ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପୁଞ୍ଜି ବର୍ଷା । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ୧୪୫ ଏମ୍ଓୟୁ ଜରିଆରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା ।
ଅସମ୍ଭବ ଭିଡ଼... ଅସମ୍ଭାଳ ଭିଡ଼... ମହାକୁମ୍ଭରେ ମୌନୀ ଅମାବାସ୍ୟା ଶାହି ସ୍ନାନ ପାଇଁ ମଙ୍ଗଳବାର ରାତିରୁ ସଙ୍ଗମ କ୍ଷେତ୍ରକୁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ । ବଡ଼ ବଡ଼ ଶୋଭାଯାତ୍ରା କରି ପହଞ୍ଚିଥିଲେ ବିଭିନ୍ନ ଆଖଡ଼ାର ସାଧୁସନ୍ଥ ।
ଏଥର MSME କ୍ଷେତ୍ରକୁ ମିଳିବ କି ଅଧିକ 'ବଜେଟ୍' ବଳ ? ଫୋକସ୍ରେ ରହିବ କି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ? ରିୟଲ ଇଷ୍ଟେଟ୍ ସେକ୍ଟର ଅଭିବୃଦ୍ଧି ପାଇଁ ମିଳିବ କେଉଁ ସୁବିଧା ? ମଧ୍ୟବିତ୍ତଙ୍କ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବେ କି ନିର୍ମଳା ସୀତାରମଣ ?
କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ ! ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି । ଚାକିରିର ରହିବନି ସମସ୍ୟା । ପ୍ରଗତି ପଥରେ ଚାଲିବେ ଓଡ଼ିଶାର ଯୁବପିଢ଼ି । କେନ୍ଦୁଝରରେ ଇସ୍ପାତ କାରଖାନା କରିବା ନେଇ ସୂଚନା ଦେଇଛି JSW ।
ସରକାରଙ୍କ ସାଗର ମେଳା ପ୍ରୋଜେକ୍ଟ ଭେଳିକି । ପାଣିରେ ଭାସୁଛି ୧୯ କୋଟି ଟଙ୍କାର ପ୍ରକଳ୍ପ । ଲୋକଙ୍କ କାମରେ ଆସିପାରୁନି ଦାମୀ ଜାହାଜ ।
ଏଥର ବଜେଟରେ ରହିବ କ’ଣ । ଜଣେ ସାଧାରଣ ଲୋକର ବଜେଟକୁ ନେଇ କ’ଣ ଆଶା ରହିଛି ? ଜାଣନ୍ତୁ...
ଆପଣ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି ? ଆପଣଙ୍କୁ ଏଯାଏ ଟଙ୍କା ମିଳିନି କି ? ତେବେ ଆଜି ହିଁ ଯାଆନ୍ତୁ ବ୍ୟାଙ୍କ ।
୪ ବର୍ଷ ଟପିଲାଣି...ବୈତରଣୀ କୂଳରେ ଭାସୁଛି ବିରାଟ ଭେସେଲ । ଚାଲୁନି କି ଫେରିଯାଉନି । କାହିଁକି ଅଲୋଡ଼ା ପାଲଟିଛି କୋଟି କୋଟି ଟଙ୍କାର ଭେସେଲ୍ ? ଭୂପେନ୍ ହଜାରିକା ଭାଗ୍ୟରେ କ'ଣ ଲେଖାଅଛି ?
ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଚାଲିଛି କ'ଣ ? କାହିଁକି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବାରମ୍ବାର ପଶୁଛନ୍ତି ଚୋର ? ୨ ଦିନ ବିତି ଯାଇଥିଲେ ବି କାହିଁକି ଧରାପଡ଼ିନି ଚୋର ? କାହିଁକି ପୋଲିସ ଏହାର ପର୍ଦ୍ଦାଫାସ୍ କରିପାରୁନି?
ବଜେଟରେ କାହା ଉପରେ ରହିବ ଫୋକସ ? ବେକାରୀ ସମସ୍ୟା ଦୂର କରିବାକୁ ବଢ଼ିବ କି ନିଯୁକ୍ତି ସୁଯୋଗ ?
ନିବେଶକଙ୍କୁ ମୋଦିଙ୍କ ଓଡ଼ିଶା ଗ୍ୟାରେଣ୍ଟି । ଓଡ଼ିଶା ଦେଶ ବିକାଶର ଗ୍ରୋଥ୍ ଇଞ୍ଜିନ୍ । ବିକାଶର ଶିଖର ଛୁଇଁବ ଓଡ଼ିଶା । ଫୋକସରେ କନସର୍ଟ ଇକୋନମି ।
ଆଦାନୀଠୁ ବେଦାନ୍ତ...JSWରୁ JSPL । ଉତ୍କର୍ଷ ଓଡ଼ିଶାରେ ଛୁଟିଲା ନିବେଶ ଆଗ୍ରହର ସୁଅ । ରାଜ୍ୟକୁ ଆସିବ ସାଢ଼େ ୪ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ୍ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରେସମିଟ୍ । NPCI ଅଡ଼ୁଆ ଦୂର କଲେ ଚତୁର୍ଥ ପର୍ଯ୍ୟାୟରେ ସମସ୍ତେ ପାଇବେ ସୁଭଦ୍ରା ଟଙ୍କା ।
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ।
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ଟି MoU ସରିଲାଣି । ପାଖାପାଖି ୪ରୁ ୪.୫ ଲକ୍ଷ କୋଟି ପୁଞ୍ଜି ଆସିବ । ଅଦାନୀ ଗ୍ରୁପ ସହ ୨.୨୮ ଲକ୍ଷ କୋଟିର MoU ହୋଇଛି ।
ଚୋରଙ୍କ ଟାର୍ଗେଟରେ ପୁଣି ଥରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘର। ଗତ ୨୬ ତାରିଖ ରାତିରେ ତାଙ୍କ ନୟାପଲ୍ଲୀ ଘରୁ ବଡ଼ ଧରଣର ଲୁଟ୍ ପରେ ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ଚୋରି ଉଦ୍ୟମ ଚାଲିଥିବା ବେଳେ ଧରାପଡ଼ିଛି ଚୋର।
ଭାରତ ଖୁବ୍ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଥିରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି। ତେଣୁ ନୂଆ ଲକ୍ଷ୍ୟ ସହ ଆମେ କାମ କରୁଛୁ।
ନିର୍ମଳାଙ୍କ ପେଡ଼ିରୁ ବାହାରିବ କ’ଣ? ଦେଶବାସୀଙ୍କ ସ୍ୱପ୍ନ ଆଉ ଅସରନ୍ତି ଆଶାକୁ ନେଇ ଆସୁଛି ସାଧାରଣ ବଜେଟ୍ । ଯାହା ଉପରେ ସାଧାରଣ ବର୍ଗ ସହ ମଧ୍ୟବିତ୍ତଙ୍କ ରହିଛି ନଜର । ଏଥର ବଜେଟରେ କେଉଁ ଦିଗ ପ୍ରତି ରହିବ ଅଧିକ ଫୋକସ୍? ମଧ୍ୟବିତ୍ତଙ୍କ ଆଶା ଆକାଂକ୍ଷାକୁ କେତେ ଦୂର ପୂରଣ କରିପାରିବେ ମୋଦି ସରକାର? ଲାଘବ ହେବ କି ଦରବୃଦ୍ଧିର ବୋଝ? ଟିକସଦାତାଙ୍କୁ କେତେ ମିଳିବ ରିହାତି?
ଫାଇନାନ୍ସ ଲୋନ୍ ନା ଗଞ୍ଜେଇ କାରବାର ଲିଙ୍କ୍ ? ସାପ ଦେଖାଇ ଡରାଉଥିଲେ, ବନ୍ଧୁକ ମୁନରେ ଧମକାଉଥିଲେ । ମୁଣ୍ଡ ଜାମିନ ରଖି ଦାବି କରିଥିଲେ ଦୁଇ କୋଟି ଟଙ୍କା । ୪ ଦିନ ନିକାଞ୍ଚ ସ୍ଥାନରେ ରଖି ଦେଇଥିଲେ ନିର୍ଯାତନା । ସେମାନଙ୍କୁ ଉଦ୍ଧାର ପରେ ଗଞ୍ଜାମ ଚିକିଟି ଅପହରଣ ମାମଲାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଟଙ୍କା ନଦେଲେ ନାଗ ସାପ କାମୁଡାଇ ମାରି ଦେବାକୁ ଭୟଭୀତ ବି କରୁଥିଲେ ଅପହରଣକାରୀ।
ମନ୍ତ୍ରୀଙ୍କଠୁ ନିଜକୁ ପାୱାରଫୁଲ୍ ଭାବୁଛନ୍ତି କି ଅଧିକାରୀ? ମଣ୍ଡିରେ କଟନୀ ଛଟନୀ ବିଷୟରେ ପ୍ରତିକ୍ରିୟା ରଖି ଏକ ସାଂଘାତିକ ବୟାନ ରଖିଛନ୍ତି ଯୋଗାଣ ମନ୍ତ୍ରୀ । କହିଛନ୍ତି ମିଲରମାନେ ଧାନ କାଟିବାକୁ ଜିଦ୍ ଧରି ବସୁଥିବା ବେଳେ, ଜଣେ ଆଇଏଏସ କହିଥିଲେ ମିଲର ଆଉ ଚାଷୀଙ୍କ ଭିତରେ ଆପଣ ପଶନ୍ତୁନି। ଏବେ ପ୍ରଶ୍ନ କିଏ ସେହି ଆଇଏଏସ? କଣ ପାଇଁ ମନ୍ତ୍ରୀଙ୍କୁ କରିଥିଲେ ବାରଣ?
ଭୋଟ୍ ପୂର୍ବରୁ ସଭାପତି ଲବି। ୨୪ ନିର୍ବାଚନର ବଡ଼ ବିପର୍ଯ୍ୟୟ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ । ଏଥିପାଇଁ ଚାଲେଞ୍ଜ ଯେତିକି, ଗୋଷ୍ଠୀ କନ୍ଦଳ ବି ସେତିକି । ଏହାରି ଭିତରେ ୨୪ରେ ଫେଲ୍ ମାରିଥିବା ଆଗଧାଡ଼ିର ନେତାଙ୍କୁ ନବୀନ ରାଜ୍ୟ କମିଟିରେ ସ୍ଥାନ ଦେବେ ନା ନାହିଁ ତାହା ବଡ଼ ପ୍ରଶ୍ନ। ସେହିପରି ପ୍ରମୁଖ ସଂଗଠନଗୁଡ଼ିକ ଭାଙ୍ଗିବା ପରେ ସଭାପତି ପଦ ପାଇଁ ଲବି ବି ଆରମ୍ଭ ହୋଇଗଲାଣି।..
କାଲିଠୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉତ୍ସାହିତ ଓଡ଼ିଶା, ଉତ୍ସାହିତ ଶିଳ୍ପସଂଘ । କାଲିଠୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ-ଉତ୍କର୍ଷ ଓଡିଶା କନକ୍ଲେଭ୍ । ଓଡ଼ିଶାରେ ଆୟୋଜିତ ଏ ଶିଳ୍ପପତି ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା ବେଳେ ଶିଳ୍ପମନ୍ତ୍ରୀ କହିଛନ୍ତି, ଏଇ କନକ୍ଲେଭ୍ ଶେଷରେ ଗଙ୍ଗା ସ୍ରୋତ ଭଳି ଓଡ଼ିଶାକୁ ଛୁଟିବ ନିବେଶକଙ୍କ ସୁଅ।
ସରକାର ଗରିବ ଲୋକଙ୍କ ପାଇଁ ଆଣିଛନ୍ତି ଆଉ ଏକ ସୁଯୋଗ। କିଏ କରି ପାରିବ ଆବାସ ପାଇଁ ଆବେଦନ, କଣ ହୋଇଛି ନିୟମରେ ପରିବର୍ତ୍ତନ ଆସନ୍ତୁ ଜାଣିବା ।
ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ। ତା ପୁଅକୁ ଖୋଜି ଖୋଜି କରି ଚାଲିଛି ଆର୍ତ୍ତ ଚିତ୍କାର। ଏପଟେ କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା। ଆଉ କିଏ ଡାକିବ ମାଆ ମତେ ଗଣ୍ଡେ ଖାଇବାକୁ ଦେ। ବାପା ମତେ ଟିକେ ବୁଲେଇ ନିଅ ।
ରାଜଧାନୀରେ ହଇଚଇ...ସବୁଠି ଆଜି ଗୋଟିଏ ଚର୍ଚ୍ଚା...ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଛି ଚୋରି । ଲୁଟ୍ ହୋଇଛି ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି....ନଗଦ ଅଢ଼େଇ ଲକ୍ଷ ଟଙ୍କା ।