• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କର୍ଣ୍ଣାଟକ ଷ୍ଟାଇଲ୍‌ ଏବେ ହାଇଦ୍ରାବାଦ୍‌ରେ । ଭୋଟରଙ୍କୁ ସଚେତନ କରିବା ପାଇଁ ସାଧାରଣ ବ୍ୟବସାୟୀ ଆରମ୍ଭ କରିଛନ୍ତି ଅଭିଯାନ । କର୍ଣ୍ଣାଟକ ଭଳି ଏଠାରେ ବି ଭୋଟରଙ୍କ ପାଇଁ ବ୍ୟବସାୟୀମାନେ ଦେଉଛନ୍ତି ସ୍ପେସାଲ ଡିସ୍‌କାଉଣ୍ଟ । ହାଇଦ୍ରାବାଦ୍‌ରେ ଆପଣ ଯଦି ଭୋଟ ଦେବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଅଟୋରେ ଦେବାକୁ ପଡ଼ିବନି ଟଙ୍କା । କାରଣ ସେ ଆପଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଭୋଟ କେନ୍ଦ୍ରକୁ ନେଇଯିବ । ଆଉ ଭୋଟ ଦେଇ ସାରିଲେ ପୁଣି ଘରେ ଛାଡ଼ିଦେବ । 

ଆଜ୍ଞା ହଁ, ଏମିତି କିଛି ଅଫର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଅଫର କେବଳ ଭୋଟରଙ୍କ ପାଇଁ ଆଉ ଭୋଟ ଦେବାକୁ ଯାଉଥିବା ଲୋକଙ୍କ ପାଇଁ ଉଦ୍ଧିଷ୍ଟ । ବିଭିନ୍ନ ଟ୍ରାଭେଲ ଏଜେନ୍ସି ପକ୍ଷରୁ ଏହି ଅଫର ଘୋଷଣା କରାଯାଇଛି । ଖାଲି ସେତିକି ନୁହେଁ, ବିଭିନ୍ନ ହୋଟେଲ ତଥା ସ୍ନାକ୍ସ ଦୋକାନରେ ଭୋଟର ମାନଙ୍କ ପାଇଁ ସ୍ପେସାଲ ଡିସକାଉଣ୍ଟ ବ୍ୟବସ୍ଥା କରିଛନ୍ତି ବ୍ୟବସାୟୀ ।

ତେବେ ସବୁଠାରୁ ବଡ଼ କଥା ହେଲା, ଏମିତି ଅଫର ଦେବା ପାଇଁ ସେମାନଙ୍କୁ କେହି ପ୍ରବର୍ତ୍ତାଇ ନାହାନ୍ତି କି କୌଣସି ରାଜନୈତିକ ଦଳ ତାଙ୍କୁ ଟଙ୍କା ଦେଇ ନାହିଁ । ସେମାନେ ନିଜ ଇଚ୍ଛାରେ ସହରୀ ଭୋଟରଙ୍କୁ ସଚେତନ କରିବା ଉଦେଶ୍ୟରେ ତଥା ଅଧିକରୁ ଅଧିକ ମତଦାନ ଉଦେଶ୍ୟରେ ଏଭଳି ଅଫର ଘୋଷଣା କରିଛନ୍ତି । କେବଳ ଖାଇବା ଦୋକାନ ନୁହେଁ କି ଟ୍ରାଭେଲ୍ସ ନୁହେଁ ଆମ୍ୟୁଜମେଣ୍ଟ ପାର୍କରେ ବୁଲିବାକୁ ହେଲେ ମଧ୍ୟ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଡିସ୍‌କାଉଣ୍ଟ ରହିଛି । ଅନ୍ୟପଟେ କେବଳ ବଡ଼ ବଡ଼ ଟ୍ରାଭେଲ ଏଜେନ୍ସି ନୁହନ୍ତି, ଅଟୋ ବାଲା, ଟାକ୍ସିବାଲା ବି ମାଗଣା ଅଫର ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ଭୋଟରଙ୍କ ପାଇଁ ପ୍ରେରଣା, ଦୁଇ ହାତ ନାହିଁ ତଥାପି ଦେଲେ ଭୋଟ ! ଦେଖନ୍ତୁ ଭିଡିଓ...

ତେବେ ଏହି ଅଫର କେବଳ ଭୋଟ ପଡ଼ିବା ଦିନ । ଅର୍ଥାତ୍ ମେ’ ୧୩ ଏବଂ ୧୫ ତାରିଖ ଦିନ ।

ଆମେ ସମସ୍ତେ ଜାଣିଛନ୍ତି ସହରାଞ୍ଚଳରେ ମତଦାନ ପ୍ରତିଶତ ସବୁଠାରୁ କମ୍‌ । ଗାଁ ବା ରୁରାଲ ଅଞ୍ଚଳରେ ଯେଉଁ ପରିମାଣର ଭୋଟ୍ ପୁଲିଂ ହୋଇଥାଏ, ସେହି ତୁଳନାରେ ସହରୀ ଲୋକ ଭୋଟ ଦେବାକୁ ଯାଇ ନଥାନ୍ତି । କାରଣ ସହରରେ ଲୋକେ ଭୋଟ ଦେବା ପାଇଁ ବିଶେଷ ଇଚ୍ଛା ପ୍ରକାଶ କରିନଥାନ୍ତି । ଭୋଟ ଦିନ ଅଫିସ ଛୁଟି ଥାଏ, ତେଣୁ ସେମାନେ ପରିବାର ସହ ସମୟ ବିତାଇଥାନ୍ତି ଆଉ ଛୁଟିର ମଜା ନେଇଥାନ୍ତି । ଠିକ୍‌ ସେହିଭଳି ଭୋଟରଙ୍କୁ ଘରୁ ବାହାରି ଭୋଟ କେନ୍ଦ୍ରକୁ ଆସିବା ପାଇଁ ସଚେତନ କରିବା ଉଦେଶ୍ୟରେ ଏହି ସବୁ ଅଫର ରଖିଛନ୍ତି ବ୍ୟବସାୟୀ । 

ପୂର୍ବରୁ କର୍ଣ୍ଣାଟକ ଭୋଟରଙ୍କୁ ନିଦରୁ ଉଠାଇ ଭୋଟ ଦେବା ପାଇଁ କର୍ଣ୍ଣାଟକରେ ଏମିତି କିଛି ଅପର ଘୋଷଣା କରିଥିଲେ ବ୍ୟବସାୟୀ । ଯାହା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।