ଚାଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍ର କରାଯାଉଛି ଯାଞ୍ଚ । ବିଶେଷ ଭାବେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିଗୁଡ଼ିକୁ ପରିବହନ ବିଭାଗର ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ତେବେ ଆଜି ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଅ।ଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡିଛି ।
Published By: Satyendu Shekher Mishra
Last updated: 30 July 2024, 10:13 PM IST
ପୂଜା ପୂର୍ବରୁ ଗୁଣ୍ଡା ପରେଡ୍ । ରାଉରକେଲା ପୋଲିସ ଜିଲ୍ଲାର ବଣାଇ ଉପଖଣ୍ଡରେ ଏଭଳି ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲାରେ ବିଭିନ୍ନ ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କୁ ପରେଡ଼ରେ ସାମିଲ କରାଯାଇଛି । ଜିଲ୍ଲାର ସମସ୍ତ ଥାନାର ଆଇଆଇସି ନିଜ ଅଞ୍ଚଳର ବିଭିନ୍ନ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଣି ବଣାଇ ଏସଡିପିଓଙ୍କ କାର୍ଯ୍ୟାଳୟ ପରେଡ୍ ରେ ସାମିଲ କରିଛନ୍ତି । ଆଗକୁ ପୂଜା ଆସୁଥିବାରୁ ଅପରାଧିମାନଙ୍କୁ ଟ୍ରେସ୍ କରିବାକୁ ଏଭିଳି ଅଭିନବ ଉପାୟ ଆପଣାଇଛି ପୋଲିସ ।