Nua O Scheme
ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ । ଠିକ୍ ନିର୍ବାଚନ ପୂର୍ବରୁ ପୁରୁଣା ବିଜେଡି ସରକାର ଏହି ଯୋଜନାରେ ବିଞ୍ଚି ଥିଲେ କୋଟି କୋଟି ଟଙ୍କା । ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ଲାଗି ମାସକରେ ୫ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ବାଣ୍ଟିଥିଲେ ୫୨୬ କୋଟି ଟଙ୍କା । କିନ୍ତୁ ନୂଆ ସରକାର ଆସିବା ପରେ ଏହି ଯୋଜନାର ଭାଗ୍ୟ କଣ ହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ । କାହିଁକି ନା ଚଳିତ ବଜେଟରେ ଏଥିପାଇଁ ହୋଇନି ବ୍ୟୟ ବରାଦ । ମାସକରେ ତତ୍କାଳୀନ ବିଜେଡି ସରକାର ବାଣ୍ଟିଥିଲେ ୫୨୬ କୋଟି ଟଙ୍କା । ଛାତ୍ରଛାତ୍ରୀଙ୍କ ଭୋଟ୍ ହାତେଇବାକୁ ରାତାରାତି ଆଣିଥିଲେ ନୂଆ ଓ' ଛାତ୍ରବୃତ୍ତି ଯୋଜନା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)