• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

ଆସନ୍ତା ସପ୍ତାହରେ ବିଜେପି ମୁଖିଆ
ଖୋଲିଲା ନୂଆ ରାଜ୍ୟ ବିଜେପି ସଭାପତି ନିର୍ବାଚନ ବାଟ

ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍‌ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ ।

  • Sunday, 26 January 2025
Republic Day Celebrations
କର୍ତ୍ତବ୍ୟପଥରେ ଝଲସିଲା ସର୍ବବୃହତ୍ ଗଣତନ୍ତ୍ରର ଗାରିମା

ଆକାଶରେ ବାୟୁବୀର ଦେଖାଇଥିଲେ ଏୟାରଫୋର୍ସର ତାକତ୍ । ବାୟୁସେନା ଫ୍ଲାଇଂପାଷ୍ଟରେ ଭାଗ ନେଇଥିଲେ ୪୦ ବିମାନ। ସେହିପରି ନାରୀ ଶକ୍ତିର ଝଲକ, ଡେୟାରଡେଭିଲ୍ସ ସୋ ବି ମନ ମୋହିଥିଲା।

  • Sunday, 26 January 2025
Padma Awards For 2025
ପଦ୍ମ ପୁରସ୍କାର ପାଇବେ ୪ ଜଣ ଓଡ଼ିଆ

୨୦୨୫ ଲାଗି ଦେଶର ମୋଟ ୧୩୯ ଜଣଙ୍କ ନାଁ ପଦ୍ମ ପୁରସ୍କାର ଲାଗି ଘୋଷଣା ହୋଇଥିବା ବେଳେ ତା ଭିତରେ ଅଛନ୍ତି ୪ ଜଣ ଓଡ଼ିଆ। ଆସନ୍ତୁ ଜାଣିବା ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଚାରି ଓଡ଼ିଆଙ୍କୁ କୃତି ଓ କୃତିତ୍ବ ଉପରେ...

  • Sunday, 26 January 2025
ଖାଲିପଡ଼ିଛି କୋଠା, ନାହାନ୍ତି ଅଧ୍ୟକ୍ଷ
ମୋହନ ସରକାରକୁ ୮ ମାସ ପରେ ବି ପଦ ଫାଙ୍କା

ଖାଲି ପଡ଼ିଛି କୋଠା, ନାହାନ୍ତି ଅଧ୍ୟକ୍ଷ । ବିଜେଡି ଯାଇ ବିଜେପି କ୍ଷମତାକୁ ଆସିବାର 8 ମାସ ପରେ ବି ନିଷ୍କ୍ରିୟ ପଡ଼ିଛି ବହୁ ସାମ୍ବିଧାନିକ ସଂସ୍ଥା । ଖାଲି ପଡିଛି ସୂଚନା କମିଶନ୍, ଲୋକାୟୁକ୍ତ ଅକାମ ।

  • Sunday, 26 January 2025
Padma Shri
୪ ଓଡ଼ିଆଙ୍କୁ ମିଳିଲା ପଦ୍ମ ପୁରସ୍କାର

୪ ଓଡ଼ିଆଙ୍କୁ ମିଳିଲା ପଦ୍ମ ପୁରସ୍କାର। କଳାରେ ଅଦ୍ବୈତ ଚରଣ ଗଡ଼ନାୟକ ଏବଂ ଦୁର୍ଗାଚରଣ ରଣବୀର, ମେଡ଼ିସିନରେ ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀଙ୍କ ନାଁ ଘୋଷଣା ହୋଇଛି।

  • Saturday, 25 January 2025
Criminal Activities Increase
ବ୍ରହ୍ମପୁରରେ ପୁଣି ପତିଆରା ଜାହିର କଲେଣି ପୁରୁଣା କ୍ରିମନାଲ୍

ବ୍ରହ୍ମପୁରରେ ପୁଣି ପତିଆରା ଜାହିର କଲେଣି ପୁରୁଣା କ୍ରିମନାଲ୍ । ବ୍ୟବସାୟୀଙ୍କୁ ବଟି ମାଗିବା ହେଉ ବା ମାଉଜର ଧରି ଗାଁ ଦାଣ୍ଡରେ ଗୁଳି ଫୁଟାଇବା । ଏମିତିକି ବୋମାରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ।

  • Saturday, 25 January 2025
Temperture
ହଠାତ କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତାଘାଟ କିଛି ଦେଖାଯାଉନି

କୁଆଡେ କିଛି ନଥିବ, ହଠାତ କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତାଘାଟ କିଛି ଦେଖାଯାଉନି। ତେବେ ରାଜ୍ୟରେ ଆଉ ତିନି ଦିନ ଏଭଳି ଅସ୍ତବ୍ୟସ୍ତ କରିବ କୁହୁଡି । ସେପଟେ ପାରଦ ଉପରମୁହାଁ ହେଉଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଇବ । କୁହୁଡ଼ି ସାଙ୍ଗକୁ ତାତି ଲୋକଙ୍କୁ ପ୍ରଭାବିତ କରିବ ।

  • Saturday, 25 January 2025
Barabati Stadium To Host ODI Match
ବାରବାଟୀରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଦୀର୍ଘଦିନ ପରେ ବାରବାଟୀ ଆୟୋଜନ କରିବ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। କିନ୍ତୁ ଉଦବେଗର କଥା ହେଲା, ଏହି ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏନେଇ ଅଗ୍ନିଶମ ବିଭାଗ ଡିଜି ଅତିରିକ୍ତ ଶାସନ ସଚିବଙ୍କୁ ଅବଗତ କରିଛନ୍ତି।

  • Saturday, 25 January 2025
BJD
ପୁଣି ଖୋଲିବ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଫାଇଲ୍

ପୁଣି ଖୋଲିବ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଫାଇଲ୍। ମାମଲାର ପୁନଃ ବିଚାର ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ। ଏହା ସହ ତଦନ୍ତ ସଂପର୍କରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।

  • Saturday, 25 January 2025
ATM Loot in odisha
ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ....

ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ.... ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍।

  • Saturday, 25 January 2025
Congress
ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ ରାଜନୀତି

ଓଡ଼ିଶା କଂଗ୍ରେସ ପାଇଁ ଏବେ ସବୁଠୁ ବଡ଼ ପ୍ରସଙ୍ଗ ପାଲଟିଥିବା ପିସିସି ସଭାପତି ଚୟନ ନେଇ ଚୁପ୍ ବସିଛି ଏଆଇସିସି। ଆଉ ଏପଟେ ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ ରାଜନୀତି। 

  • Saturday, 25 January 2025
Resolve Network Issues In Remote Areas
ଅପହଞ୍ଚ ଇଲାକାରେ ଆଉ ରହିବନି ମୋବାଇଲ୍ ନେଟୱର୍କ ସମସ୍ୟା

ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ଆଉ ରହିବନି ମୋବାଇଲ୍ ନେଟୱର୍କ ସମସ୍ୟା। ଭାରତ ସରକାରଙ୍କ ଡିଜିଟାଲ୍ ଭାରତ ନିଧି ଦ୍ବାରା ଦୁର୍ଗମ ଅଞ୍ଚଳରେ BSNL ପକ୍ଷରୁ ବସାଯିବ ୧୫ଶହ ମୋବାଇଲ ଟାୱାର।

  • Saturday, 25 January 2025
 Line Up for Deliveries
ଛୁଆ ଜନ୍ମ କରିବାକୁ ଲମ୍ୱା ଲାଇନ୍

ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଛାନିଆ ଭାରତୀୟ। ଆମେରିକା ହସ୍ପିଟାଲରେ ଭାରତୀୟ ଗର୍ଭବତୀଙ୍କ ଭିଡ଼। ୨୦ ତାରିଖ ପୂର୍ବରୁ ପ୍ରସବ କରାଇବାକୁ କରୁଛନ୍ତି କାକୁତି ମିନତି। ହେଲେ କାହିଁକି ?

  • Saturday, 25 January 2025
Trees With
ଗଛ ପାଇଁ ଆଧାରକାର୍ଡ

ଗଛଙ୍କୁ ଦିଆଯାଉଛି ଆଧାର କାର୍ଡ। ଲେଖାଯାଇଛି ଡିଜିଟାଲ ଟ୍ରି ଆଧାର। ମଣିଷ ମାନଙ୍କ ପରି ଗଛର ମଧ୍ୟ ରହିବ ସ୍ୱତନ୍ତ୍ର ପରିଚୟ। ଏହାର ଠିକଣା, ବୟସ ଓ ସବୁକିଛି ଜାଣିହେବ ।

  • Saturday, 25 January 2025
MP Mamata Mahanta
ମହାକୁମ୍ଭରେ ମମତାଙ୍କ ବୁଡ଼

କପାଳରେ ଚିତା, ହାତ ଓ ବେକରେ ରୁଦ୍ରାକ୍ଷ ମାଳ। ମହାକୁମ୍ଭ ମେଳାରେ ଗେରୁଆ ବସ୍ତ୍ର ପିନ୍ଧି ତ୍ରିବେଣୀ ସଙ୍ଗମରେ ତିଳୋତର୍ପଣ କରୁଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ଦର୍ଶକ ବନ୍ଧୁ ଏ କୌଣସି ଏଆଇ ଏଡିଟେଡ ଫଟୋ କି ଭିଡିଓ ନୁହେଁ, ସାଂସଦ ନିଜେ ସୋସିଆଲ ମିଡିଆରେ ଏହି ସବୁ ଫଟୋ ପୋଷ୍ଟ କରିଛନ୍ତି।

  • Saturday, 25 January 2025
Youths Turn to Farming
ଚାଷୀ ହାତର କମାଲ....ପରିବା ନୁହେଁ, ଚାଷକୁ ଦେଖି ପେଟ ପୂରିଯାଉଛି

ପରିବା ନୁହେଁ, ଚାଷକୁ ଦେଖି ପେଟ ପୂରିଯାଉଛି । ଓଃ କି ସୁନ୍ଦର ଫସଲ... ତଟକା ତଟକା ବାଇଗଣ, ଛନଛନିଆ ଫୁଲ କୋବି... ବନ୍ଧି କୋବି ବି ଖେତରେ ହସୁଛି । ଆଉ ଏ କଞ୍ଚା ଲଙ୍କାକୁ ଦେଖନ୍ତୁ, କେଡେ ସୁନ୍ଦର ହୋଇଛି । ପୂରା ଏ ଫସଲକୁ ଦେଖି, ଆପଣ ନିଶ୍ଚୟ ଭାବୁଥିବେ ଏ କୌଣସି ପୁରୁଣା ଚାଷୀ ହାତର କମାଲ ।

  • Saturday, 25 January 2025
Saif Ali Khan Bhopal Property Case
ସରକାର ତହବିଲକୁ ଯିବ ସୈଫ୍‌ଙ୍କ ୧୫୦୦୦ କୋଟି ସମ୍ପତ୍ତି !

ସରକାର ତହବିଲକୁ ଯିବ ସୈଫ୍‌ଙ୍କ ୧୫୦୦୦ କୋଟି ସମ୍ପତ୍ତି ! ଏନିମି ପ୍ରପଟି ଆକ୍ଟରେ ସରକାରୀ ସମ୍ପତ୍ତି ଘୋଷଣା ହେବ ।  ସୈଫ୍ ଙ୍କ ପଟୋଦୀ ରାଜ ପରିବାରର ୧୫ ହଜାର କୋଟି ସମ୍ପତ୍ତି ।

  • Friday, 24 January 2025
trump
ଗର୍ଭବତୀଙ୍କୁ ଟ୍ରମ୍ପ୍ ଡର

ଗର୍ଭବତୀଙ୍କୁ ଟ୍ରମ୍ପ୍ ଡର: ସୂତାଖିଅରେ ଆମେରିକାନ୍ ଡ୍ରିମ୍ । ବର୍ଥରାଇଟ୍ ସିଟିଜେନସିପ୍ ସଂଶୋଧନ ପରେ ଛାନିଆ ପ୍ରବାସୀ । ସି-ସେକ୍ସନ ଡେଲିଭରୀ ପାଇଁ ହସ୍ପିଟାଲରେ ଭାରତୀୟଙ୍କ ଭିଡ଼ । ଆଶ୍ୱସ୍ତି ଆଣିଲା କୋର୍ଟଙ୍କ ୧୪ ଦିନିଆ ରହିତାଦେଶ । 

  • Friday, 24 January 2025
Hydroelectric Project
ଏଯାଏଁ ହୋଇପାରିଲା ନାହିଁ ଜଳ ବିଦ୍ୟୁତ ପ୍ରକଳ୍ପ

ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ହେବ, ସ୍ଥାନୀୟ ଯୁବକ ଯୁବତୀ ପାଇବେ ନିଯୁକ୍ତି । ଏମିତି ଅନେକ ଆଶା ନେଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା। ୨୦୦୨ରେ ତତ୍କାଳୀନ ବିଜେଡି ସରକାର ସମୟରେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ସହ ଚୁକ୍ତି ହେଲା। ୨୨ ବର୍ଷ ବିତିଗଲାଣି ହେଲେ ଏଯାଏଁ ଜଳ ବିଦ୍ୟୁତ ପ୍ରକଳ୍ପ ହୋଇପାରିଲା ନାହିଁ । ବରଂ ଜଙ୍ଗଲ ନଷ୍ଟ ସହ ପରିବେଶ ଦୂଷିତ ହେବାରେ ଲାଗିଛି । 

  • Friday, 24 January 2025
maoist
ଓଡ଼ିଆ ନକ୍ସଲ ଆଲୋକକୁ ନେଇ ହଇଚଇ

ଗରିଆବନ୍ଧ ଏନକାଉଣ୍ଟରରେ ୧୬ ନକ୍ସଲ ନିପାତ ଘଟଣା । ଓଡ଼ିଆ ନକ୍ସଲ ଆଲୋକ ଓରଫ୍ ବାଉରିବନ୍ଧୁକୁ ନେଇ ହଇଚଇ । ମାଓନେତା ସବ୍ୟସାଚୀ ଲିଙ୍କରେ ଆସି ଯାଇଥିଲା ଲାଲଗଡ଼ । ୨୦ ବର୍ଷ ଧରି ନିଖୋଜ ଥିବାରୁ ଶ୍ରାଦ୍ଧ ସାରିଥିଲେ ପରିବାର ।

  • Friday, 24 January 2025
କୁଡ଼ିଆରେ ପହଞ୍ଚି ଦେଲେ ଆବାସ ଭରସା
ନୂଆ ଢଙ୍ଗରେ ଆବାସ ସର୍ଭେ

ପ୍ରଥମଥର ନୂଆ ଢଙ୍ଗରେ ଆଶାୟୀଙ୍କ ଉପସ୍ଥିତିରେ ଆବାସ ସର୍ଭେ ଆରମ୍ଭ । PM-ଆବାସ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ପୁରୀରୁ ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେର ଶୁଭାରମ୍ଭ ।

  • Friday, 24 January 2025
ମଣ୍ଡିରେ କାନ୍ଦୁଛି ଚାଷୀ !
ଥମୁନି ଧାନ ବିକ୍ରି ଯନ୍ତ୍ରଣା

ଥମୁନି ଧାନ ବିକ୍ରି ଯନ୍ତ୍ରଣା। ସବୁଠି କଟନୀ-ଛଟନୀ ଓ ମିଲର୍ସଙ୍କ ମନମାନିରେ ଦହଗଞ୍ଜ। ଗଂଜାମର ୧୧ ମିଲ୍ ମାଲିକଙ୍କୁ ସୋ-କଜ୍ ନୋଟିସ୍ । ନିଆଳିରେ ଧାନ ପୋଡ଼ିଲେ ଅନ୍ନଦାତା ।

  • Friday, 24 January 2025
ବିଜେଡିରେ ମାଡ଼ୁଛି ମେଳି ରାଜନୀତି !
କାର୍ଯ୍ୟକ୍ରମ କମ୍, ମେଳି ଅଧିକ !

କାର୍ଯ୍ୟକ୍ରମ କମ୍, ମେଳି ଅଧିକ ! ଯାଦୁ ଭଳି ମାଡ଼ିଗଲାଣି ବିଜେଡିର ମେଳି ରାଜନୀତି ! ସାଂଗଠନିକ ନିର୍ବାଚନ ପୂର୍ବରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା । କଟକରେ ଜୁନିୟର ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ।

  • Friday, 24 January 2025
subhadra
'ସୁଭଦ୍ରା' ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ମହିଳାଙ୍କ ସୁଭଦ୍ରା ପୋର୍ଟାଲରେ ପୁରୁଷ କଲେ ଆବେଦନ । ଆଉ ପୁରୁଷଙ୍କ ଆବେଦନକୁ ନେଇ ସରକାରଙ୍କୁ ଘେରିଲାଣି ବିରୋଧୀ । ଅଧାରକାର୍ଡ ଜରିଆରେ ଯଦି ମହିଳା ଆବେଦନ କରିଥା’ନ୍ତି ତେବେ ପୁରୁଷମାନେ କେମିତି ଆବେଦନ କଲେ ବୋଲି ବିଜେଡି କହିଛି ।

  • Friday, 24 January 2025
Retired Soldier Murders Wife
ଜହ୍ଲାଦ ସ୍ୱାମୀ; ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା

ସ୍ତ୍ରୀକୁ କଲବଲ କରି ମାରିଲା... ଦେହରୁ ମାଂସକୁ ଟିକ୍‌ ଟିକ୍‌ କରି କାଟି, ହାଡ଼ ସବୁକୁ ଅଲଗା କଲା... ଆଉ ତା’ ପରେ ପ୍ରେସରରେ ପାଣି ଦେଇ ସିଟି ମାରିଲା... ସବୁ ପ୍ରମାଣକୁ ନଷ୍ଟ କରିବାକୁ ସିଝିଥିବା ମାଂସକୁ ଆଣି ହେମ ଦସ୍ତାରେ ଛେଚିଲା... ତା’ ପରେ ହ୍ରହରେ ଫିଙ୍ଗିଦେଲା।

  • Friday, 24 January 2025