ଜୁଭେନାଇଲ୍ ଡ୍ରାଇଭିଂ ସହ ନିୟମ ଖିଲାପକାରୀ ଗାଡ଼ିଙ୍କୁ ଧରିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚାଲିଛି ରାଜ୍ୟବ୍ୟାପୀ ଧରପଗଡ଼ । ଆଜି ଦ୍ୱିତୀୟ ଦିନରେ ବି ଚାରିଆଡୁ ଆସିଛି ନାବାଳକ ଚାଳକଙ୍କ ଗାଡ଼ିକୁ ଫାଇନ୍ ଆଦାୟର ଖବର । ଦୁଇ ଦିନରେ ଏ ସଂପର୍କିତ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଚାଲାଣ କଟା ଯାଇଥିବା କହିଛି ଏସଟିଏ । ସେପଟେ ସୁନ୍ଦରଗଡ଼ରେ ଏକ ବସ୍କୁ ହୋଇଛି ୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍ ।
Published By: Satyendu Shekher Mishra
Last updated: 30 July 2024, 10:11 PM IST
ନାବାଳିକା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଉଥିବା ବେଳେ ପୁରୀ ବଳଙ୍ଗା ଥାନାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବଳଙ୍ଗା ଥାନା ବାହାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡି ନେତାମାନେ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ସହ ପ୍ରବଳ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।