ଦିନକ ପରେ ସମସ୍ତ ୭୦ ଆସନରେ ଭୋଟ୍। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ମନେଇବାକୁ ଜୋରଦାର କସରତ୍ କରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ଆପ୍ ଓ କଂଗ୍ରେସ।
କେଉଁଠି ଧାନ ପଡିଛି, ଆସୁନାହାନ୍ତି ମିଲର ତ କେଉଁଠି ଅଧିକ କଟଣୀଛଟଣୀ ପାଇଁ ଚାଷୀଙ୍କୁ ଧମକ। ଚାଷୀ ବେଶରେ ମଣ୍ଡି ବୁଲି କଟଣୀ ଛଟଣୀର ସ୍ଥିତି ପରଖିଲେ ଜିଲ୍ଲାପାଳ।
ବଣ ପାହାଡ଼ ଇଲାକାର ମଣିଷଙ୍କ ପାଇଁ ଆଉ ଚାଳ ଛପର କି କୁଡ଼ିଆ ନୁହେଁ, ତିଆରି ହେଉଛି ପକ୍କା ଘର.. ନା ଆଉ ଝଡ଼ବତାସର ଡର ଥିବ ନା ଖରା-ଶୀତର ପ୍ରକୋପ ରହିବ। ଏବେ ବଣ୍ଡାଘାଟିର ମଣିଷ ରହିବେ ପକ୍କା ଘରେ।
କାଳିଆ... ତୋର ହାତ ନାହିଁ... ମୋର ବି ହାତ ନାହିଁ... ତୁ ପୂରା ଜଗତକୁ ଚଳାଉଛୁ, ଆଉ ମୁଁ... ମୋ ପରିବାରର ବୋଝ ମୋ ନିଜ କାନ୍ଧରେ ଉଠାଉଛି... ପିଲାବେଳେ ବାପା ଥିବାବେଳେ ମୋତେ ସମସ୍ତେ ଦିବ୍ୟାଙ୍ଗ କହୁଥିଲେ... ହେଲେ ଆଜି ଦେଖ୍ ମୁଁ ଆଉ ସେ ଦିବ୍ୟାଙ୍ଗ ହୋଇନାହିଁ...
୯ ତାରିଖରେ ବାରବାଟୀରେ ମ୍ୟାଚ । କ୍ରେଜରେ ସର୍ଭର ହେଲା ଜାମ୍। ଅଧଘଣ୍ଟାରେ ଟିକେଟ ଖାଲି କରିଦେଲେ କ୍ରିକେଟ ଫ୍ୟାନ୍ସ। ଅନଲାଇନରେ ଟିକେଟ୍ କିଣିବାକୁ ଲାଗିଲା ରେସ୍। କିଏ ହେଲେ ଫେଲ୍ କିଏ ହେଲେ ସକସେସ୍ ।
ଶଙ୍ଖ ଦଳରେ ଭିତରେ ଫାଟ । ଘନଘନ ବସୁଛି ମେଳି । ଜଳଜଳ ଦେଖୁଛନ୍ତି ନବୀନ । ସୁଯୋଗ ପାଇଁ ବାରମ୍ବାର ଚାଲୁଛି ଆଲୋଚନା । ପ୍ରଥମେ ଜୁନିୟର ନେତାଙ୍କ ମେଳି, ପରେ ସିନିୟରଙ୍କ ବୈଠକ । ଆଉ ଏବେ ଏକ ବିବାହ କାର୍ଯ୍ୟକ୍ରମ ଯୋଗଦେଇ ମେଳି ବାନ୍ଧିଛନ୍ତି ବିଜେଡିର କିଛି ବରିଷ୍ଠ ନେତା ।
ଛଟପଟ କରି ମାରୁଛି ଅଜଣା ରୋଗ। ଭାରତରେ ମଚାଇ ଚାଲିଛି ଆତଙ୍କ। ବଢି ଚାଲିଛି ମୃତ୍ୟୁସଂଖ୍ୟା। ଭୟଭୀତ ହୋଇଗଲେଣି ଲୋକେ ।
ବଦଳିଲା ବର୍ଣ୍ଣବୋଧର ରୂପରେଖ । ନୂଆ ରୂପରେ ହେଲା ଲୋକାର୍ପିତ । ବର୍ଣ୍ଣବୋଧକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାର ନାଁ ରହିଛି ମଧୁ ବର୍ଣ୍ଣବୋଧ ।
ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା। ଏଠାକୁ ଦେଶ ତଥା ଦେଶ ବାହାରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି। ହିନ୍ଦୁ ଧର୍ମ ପ୍ରତି ଆକର୍ଷତ ହୋଇ ମେଳା ବୁଲିବାକୁ ରୁଷର ଏହି ଯୁବତୀ ଜଣକଙ୍କ ମଧ୍ୟ ଆସିଥିଲେ। ଏତିକି ବେଳେ ସେ ଭେଟିଥିଲେ ଜଣେ ଅଘୋରୀ ବାବାଙ୍କୁ। ପ୍ରଥମ ଦେଖାରେ ହିଁ ବାବାଙ୍କ ପ୍ରେମରେ ପଡିଯାଇଥିଲେ ବିଦେଶିନୀ।
ସରିଲା ଅପେକ୍ଷା । ଆସନ୍ତା ୮ ତାରିଖରେ ପୁଣି ବଣ୍ଟାଯିବ ସୁଭଦ୍ରା ଟଙ୍କା । ଆସନ୍ତା ଶନିବାର ଦିନ ଯାଜପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବେ ରାଜ୍ୟ ସରକାର ।
ଟଙ୍କା ଦେଲେ ମିଳୁଛି କି ଇଚ୍ଛା ମୁତାବକ ନାକ୍ ଗ୍ରେଡ୍? ବିଶ୍ବବିଦ୍ୟାଳୟକୁ, ଭଲ ରେଟିଂ ଦେବା ଲାଗି ନାକ୍ ଟିମକୁ ଲାଞ୍ଚ ଅଭିଯୋଗ ମାମଲାରେ ଜଣେ କୁଳପତିଙ୍କ ସମେତ 10 ଜଣ CBI ଦ୍ବାରା ଗିରଫ ହେବା ଘଟଣାକୁ ନେଇ ହଇଚଇ।
ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଆଜି ଅନଲାଇନରେ ଟିକେଟ ବିକ୍ରି ହୋଇଛି। ମାତ୍ର ଅଧା ଘଣ୍ଟା ଭିତରେ ବିକ୍ରି ହୋଇଗଲା ସବୁ ଗ୍ୟାଲେରି ଟିକେଟ୍। ଅନଲାଇନରେ ମୋଟ୍ ୪ ହଜାର ଟିକେଟ ବିକ୍ରି ହେବାକୁ ଥିଲା। ଯାହାଙ୍କୁ ମିଳିଲା ସେମାନେ ଖୁସ। ଯିଏ ପାଇଲେନି ସେମାନେ ଆସନ୍ତା ୫ ଓ ୬ ତାରିଖରେ କାଉଣ୍ଟରରୁ ଟିକେଟ କିଣି ମ୍ୟାଚ୍ ଦେଖିବାକୁ ଆଶା ବାନ୍ଧିଛନ୍ତି।
ଡବଲ୍ ଇଞ୍ଜିନ ସରକାରର ପ୍ରଥମ କେନ୍ଦ୍ରୀୟ ବଜେଟରୁ ଓଡ଼ିଶାର ଭାଗ କେତେ? କଣ ଫାଇଦା ପାଇବ ଓଡ଼ିଶା? ତାକୁ ନେଇ ତେଜିଛି ରାଜନୀତି। ବିରୋଧୀ କହୁଛନ୍ତି, ନିରାଶ ହୋଇଛି ଓଡ଼ିଶା।
ସ୍ତ୍ରୀର ଛାତିଫଟା ଚିତ୍କାରରେ କମ୍ପି ଯାଉଛି ଘର ଅଗଣା। ଯେତେ ବୁଝାଇଲେ ବି ସେ ବୁଝୁନାହିଁ। ତା ଦେବତା, ତା ଶଙ୍ଖା, ସିନ୍ଦୁର ଆଜି ତାକୁ ଛାଡ଼ି ଚାଲିଯାଇଛି। ଝିଅ ପାଇଁ ଦଣ୍ଡ ପାଇଛି ବାପା ।
ଚୋର ତ ଚୋର ଆପଣ ଏମାନଙ୍କୁ ସାହାସୀ ଚୋର କହିପାରିବେ । କାରଣ ଏମାନେ ଏମିତି ସେମିତି ନୁହେଁ ବରଂ ବଡ଼ ବିଦ୍ୟୁତ ସମ୍ପର୍ଣ୍ଣ ୧୧ କେଭି ତାର ଓ ଟ୍ରାନ୍ସଫରମରକୁ କରୁଥିଲେ ଟାର୍ଗେଟ୍।
ପୋଲିସ ଗାଡ଼ିକୁ ଲିଫ୍ଟ ମାଗି ଫସିଗଲେ ଲୁଟେରା। ଫସର ଫାଟିଗଲା ସବୁ ଚାଲାକି। ଜବତ ହେଲା ୩ କୋଟି ୫୧ ଲକ୍ଷ ଟଙ୍କା ।
ଦେଶର ମଧ୍ୟବିତ୍ତ ମହିଳାଙ୍କ ପାଇଁ ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି l
ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l
ଆର୍ଥିକ ବିକାଶ ଲାଗି କୃଷି, MSME, ପୁଞ୍ଜିନିବେଶ ଓ ରପ୍ତାନି ଭଳି ୪ଟି ଦିଗକୁ ଗ୍ରୋଥ୍ ଇଞ୍ଜିନ୍ ବା ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିବେଚନା କରିଛନ୍ତି ସରକାର। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଘୋଷଣା ହୋଇଥିବା ବେଳେ ଯୁବକଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେବା ନେଇ ହୋଇଛି ବ୍ୟବସ୍ଥା।
ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଟ୍ୟାକ୍ସ ଡିଡକ୍ସନକୁ 50 ହଜାରରୁ ଡବଲ୍ କରି ଲକ୍ଷେ ଟଙ୍କା କରିଛନ୍ତି ଅର୍ଥମନ୍ତ୍ରୀ। ଏମିତିକି ପୂର୍ବରୁ ବାର୍ଷିକ 2 ଲକ୍ଷ 40 ହଜାର ଟଙ୍କାର ଘରଭଡ଼ା ଉପରେ TDS ଲାଗୁଥିବା ବେଳେ ଏହାକୁ 6 ଲକ୍ଷ ଟଙ୍କାକୁ ବଢ଼ାଯାଇଛି।
କେନ୍ଦ୍ର ସରକାର କୋବାଲ୍ଟ, ଲିଥିୟମ୍-ଆୟନ୍ ବ୍ୟାଟେରୀ ସ୍କ୍ରାପ୍, ସୀସା, ଜିଙ୍କ୍ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ ମୌଳିକ ସୀମା ଶୁଳ୍କ (Basic Customs Duty) ହଟାଇ ଦେଇଛନ୍ତି ।
ପୋଲିସକୁ ଲିଫ୍ଟ ମାଗି ଫସିଗଲେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ ସଦସ୍ୟ। ଯାହାଙ୍କୁ ଧରି ସବୁ ତଥ୍ୟ ଉଗାରିବା ପରେ ଜଙ୍ଗଲ ଭିତରୁ ପୁଳା ପୁଳା ନୋଟକୁ ଜବତ କରିଥିଲା କଳାହାଣ୍ଡି ପୋଲିସ। କେମିତି ଥିଲା ପୂରା ଘଟଣା, ଆସନ୍ତୁ ଜାଣିବା...
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ବଜେଟ୍ ପୂର୍ବରୁ ସୁନା ଦରରେ ଲାଗିଛି ନିଆଁ। ମାସକ ମଧ୍ୟରେ ସୁନା ୧୦ ଗ୍ରାମ ପ୍ରତି ୬ ହଜାର ଟଙ୍କା ବଢିଲାଣି। ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ଖୁବଶୀଘ୍ର ଭାରତ ହେବାକୁ ଯାଉଛି ବିଶ୍ବର ତୃତୀୟ ବୃହତ ଆର୍ଥିକ ଶକ୍ତି। ଆଜିଠୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ସଫଳତାର ଲମ୍ବା ତାଲିକା ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।