଦେଖାଉଥିବା ବେଳେ ପହଞ୍ଚିଲାଣି ଓ୍ବାର ସିପ୍ । ପର୍ଯ୍ୟଟନର ସହରରେ ଏବେ ଯୁଦ୍ଧର ଭ୍ରମ। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ ।
ଭୁବନେଶ୍ବରରେ ଆରମ୍ଭ ହୋଇଛି ପୋଲିସ୍ ଡିଜି ସମ୍ମିଳନୀ । ଲୋକସେବା ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏହି ସର୍ବଭାରତୀୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି । ପ୍ରଥମଥର ପାଇଁ ରାଜ୍ୟରେ ଆୟୋଜିତ ଏ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ତିନିଦିନ ଧରି ଦେଶ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ ଚାଲିବ ।
କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି । ୨୪ ନିର୍ବାଚନରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ଆଜି ପ୍ରଥମ ଥର ପାଇଁ ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କୁ ନେଇ ଚାଲିଛି ରୁଦ୍ଧଦ୍ବାର ପାଠଶାଳା । ନିର୍ବାଚନ ପ୍ରତିଶ୍ରୁତିର କାର୍ଯ୍ୟକାରିତାଠୁ ରାଜ୍ୟ ବିକାଶର ରୋଡ୍ ମ୍ୟାପ ଯାଏଁ ଚାଲିଛି ଆଲୋଚନା ।...
ରାଜଧାନୀରେ ୫ ଏକରର ସରକାରୀ ଲିଜ୍ ଜାଗାରେ ମୁଣ୍ଡ ଟେକୁଥିବା ବିଶାଳ ଆପାର୍ଟମେଣ୍ଟ ଅର୍ବାନ ମାଜେଷ୍ଟିକକୁ ବଡ଼ ଝଟକା । ବେଆଇନ ଭାବେ ଲିଜ୍ ଜମିର କିସମ ପରିବର୍ତ୍ତନ କରାଯାଇଥିବା ଦର୍ଶାଇ ନିର୍ମାଣ କାମ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛି BMC ।
ଖାଲି ଦେଶର ନୁହେଁ, ପୂରା ବିଶ୍ବର ନକ୍ସାରେ ଆଗକୁ ଆସିବ ଓଡ଼ିଶା । ଓଡ଼ିଶାର ଗୌରବକୁ ଦିଆଯାଉଛି ପ୍ରାଥମିକତା। ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ, ବିକାଶକୁ ମିଳିଛି ଗତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ବିଶାଳ ସମାବେଶକୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ ।
ବଡ଼ କଥା ହେଲା ଏଣିକି ଅନଲାଇନରେ ଆବେଦନ କରି, ନିଜେ ନିଜର ସର୍ଭେ କରି ପାରିବେ ଆଶାୟୀ।
ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ । ତେଣୁ ନେତା ମନ୍ତ୍ରୀଙ୍କ ଏବେ ଛାତି ଧଡଧଡ଼ ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା ।
ସମସ୍ୟା ସମାଧାନ ହୋଇଗଲେ ଚତୁର୍ଥ ଦଫାରେ ଟଙ୍କା ମିଳିଯିବ।