ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ମିଳିଥିଲା । ତାଙ୍କଠୁ ମିଳିଥିଲା ୩୪ ପ୍ଲଟ୍ । ଆଉ ଆଜି ଅବକାରୀ ବିଭାଗର ଜଣେ ବରିଷ୍ଠ ବାବୁଙ୍କ ମାଳ ମାଳ କୋଠାବାଡ଼ି ସହ ମିଳିଛି ୫୨ଟି ପ୍ଲଟ୍ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଭୁବନେଶ୍ୱର ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ପାଖରୁ ମିଳିଛି ଏଭଳି ବିପୁଳ ସମ୍ପତ୍ତି । ଯାହା ଦେଖି ଭିଜିଲାନ୍ସ ଅଧିକାରୀ ତାଟକା । ବାହାରକୁ ଦେଖା ଯାଉଥିଲେ ସିଧାସାଧା ।
Published By: Satyendu Shekher Mishra
Last updated: 29 July 2024, 10:32 PM IST
ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।