ସଧବା ପାଉଛି ବିଧବା ଭତ୍ତା । ଆଉ ବୟସ ନହୋଇ କି ବି ଲୋକେ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ହଁ ଆଜ୍ଞା ଚଞ୍ଚକତାର ସବୁ ସୀମା ଲଙ୍ଘନ କରି ଅଯୋଗ୍ୟ ହିତାଧିକାରୀ ହାତାଉଛନ୍ତି ସରକାରୀ ଭତ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଇଚ୍ଛାପୁର ପଞ୍ଚାୟତରେ । ଏଠାରେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ୧୪ଜଣ ଭତ୍ତା ନେଇଥିବା ବେଳେ ଜଣେ ସଧବା ମଧ୍ୟ ବିଧବା ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭତ୍ତାରୁ ବଞ୍ଚିତ ଗ୍ରାମବାସୀ ।
Published By: Sonali Ojha
Last updated: 29 July 2024, 10:21 AM IST
'ଓଡ଼ିଶା ରାଜନୀତିରେ ଦୁଇଜଣ ସନ୍ୟାସୀ । ସେମାନେ ଯେତେବେଳେ କେବଳ କ୍ଷୀରି ପୁରି ଭାସୁଥିବ ସେତେବେଳକୁ ଥାଆନ୍ତି । ଜଣେ ପାଣ୍ଡିଆନ୍ ଆଉ ଜଣେ ଅଚ୍ୟୁତ ସାମନ୍ତ ।'