ମୁଁ ଯେତେବେଳେ ଦେଖେ ମୋ ଭାଇ ପାଠ ପଢ଼େ । ମତେ ଯାହାବି ପାଠ ଆସେନି ମୋ ଭାଇ ମତେ କହିଦିଏ । ଆଉ ଆଜି ମୋ ଭାଇ ପାଇଁ ମୁଁ ବହୁତ ଖୁସି । କାରଣ ମାଟ୍ରିକ ପରୀକ୍ଷାରେ ଏ କୁନି ଭଉଣୀର ଭାଇ ୯୩% ମାର୍କ ରଖି ଜିଲ୍ଲାରେ ଟପ୍ପର ହୋଇଛି ।
ନିର୍ବାଚନ ସମୟରେ ଭୋଟ ଦେବା ପୂର୍ବରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଆଙ୍ଗୁଠିରେ କାହିଁକି କାଳି ଲାଗେ ପ୍ରାୟ ସମସ୍ତେ ଜାଣନ୍ତି । ହେଲେ ଏହା କେବେଠୁ ବ୍ୟବହାର କରାଯାଉଛି । ଏ କାଳିକୁ କେଉଁ କମ୍ପାନୀ ପ୍ରସ୍ତୁତ କରୁଛି । ଆସନ୍ତୁ ଜାଣିବା...
ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ୍ ଭଙ୍ଗା ଅଭିଯୋଗ ଘଟଣାରେ ଅପରାଜିତାଙ୍କ କଡ଼ା ଜବାବ୍। ସାର୍ବଜନୀନ କଲେ ବୁଥ୍ ଭିତରର ସିସିଟିଭି ଫୁଟେଜ୍। ଯେଉଁଥିରୁ ସ୍ପଷ୍ଟ ଯେ ଇଭିଏମ୍ ଭଙ୍ଗା ଘଟଣାରେ ଜଗଦ୍ଦେବଙ୍କର ଆଦୌ ସଂପୃକ୍ତି ନାହିଁ।
ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଶା ପ୍ରସଙ୍ଗରେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିବା ସହିତ, ଓଡ଼ିଶାର ସ୍ବାର୍ଥ ପାଇଁ ନବୀନଙ୍କ ସହ ସଂପର୍କକୁ ବଳି ଚଢ଼ାଇବାକୁ ପଡ଼ିଲେ ଚଢ଼ାଇବି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଟାର୍ଗେଟରେ ବିଜେପି ନେତା ଓ କର୍ମୀ। ନିର୍ବାଚନୀ ହିଂସା ଭିଆଇ ଆକ୍ରମଣ କରାଯାଉଛି ଜଣଙ୍କ ପରେ ଜଣଙ୍କୁ। ଅଧିକାଂଶ ଆକ୍ରମଣ ପଛରେ ରହିଛି ବିଜେଡି ଲିଙ୍କ୍। ଗତକାଲି ଚାନ୍ଦବାଲିରେ ବିଜେପିର ଗଞ୍ଜାମ ଜିଲ୍ଲା ସଭାପତି ସୁବାସ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ପଛରେ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ଦାୟୀ କରିଛନ୍ତି ନିଜେ ସୁବାସ।
4 ଜୁନରେ ନବୀନ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଶେଷ ପର୍ଯ୍ୟାୟ ଭୋଟ୍ ଲଢ଼େଇର ତିନି ଦିନ ପୂର୍ବରୁ ଆଜି ତିନି ତିନିଟି ସ୍ଥାନରେ ମାରାଥନ୍ କ୍ୟାମ୍ପେନ କରି ସିଏମ୍ ନବୀନଙ୍କୁ ଜୋରଦାର ହମଲା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।
ଡିଏସ୍ କୁଟ୍ଟେ ସସ୍ପେଣ୍ଡ୍ । IPS ଡିଏସ୍ କୁଟ୍ଟେଙ୍କୁ ସସ୍ପେଣ୍ଡ କଲେ ECI । CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ଏନେଇ CEOଙ୍କୁ ନିର୍ଦ୍ଦେଶ ଜାରି କଲେ ECI ।
ମୋ ଝିଅକୁ ମୁଁ ପାଠ ପଢ଼ା ପାଇଁ କେବେ ବାଧ୍ୟ କରେନି। ସେ ଯାହା ପଢ଼େ ତା ଖୁସିରେ ପଢ଼େ, ସେ କେବେ ମତେ କୌଣସି ଜିନିଷ ପାଇଁ ବାଧ୍ୟ କରେନି। ତାକୁ ଯେତିକି ମିଳେ ସେ ସେତିକିରେ ସନ୍ତୁଷ୍ଟ ହୁଏ। ଆଜି ତା ସଫଳତାରେ ଆମେ ପରିଚିତ।
ପୁଅକୁ ପାଇ ମା’ ଆଖିରେ ଲୁହ ରହୁନି । ହରାଇବା ଦୁଃଖକୁ ଯେମିତି ସେ ଭୁଲିପାରୁନି । ସେଥିପାଇଁ ତ କାନ୍ଦି କାନ୍ଦି କହୁଛି ମୋ ପୁଅ କେଉଁଠି ଥିଲା । ମୋ ପୁଅ ଫେରି ଆସିଛି । ହଜିଲା ପୁଅକୁ ଫେରି ପାଇ ଆଜି ଆତ୍ମହରା ହୋଇପଡ଼ିଛି ଜନ୍ମକଲା ମା’ ।
ଗାଁରେ ହଠାତ୍ଲାଗିଯାଉଛି ନିଆଁ । ଚାହୁଁ ଚାହୁଁ ଜଳିଯାଉଛି ସବୁ କିଛି । କୋଉଠୁ ଆସୁଛି... କିଏ କରୁଛି... କାହାକୁବି ଜଣାନାହିଁ, କିନ୍ତୁ ଆପେଆପେ ନିଆଁ ଲାଗି ପୋଡ଼ି ଯାଉଛି ଘର । ନା ଅଛି ଚୁଲି ନା ଅଛି ଚାଳ ,ଆଜିକୁ ପ୍ରାୟ ୬ଦିନ ହେବ ଖାଇବା ନାହିଁ କି ଶୋଇବା ନାହିଁ
କାଲି ବାପା ମା’ଙ୍କ ସହିତ ଖେଳୁଥିଲା । କୁନି କୁନି ଓଠରେ ବାପା ବାପା ବୋଲି ଡାକୁଥିଲା । ଆଉ ବାପା ମା’ ଡାକ ଶୁଣି ଖୁସିରେ ଫାଟି ପଡୁଥିଲା ଘର । ହେଲେ ଆଜି ତା ଦୁଷ୍ଟାମୀ ନାହିଁ କି ସେ ବି ଆଉ ନାହିଁ ।
ଗର୍ଭବତୀ ସ୍ତ୍ରୀ ପେଟକୁ ସ୍ୱାମୀ ମାରିଲା ଫାର୍ସା ଚୋଟ । ୮ମାସ ଗର୍ଭବତୀ ସ୍ତ୍ରୀ ପେଟରେ ପୁଅ ଅଛି ନା ଝିଅ ? ଜୀଅନ୍ତା ସ୍ତ୍ରୀକୁ କଲବଲ କଲା... ପିଲା କାଢି ଟିକନିଖ୍କରି ଦେଖିଲା । ସ୍ତ୍ରୀ ସିନା ଛଟପଟ ହେଉଥିଲା, ହେଲେ ଆଖି ବୁଜିସାରିଥିଲା ମା’ ଗର୍ଭରେ ଥିବା ପୁତ୍ର ସନ୍ତାନ ।
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ନେଇ ଥମୁନି ବିରୋଧ। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଘେରିଛି ବିଜେପି। ବିନା ସର୍ତ୍ତରେ ତୁରନ୍ତ ଜଗଦ୍ଦେବଙ୍କୁ ଛାଡିବାକୁ ଦାବି ହୋଇଛି। ସେପଟେ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସେଦିନ ଜଗଦ୍ଦେବଙ୍କୁ ଗାଡିରେ ନେଇଥିବା ଡ୍ରାଇଭର। ଜଗଦେବଙ୍କ ବିରୋଧରେ ବୟାନ ଦେବାକୁ ପୋଲିସ
ଉପକୂଳରେ ଟଳମଳ ବିଜେଡି। ବିଜେଡିର ଅଭେଦ୍ୟ ଗଡ ଯାଜପୁର ଓ ଜଗତସିଂହପୁରରେ ସ୍ଥିତି ଏବେ ଜଟିଳ ହେବାରେ ଲାଗିଛି। ଏ ଦୁଇ ଲୋକସଭା କ୍ଷେତ୍ରର ଗୋଟିଏ ଦୁଇଟି ନିର୍ବାଚନ ମଣ୍ଡଳୀ ଛାଡିଦେଲେ ବାକି ସବୁଠି କଡ଼ା ଫାଇଟ୍। ଏମିତି ହେଭିୱେଟ ନେତାଙ୍କ ସିଟ୍ ରେ ବି ଟକ୍କର ନେକ୍ ଟୁ ନେକ୍।
5 ବର୍ଷରେ 23 ଗୁଣା ବଢ଼ିଯାଇଛି ବିଜେଡି ବିଧାୟକ ସୌଭିକ୍ ସୌଭିକ୍ ବିଶ୍ବାଳଙ୍କ ସଂପତ୍ତି। ଏଡିଆର ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ। କେବଳ ସଂପତ୍ତି ନୁହେଁ, ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ମୋଟ୍ 12 ଶହ 85 ବିଧାୟକ ପ୍ରାର୍ଥୀଙ୍କ ଭିତରୁ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ପୃଷ୍ଠଭୂମି, ବୟସ ଆଦି ବାବଦରେ ମଧ୍ୟ ରୋଚକ ତଥ୍ୟ ସାମ୍ନାକୁ ଆଣିଛି ଏଡିଆ ଓ ଓଡ଼ିଶା ଇଲେକ୍ସନ୍ ୱାଚ୍।
ପାଟକୁରା ନିର୍ବାଚନୀ ସଭାରେ ଆସାମ ସିଏମ୍ ହିମନ୍ତ ବିଶ୍ବଶର୍ମାଙ୍କ ଜୋରଦାର୍ ହମଲା। ପୁଣି ନିଶାନାରେ ନବୀନ ଓ ପାଣ୍ଡିଆନ୍। ପାଣ୍ଡିଆନ, ନବୀନଙ୍କୁ ମୁଣ୍ଡଜାମିନ ରଖି ନିଜ ଇସାରାରେ ନଚାଉଛନ୍ତି ବୋଲି ଅଭିଯୋଗ କରିବା ସହ, ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବାକୁ ହେଲେ ଏଠି ପାଣ୍ଡିଆନ ରାଜ୍ ଖତମ୍ କରିବାର ଅଛି ବୋଲି ଆହ୍ବାନ ଦେଇଛନ୍ତି ହିମନ୍ତ।
ଏଠି ସେଠି ବାସନ ମାଜି ଯାହା ରୋଜଗାରହୁଏ ସେତିକିରେ ଚଳିଯାଏ ଅସହାୟ ସୁନିତାଙ୍କ ତେଲ ଲୁଣ ସଂସାର । ଏହି ଝାଟିମାଟି ଘରେ ଚାଳଇଥିଲା ସଂସାର ଆଉ ଗଢ଼ୁଥିଲେ ପିଲାଙ୍କ ଭବିଷ୍ୟତ । ହେଲେ ରାତିର ଅନ୍ଧାରରେ ହାତୀ ଉଜାଡ଼ି ଦେଲା ସୁନିତାଙ୍କ ସ୍ୱପ୍ନ । ଘର ଭାଙ୍ଗିଯିବା ପରେ ବାହୁନି କାନ୍ଦୁଛନ୍ତି ସେ ।
କୁହାଯାଏ ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବର୍ଷ । ଏ ଢ଼ଗ ଯେମିତି ଆମେ କହୁନୁ । କହୁଛି ଏ କଚ୍ଚା ରାସ୍ତା... ଏ ନୁଆଣିଆ ଝାଟିମାଟି ଘର... ଆଉ ଏ ଗରିବର ନୀରିହ ଆଖି । ରାଜ୍ୟରେ ୨୫ ବର୍ଷ ବିଜେଡି ସରକାରର ରହି ଏତେ ବଡ଼ ଶଙ୍ଖ ଭବନ ଛିଡ଼ା କରିସାରିଲାଣି । ତଥାପି ଏ ନୁଖୁରା ମୁଣ୍ଡର ଲୋକଙ୍କ ପାଇଁ ନା ଅଛି ଖଣ୍ଡେ ରାସ୍ତା । ନା ପହଞ୍ଚିଛି ସରକାରଙ୍କ ସମସ୍ତ ମୌଳିକ ସୁବିଧା ।
ଯେବେ ଗରିବ ଝିଅଟିଏ ସଫଳତା ପାଏ । ପରିବାରରେ ଖେଳିଯାଏ ଖୁସିର ଲହରୀ । ଦୁଃଖ ଭିତରେ ଫୁଟି ଉଠେ ହସ । ସମସ୍ତେ ଝିଅଟିକୁ ବେଶ୍ବାହା ବାହା କରନ୍ତି । ଗରିବ ବାପା ଫଳ ବିକନ୍ତି । ଝିଅ ରୂପା ସା ବି ବାପାଙ୍କୁ କାମରେ ସାହାଯ୍ୟ କରନ୍ତି । ଏବେ ମାଟ୍ରିକ ପରୀକ୍ଷାରେ A-1 ଗ୍ରେଡ ଆଣିଛନ୍ତି ଏହି ଗରିବ ଝିଅ ରୂପା ।
ବାପା ଗରିବ ଟ୍ୟାକ୍ସି ବାଲା... ପୁଅ ସ୍ୱପ୍ନ ଦେଖୁଛି ଡାକ୍ତର ହେବ । କାରଣ ଆଜି ଗରିବ ବାପାଙ୍କୁ ଉପହାର ଦେଇଛି ତାଙ୍କ ସୁନା ପୁଅ । ଆଉ ସେହି ଉପହାର ପାଇ ମା’ଙ୍କର ଆଖି ଛଳ ଛଳ । ଅସୀମ ଧୈର୍ଯ୍ୟ ଆଣି ଦେଇଛି ବଡ଼ ସଫଳତା ।
ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ଏଥର ପାସ୍ ହାର ରହିଛି ୯୬.୦୭ ପ୍ରତିଶତ, ଯାହାକି ଗତବର୍ଷର ପାସ୍ ହାରଠାରୁ ସାମାନ୍ୟ କମ୍ । ତେବେ ପୁଅଙ୍କ ତୁଳନାରେ ଆଗରେ ରହିଛନ୍ତି ଝିଅ ।
ବେଗୁନିଆ କାଉଁରିପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯିବା ଘଟଣାରେ ତେଜିଛି ରାଜନୀତି ।
କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ସହିତ ରାଜ୍ୟର ୧୦୫ ବିଧାନସଭା ଓ ୧୫ ଲୋକସଭା ଆସନରେ ନିର୍ଦ୍ଧାରିତ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ ।
ସରିଲା ଭୋଟ୍ ଏବେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ଭୁବନେଶ୍ୱର ବିଜେବି କଲେଜରେ ଷ୍ଟ୍ରଙ୍ଗ ରୁମ୍...