ଗୁଜରାଟ ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ପରେ ଆରମ୍ଭ ହୋଇଛି SIT ତଦନ୍ତ। ନିଆଁ କେମିତି ଲାଗିଲା? ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ଏସମସ୍ତ ଘଟଣାର ଅନୁଧ୍ୟାନ କରିବାକୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଅଗ୍ନିକାଣ୍ଡରେ ଏବେ ଯାଏଁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ୧୨ ଜଣ ଶିଶୁ ଥିବା କୁହାଯାଉଛି। ଆହୁରି କିଛି ଜଣେ ଗୁରତର ଆହତ ହୋଇଛନ୍ତି। ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।
ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ମାମଲାରେ ପୂର୍ବରୁ ଅଟକ ରଖିଥିଲା ପୋଲିସ ।
ଦିଲ୍ଲୀରେ ଘଟିଛି ଆଉ ଏକ ଅଘଟଣ। ଇଷ୍ଟ ଦିଲ୍ଲୀ ବିବେକ ବିହାରରେ ଥିବା ଏକ ଶିଶୁ ମେଡିକାଲରେ ନିଆଁ ଲାଗି ଏତେ ବଡ଼ ଅଘଟଣ ଘଟିଛି। ଗତକାଲି ମଧ୍ୟରାତିରେ ମେଡିକାଲରେ ନିଆଁ ଲାଗି ଯାଇଥିଲା। ଫଳରେ ଚାହୁଁ ଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ଅଗ୍ନିଶମବାହିନୀ ପହଞ୍ଚି ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।
ଭୋଟ୍ ଦେଲା ଓଡ଼ିଶା। ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ମନପସନ୍ଦର ପ୍ରତିନିଧି ବାଛିଛନ୍ତି ମତଦାତା।
ସରିଛି ଚଳିତ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ। ଆଜି ଦେଶର ମୋଟ ୫୮ଟିଲୋକସଭା ଆସନରେ ମତଦାନ ହୋଇଛି। ତେବେ ଆଜି ଷଷ୍ଠ ପର୍ଯ୍ୟାୟରେ ଜାତୀୟ ରାଜଧାନୀ ଦିଲ୍ଲୀ ଭୋଟ୍ ଦେଉଥିବାରୁ ଏଠିକାର ବିଭିନ୍ନ ମତଦାନ କେନ୍ଦ୍ରକୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ହୋଇଥିଲା।
ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ। ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି। କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଛି ତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଛି।
ଓଡ଼ିଶା ପାଇଁ ବିଭିନ୍ନ ଯୋଜନାରେ ମୋଦି ଦେଇଥିବା ଟଙ୍କାକୁ ଖାଇଗଲେ ତାମିଲ ରିମୋଟ୍ କଣ୍ଟ୍ରୋଲର। ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ୟାମ୍ପେନରେ ଆସି ଆଜି ଏଭଳି ଢଙ୍ଗରେ ନବୀନ ସରକାରକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।
ନିର୍ବାଚନ ପାଇଁ ବିଜେଡିର ମୁଖ୍ୟ ପ୍ରସଙ୍ଗ ମାଗଣା ବିଜୁଳି । ହେଲେ ବିଜେଡି ମୁଖିଆଙ୍କ ସହ ପାଣ୍ଡିଆନଙ୍କୁ ବି ଧୋଇଦେଲେ ଏହି ମଉସା ।
କୃତ୍ରିମ ଅଙ୍ଗ ଦ୍ୱାରା ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି ଟିଙ୍କେଶ କୌଶିକ ।
ଚୋରି ହୋଇଗଲା ସିବିଲ ଜର୍ଜଙ୍କ ପୋଷା କୁକୁର। ଖୋଜି ଖୋଜି ନାକେଦମ ପୋଲିସ ।
ନବୀନଙ୍କୁ ବନ୍ଧନମୁକ୍ତ କରିବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଓଡ଼ିଶା ବିଜେପି ଚିଠି ଲେଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭି.କେ. ପାଣ୍ଡିଆନ ବନ୍ଧନ କରି ରଖିଥିବା ଲେଖିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି
ନିର୍ବାଚନ ଜିତିଲେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଭୋଟ୍ ଋତୁରେ ଭୋଟରଙ୍କ ପାଇଁ ଫ୍ରି ବିଜୁଳି ଘୋଷଣା କରିଛି ବିଜେଡି । ତେବେ ବିଜେଡିର ଏଇ ବିଜୁଳି ଥୋପ ଆଉ ଗ୍ରାଉଣ୍ଡରେ ବାସ୍ତବତା ଭିତରେ ଆକାଶ ପାତାଳ ଫରକ । ଦିନ ହେଉ କି ରାତି, ହାତପଙ୍ଖାକୁ ଆଉ ବିଶ୍ରାମ ନାହିଁ ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ । ଆସନ୍ତାକାଲି ସକାଳ ୭ରୁ ପଡିବ ଭୋଟ୍ । ସ୍ୱଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି କରାଯାଇଛି । ସେହିପରି ୱେବ୍ କାଷ୍ଟିଂ ଜରିଆରେ ସମ୍ବେଦନଶୀଳ ବୁଥଗୁଡ଼ିକ ଉପରେ ରହିଛି ନିର୍ବାଚନ କମିଶନଙ୍କ ନଜର । ଏହି ପର୍ଯ୍ୟାୟରେ ଅଧିକାଂଶ ହାଇପ୍ରୋଫାଇଲ୍ ଲଢେଇ ଦେଖିବାକୁ ମିଳିବ ।
ରାତି ପାହିଲେ ତୃତୀୟ ପାଳି ଭୋଟ୍ । ତାଆଗରୁ ଘୁରି ବୁଲୁଛି ମାଳ ମାଳ ନୋଟ୍...
ପୁରୀର ଅଠାଇଶ ଗାଁ । ପୂଜା ପାଆନ୍ତି ସିଦ୍ଧ ବଳରାମ ଦେବ । ଜାଣନ୍ତୁ ମହାପ୍ରଭୁଙ୍କ ଆଉ ଏକ ସୁନ୍ଦର ଲୀଳା
ଏମିତି ମନ୍ଦିର... ଯେଉଁଠି ବାରମ୍ବାର ରୂପ ବଦଳାନ୍ତି ଭଗବାନ । ଗୋଟିଏ ଦିନରେ ତିନି ତିନିଟି ରୂପ ଧାରଣ କରନ୍ତି । ମା’ଙ୍କ ଏହି ଚମତ୍କାର ଦେଖି ଭକ୍ତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଧ୍ୟାତ୍ମିକ ହୋଇଉଠେ ମନ୍ଦିର ପରିସର ।
ବସୁଧା ଯୋଜନା କାହାପାଇଁ ? ଡ୍ରିଙ୍କ ଫ୍ରମ୍ ଟ୍ୟପ୍ କାହାପାଇଁ ? ସରକାରଙ୍କ ମାଳମାଳ ଯୋଜନା କହାପାଇଁ ? ଗାଁକୁ ପାଣି ଟୋପାଏ ନମିଳିବାରୁ ଭୋଟ୍ ଦେଲେନି ଗ୍ରାମବାସୀ ।
ଦିନେ ଥିଲେ ଗାଁର ସରପଞ୍ଚ । ଏବେ ସାଂସଦ ପ୍ରାର୍ଥୀ ହୋଇ ଲଢ଼ୁଛନ୍ତି ନିର୍ବାଚନ । ସରପଞ୍ଚ ହେବା ପୂର୍ବରୁ ଯେମିତି ଥିଲେ, ସରପଞ୍ଚ ହେବା ପରେ ବି ଠିକ୍ ସେଇଆ । ଦେଖୁ ନାହାନ୍ତି କେମତି କାନ୍ଧରେ କଦାଳ ଧରି ବାହାରିଛନ୍ତି କ୍ଷେତକୁ ।
ଆପଣଙ୍କ ସମ୍ମୁଖରେ ଥିବା ଏ ଗାଡି ଗୋଟାଏ ସାଧାରଣ ଜିପ୍ ନୁହେଁ। ଇଏ ନିଜ ଛାତିରେ ୫୦ବର୍ଷର ଅମଳିନ ସ୍ମୃତି ଧାରଣ କରିଛି। ବିଜୁ ବାବୁଙ୍କଠାରୁ ନେଇ ନିଳମଣୀ ରାଉତରାୟ, କେଡେ କେଡେ ରାଜନେତାଙ୍କୁ ଛାତିରେ ଧରି ବୁଲେଇଛି, ନିର୍ବାଚନ ଜିତେଇଛି। ହେଲେ ଆଜି ସେ ପାଲଟିଯାଇଛି ଗୋଟାଏ ସାଧାରଣ ’ଶବ ବାହାକ’ ।
ଗଲା କିଛି ଦିନ ଭିତରେ ନବୀନ, ରାଜଧାନୀରେ ତିନି ତିନିଟି ରୋଡ୍ ସୋ କରିଥିବା ବେଳେ କେଉଁ ଗୋଟିଏ ରୋଡ୍ ସୋ'ରେ ବି ସେମିତି ଭିଡ଼ ଦେଖିବାକୁ ମିଳିନଥିଲା ।
ପ୍ରଥମ ଓ ଦ୍ୱିତୀୟ ଦଫା ଭଳି ତୃତୀୟ ଓ ଚତୁର୍ଥ ପାଳି ଭୋଟ୍ ପୂର୍ବରୁ ଶାସକ ବିଜେଡି ଉପରେ କେନ୍ଦ୍ରୀୟ ନେତାଙ୍କ ପ୍ରଚଣ୍ଡ ପ୍ରହାର । ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତ ସେପଟେ ସମ୍ବଲପୁର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନବୀନ ଏବଂ ପାଣ୍ଡିଆନଙ୍କୁ ଧୂଲେଇ କରିଛନ୍ତି ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍ ମୁହାଁ । ସ୍କ୍ୱାଡ୍ ଜଗିବ ଅନ୍ଧାରୀ ବିଜେ ।
ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ । ଶାସନକୁ କବ୍ଜା କରି ରାଜ୍ୟ ବିକାଶକୁ ୫୦ ବର୍ଷ ପଛକୁ ନେଇ ଯାଇଛି ଏଠିକାର ବାବୁରାଜ୍। ଆଜି ଏମିତି ପ୍ରଚଣ୍ଡ ହମଲା କରିଛନ୍ତି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ।
ମହାପ୍ରଭୁ ସିନ୍ଧ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହୁଏ କୋଠ ଭୋଗ । ଦେଖନ୍ତୁ ମହାପ୍ରଭୁଙ୍କ କୋଠ ଭୋଗ ଓ ଜାଣନ୍ତୁ କାଳିଆ ଆଉ ଏକ ଲୀଲା
ପୁଅର କଥା କହି କହି କାନ୍ଦୁଛି ମା’ । କୋହ ସମ୍ଭାଳି ପାରୁନି, କି କଥା ବି ଠିକ୍ ସେ କହିପାରୁନି । କେବଳ ପୁଅର କଥାକୁ ମେନେପକାଇ ବାହୁନି ବାହୁନି ଆଖିରୁ ଲୁହ ଝରାଉଛି । କେମିତି ଅବା କୋହ ସମ୍ଭାଳିବ । ସିଏ ପରା ମା’ ।