ଓଡ଼ିଶାର ବରପୁତ୍ରଙ୍କୁ ଭୁଲ ସମ୍ବୋଧନ କଲେ ପାଣ୍ଡିଆନ । ସମ୍ବଲପୁର ସଭାମଞ୍ଚରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଭୁଲ୍ ସମ୍ବୋଧନ କଲେ ଏବଂ ସନ୍ଥକବି ଭୀମଭୋଇଙ୍କୁ କେବଳ କବି ବୋଲି କହିଲେ ପାଣ୍ଡିଆନ ।
ବଡମ୍ବା ନରସିଂହପୁରର ୬-୬ ଥର ବିଧାୟକ ହେଉଛନ୍ତି ଦେବୀ ମିଶ୍ର । ବିଧାୟକ ସହ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ବି ହୋଇଛନ୍ତି । ତଥାପି ନିଜ ଅଞ୍ଚଳର ବିକାଶ କରିନାହାନ୍ତି ।
ଅଶାନ୍ତ ହୋଇଯାଇଛି ଗଞ୍ଜାମ ଜିଲ୍ଲା । ନିର୍ବାଚନ ୨୦ ତାରିଖରେ ଥିବା ବେଳେ ତା ପୂର୍ବରୁ ଖଲ୍ଲିକୋଟରେ ଘଟିଛି ରାଜନୈତିକ ହିଂସାକାଣ୍ଡ । ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଗିରଫ। ଥାନା ଘେରିବାକୁ ଯାଇଥିବା ଜନତା ଉପରେ ପୋଲିସର ଲାଠିଚାର୍ଜ।
ଭୋଟ୍ ପୂର୍ବରୁ ରକ୍ତରଞ୍ଜିତ ହେଲା ଗଞ୍ଜାମ। ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ। ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହାପଛରେ ଦିବଂଗତ ରାଣୀ ସୁଜ୍ଞାନ ଦେଓଙ୍କ ପୁତୁରାଙ୍କ ସଂପୃକ୍ତି ଅଭିଯୋଗ ଆଣି ଗର୍ଜିଛି ବିଜେପି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ ସହ ଥାନା ଘେରାଉ ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ୍ ଚାର୍ଜ କରିଥିଲା।
ବିଜେଡି ବାବୁ ଭାୟାଙ୍କୁ ନଡ୍ଡାଙ୍କ ନିଶାନା। ଓଡ଼ିଶାରେ ବିଜେପି ସରକାର ହେଲେ କଡ଼ା ଗଣ୍ଡା ହିସାବ ନିଆଯିବ। ଯେଉଁ ସରକାରୀ ବାବୁମାନେ ବିଜେଡିକୁ ଅଯାଚୀତ ସାହାଯ୍ୟ କରୁଛନ୍ତି, ନିର୍ବାଚନରେ ସହଯୋଗ କରୁଛନ୍ତି ସେମାନଙ୍କୁ ନିବୃତ ରହିବାକୁ ଚେତାବନୀ ବି ଦେଇଛନ୍ତି।
ପ୍ରଦୀପ ପାଣିଗ୍ରାହୀଙ୍କବଢୁଥିବା ଲୋକପ୍ରିୟତାରେ ଘାବରେଇ ଗଲା କି ବିଜେଡି ? ପ୍ରଦୀପଙ୍କ ବଳରେ ବିଜେପିର ଗଂଜାମ ଦଖଲ ରଣନୀତିକୁ ଦୁର୍ବଳ କରିବାକୁ ରଚିଲାକି ଷଡ଼ଯନ୍ତ୍ର ? ଗତ ୧୩ ତାରିଖରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଉଠିଛି ଏଭଳି ପ୍ରଶ୍ନ।
ବିଜେପି ପାଇଁ ବଡ଼ ପ୍ରସଙ୍ଗ ଚିଟ୍ଫଣ୍ଡ ଦୁର୍ନୀତି। ଚଳିତ ନିର୍ବାଚନରେ ଦଳ ଏହାକୁ ବଡ଼ ମୁଦ୍ଦା କରିଛି। ସରକାରକୁ ଆସିଲେ ଦେଢ ବର୍ଷ ଭିତରେ କ୍ଷତିପୂରଣ ମିଳିବ ବୋଲି ଘୋଷଣା ବି କରିଛି ଦଳ। କେବଳ ବିଜେପି ନୁହେଁ କଂଗ୍ରେସ ବି ସମାନ ପ୍ରସଙ୍ଗ ନେଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛି। ତେଣୁ ନିର୍ବାଚନରେ ଚିଟ୍ ଫଣ୍ଡ ପ୍ରସଙ୍ଗ ଗେମ୍ ଚେଞ୍ଜର ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ବଢ଼ୁଛି ସାଇବର ଅପରାଧ । ସତର୍କତା ଅଭାବରୁ ଆକାଉଣ୍ଟରୁ ହୋଇଯାଉଛି ଟଙ୍କା ଖାଲି । ପାଦେ ପାଦେ ରହିବାକୁ ପଡ଼ିବ ସତର୍କ । ଜଣନ୍ତୁ...
ଭାରି ସୁଆଦିଆ ତାଳ ସଜ... ପାଟିକୁ ମିଠା... ପେଟକୁ ଥଣ୍ଡା। ଆଉ ଏଇ ତାଳସଜ ଖାଇବାକୁ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳେ ଭାରି ଉତ୍ସାହ। ସେ ଦିନର ଗଛମୂଳର ଆଉ ସେ ତାଳ ସଜ ନାହିଁ। ରାସ୍ତକଡ଼ରେ ଏବେ ମେଲିଛି ତାଳସଜର ପସରା ।
ଦେହରେ ଚମ ସବୁ ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ବି ଶହେ ଟପିଲାଣି । ନା ଆଖିକୁ ଭଲ କି ଦିଶୁଛି । ନା ଥରେ କହିଲେ ଭଲକି ସେ ବୁଝିପାରୁଛନ୍ତି । ତଥାପି ଗଣତନ୍ତ୍ରର ମୂଲ୍ୟ ଏମାନଙ୍କୁ ଭଲରେ ଜଣାଅଛି । ସେଥିପାଇଁ ନିଜର ଭୋଟ୍ ଖଣ୍ଡକ ଦେବାକୁ ସେମାନେ ଅନାଇ ବସିଛନ୍ତି ୨୫ ତାରିଖକୁ ।
ହରଡ଼ଘଣାରେ ପଡ଼ିଛନ୍ତି ବିଜେଡି ନେତା । ପ୍ରଚାର ବେଳେ ଘେରୁଛନ୍ତି ଜନତା । ପଚାରୁଛନ୍ତି କାହିଁକି ପୂରଣ କଲେନି ପ୍ରତିଶ୍ରୁତି?
ବିଜେପି ସରକାର ଆସିଲେ ଛତିଶଗଡ଼ ଭଳି ଓଡ଼ିଶାରେ ବି ୩୧ଶହ ଟଙ୍କାରେ ଧାନ କିଣାଯିବ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ହାଇଦ୍ରାବାଦର ନାରଖୁଡ଼ା ଅଞ୍ଚଳର ଏକ ଭିଡିଓରୁ ଏଭଳି ଆଶଙ୍କା କରାଯାଉଛି ।
କେମିତି ଥିଲା ଭାରତର ପ୍ରଥମ ସାଧାରଣ ନିର୍ବାଚନ? ଭୋଟରମାନେ କିଭଳି ମତସାବ୍ୟସ୍ତ କାରିଥିଲେ ? ଆପଣ ଜାଣିଛନ୍ତି କି ? ଭାରତର କିଛି ଗାଁ ପାକିସ୍ତାନକୁ ଚାଲିଯାଇଥିଲା। ଏମିତି ଆହୁରି ଅନେକ କିଛି ଘଟିଥିଲା ଆମ ଭାରତର ଇତିହାସରେ।
ଖାଲି ଯିଏ ସୁଖ ସ୍ୱଚ୍ଛନ୍ଦରେ ଅଛି, ସେ ଯେ ଭଲ ପାଠ ପଢ଼ିବ ଆଉ ଗରୀବ ଘରର ପୁଅ ଝିଅ ପାଠ ପଢ଼ିବାରୁ ବଞ୍ଚିତ ହେବ ତାହା ନୁହେଁ । ଜଣେ ଗୁପଚୁପ୍ବିକାଳି ଝିଅ ହେଉଛନ୍ତି CBSE ଦଶମ ପରୀକ୍ଷାରେ ଟପ୍ପର । ୯୬% ମାର୍କ ରଖି ଚର୍ଚ୍ଚାକୁ ଆସିଛନ୍ତି ।
ମତେ କ୍ୟାନ୍ସର.... ଡାକ୍ତର କହୁଛନ୍ତି ଏବେ କାଳେ ଚତୁର୍ଥ ଷ୍ଟେଜ୍ । ଆଉ ବେଶୀ ଦିନ ବଞ୍ଚିବିନି । ହୁଏତ ଏଇଟା ମୋର ଶେଷ ଭୋଟ୍। ପୁଅରେ ମେତେ ତୁ ଭୋଟ୍ଦେବାକୁ ନେଇଚାଲେ ।
ମତଦାନ କେନ୍ଦ୍ର ଆଗରେ ଠିଆ ହୋଇଥିବା ପୋଲିଂ ଅଧିକାରୀଙ୍କ ଗାଡ଼ି ସାମ୍ନାରେ ଚାଲିଛି ଆଲୋଚନା। ଇଭିଏମ୍ ଠିକରେ ସିଲ୍ ହୋଇଛି କି ନାହିଁ, ସେନେଇ ଅଧିକାରୀଙ୍କୁ ପଚାରି ବୁଝୁଥିଲେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ। ୪ ସଂସଦୀୟ କ୍ଷେତ୍ରର ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଛି ।
ଗଣମାଧ୍ୟମରେ ଘନ ଘନ ବିଜ୍ଞାପନ ସହ ନିର୍ବାଚନୀ ସଭାରେ ସମାନ କଥା କହି ବୁଲୁଛନ୍ତି ବିଜେଡି ନେତା।
ଲୁହା ଫ୍ରେମ୍ ତଳେ ଚାପି, ମୋଡ଼ି ମକଚି ଯାଇଛି ବହୁ ସଂଖ୍ୟକ କାର୍ ଓ ଅନ୍ୟ ଯାନବାହନ ।
ଗତକାଲି ପାଟ ପଟୁଆର ସହ ଆସି ମଧ୍ୟ ନାମାଙ୍କନ ନକରି ଫେରିଯାଇଥିବା ରହସ୍ୟରୁ ପରଦା ହଟାଇଲେ ମାହାଙ୍ଗାର ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ।
କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା “ଅପରେସନ ହ୍ବାଇଟ ସ୍ପାଇଡର” ମାଧ୍ୟମରେ ଚଳିତ ବର୍ଷ ଜାନୁଆରି ମାସରୁ ଏପ୍ରିଲ ୩୦ ତାରିଖ ସୁଦ୍ଧା ୪୬ଟି ବେଆଇନ ବ୍ରାଉନସୁଗର କାରବାର ଜନିତ ମାମଲାରେ ମୋଟ ୮୦ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
କୁଢ କୁଢ ମଲା ମାଛରେ ଭର୍ତ୍ତି ହୋଇଗଲା ଜଳାଶୟ। ରହସ୍ୟମୟ ଭାବେ ମୃତ୍ୟୁବରଣ କଲେ ଦୁଇଲକ୍ଷରୁ ଅଧିକ ମାଛ। କାରଣ ଜାଣି ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ।
72 ବର୍ଷରେ ସେ ଚଳାଉଛନ୍ତି JCB, ଟ୍ରକ, ବସ ଓ ବୁଲଡୋଜର ଭଳି ଭାରୀଯାନ। ଏପରିକି ତାଙ୍କ ପାଖରେ ଅଛି 11ଟି ଯାନର ଡ୍ରାଇଭିଂ ଲାଇସେନ୍ସ୍। ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ ନାଁ। କିନ୍ତୁ କଥାଟି ପୁରା ସତ ଓ ମହିଳା ଜଣକ ବି ଆମ ଭାରତର। ଦେଖନ୍ତୁ ଏହି ରିପୋର୍ଟ