ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ତାତିଲେ ବିଜେପି କର୍ମୀ.. କଳାପତାକା ଦେଖାଇ ନାରାବାଜୀ କଲେ.. ଶତାଧିକ ବିଜେପି କର୍ମୀଙ୍କୁ ପାର୍ଟି ଅଫିସରୁ ଉଠାଇ ନେଲା ପୋଲିସ
ସରକାରଙ୍କ ଚାପରେ ପୋଲିସ୍ ବର୍ବରତା କରିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି ।
୧୬ ମାସ ହୋଇଗଲା ପିହୁ ନିଖୋଜ ହେବାର । କିନ୍ତୁ ଆଜି ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ତଦନ୍ତ ହୋଇ ପାରିନାହିଁ । ଏପରି ଅଭିଯୋଗ କରିଛନ୍ତି ପିହୁର ମା । ଶୁଣନ୍ତୁ ତାଙ୍କର ପୁରା ଅଭିଯୋଗ ।
ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍ କରୁଥିଲେ। ଶେଷରେ ପୋଲିସ୍ ହାତରେ ତାଙ୍କର ଏହି କାରନାମା ଧରାପଡ଼ିଛି।
କଇଁଛ ଚୋରା ଚାଲାଣର ପର୍ଦ୍ଦାଫାସ । ଯାଜପୁର ଜିଲ୍ଲା ବରି ଥାନା ପୋଲିସ ମୂଳଝରି ଗାଁରୁ ୪୩ଟି କଇଁଛ ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।
ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଜିଳ୍ଲାପାଳ ଏବଂ ଏସ୍ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। ଯାହାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ସେଭଳି ବ୍ୟକ୍ତିଙ୍କୁ ଧରି ଏସପି, ଜିଲ୍ଲାପାଳ ବୁଲୁଛନ୍ତି।
ରାଜଧାନୀରେ ବଡ଼ ଧରଣର ଚୋରି। ଘରେ ପଶି ୨୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ନେଇ ଯାଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ହେଉଛି ଲକ୍ଷ୍ମୀସାଗର ବୈରାଗୀ ନଗର ଅଞ୍ଚଳର। ଘଟଣା ସ୍ଥଳରୁ ପୂରା ରିପୋର୍ଟ ଦେଉଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ୍
ମାଲକାନଗିରି ତୁଳସୀ ପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ; ମାଓ ଶିବିର ଚାଲିଥିବା ସୂଚନା ପାଇ କମ୍ବିଂ ବେଳେ ଗୁଳି ବିନିମୟ ହୋଇଛି। ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଛି
ପାର୍ବଣ ଭିଡ଼ ଏଡ଼ାଇବା ପାଇଁ ଫୁଲବାଣୀ ସହରରେ ପୋଲିସର ଫ୍ଲାଗ ମାର୍ଚ । ୨ ପ୍ଲାଟୁନ ପୋଲିସ ଫୋର୍ସ ସହରର ବିଭିନ୍ନ ମାର୍କେଟରେ କଲା ଫ୍ଲାଗ ମାର୍ଚ
ଭୁବନେଶ୍ୱର ପିଏମଜିକେ ୧୦ ଫୁଟ ଉପରକୁ ଉଠିଲା କାର । ଡ୍ରାଇଭର ନିଶାଖାଇ ସ୍କର୍ପିଓ କାର କୁ ଭାବିଲେ ଏରେପ୍ଲେନ୍ , ବିଳମ୍ୱିତ ରାତିରେ ଦୃତ ଗତିରେ କାର ଚଳାଇ ମର୍ମନ୍ତୁଦ ଦୁର୍ଘଟଣା
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା।
ଚୋରି ଟଙ୍କାରେ ବିଭିନ୍ନ ଜାଗା ବୁଲିବା ସହ କଲଗାର୍ଲରେ ଉଡାଉଥିଲା। ବିଜେବି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରି ଜେଲ୍ ଯାଇଥିଲା। ଜେଲ୍ରେ ଅନ୍ୟ ଜଣେ ଚୋର ସହ ମିଶି କୁଖ୍ୟାତ ଲୁଟେରା ପାଲଟି ଯାଇଥିଲା। ଏଯାଏଁ ୫ କୋଟି ଚୋରି କରିଥିଲେ ବି ମାତ୍ର ୧୪ଶହ ଆକାଉଣ୍ଟରେ ଅଛି।
ଚଢାଉ ପାଇଁଁ ଯାଇଥିବା ଖୋଦ୍ ବିଏମସି ଜୋନାଲ ଡେପୁଟି କମିଶନର ଅଶୁମାନ ରଥଙ୍କ ସହ ଲିଫ୍ଟରେ ଫସିଗଲେ ଆଉ ଜଣେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ।ଏମିତିକି ଲିଫ୍ଟର ଥିବା ଏମର୍ଜେନ୍ସି ଆଲାର୍ମ ଦେବା ସତ୍ତ୍ୱେ ସେଥିରୁ ମଧ୍ୟ ପାୱାର ବନ୍ଦ କରିଦେଇଥିଲେ ବାର କର୍ମଚାରୀ। ଫଳରେ ୪୦ମିନିଟ୍ ଧରି ଲିଫ୍ଟରେ ଫସିରହିଲେ ଚଢାଉ କରିବାକୁ ଯାଇଥିବା ସ୍କ୍ୱାଡ୍।
ହେଲମେଟ ଚେକିଂ ବେଳେ ଉତ୍ତେଜନା। ପ୍ରଥମେ ପାଟିତୁଣ୍ଡ ତା’ପରେ ପୋଲିସ-ବାଇକ୍ ଚାଳକଙ୍କ ମଧ୍ୟରେ ଧସ୍ତାଧସ୍ତି।
ଦୁର୍ବୃତ୍ତମାନେ ତାକୁ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ। ରକ୍ତର ହୋଲି ଖେଳିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ମାତ୍ର ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମିଜମା କିମ୍ୱା ପୂର୍ବଶତ୍ରୁତାରୁ ହାଣିଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ।
ସ୍ଥାନୀୟ ପୋଲିସ୍ ଅଧକାରୀଙ୍କ କହିବାନୁସାରେ କିଶୋର ନିଖୋଜ ଥିବା ନେଇ ବାପା ଏମ୍ଆଇଡିସି ଥାନାରେ ଅଭିଯୋଗ କରିଥିଲେ। କିଶୋର ମୋବାଇଲରେ ପବଜି ଖେଳି ନିଜ ମା'ର ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି । ଏହା ଜାଣିବା ମାତ୍ରେ ତାଙ୍କ ବାପା କିଶୋରଙ୍କୁ ଗାଳି ଦେଇଥିଲେ ।
ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ । ସୀମା ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ।
ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ କଥା ହୋଇଛନ୍ତି ଓ ଦରକାର ପଡ଼ିଲେ ମିଜୋରାମ ରାଜଧାନୀ ଆଇଜଲକୁ ନିଜେ ଯାଇ କଥା ହେବେ ବୋଲି କହିଛନ୍ତି। ତେବେ ଆସାମ ସରକାର ପ୍ରଥମେ, ସୀମାରୁ ପୋଲିସ ଫୋର୍ସ ସହ ଅସାମାଜିକ ତତ୍ୱଙ୍କୁ ଅପସାରଣ କରିବାକୁ ଦାବି କରିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ।
ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଯେତେ ଖୋଳିଲେ ସେତେ ବାହାରୁଛି । ଯେତିକି ବାହାରିଲେ ସେତିକି ସସ୍ପେନ୍ସ ବଢୁଛି । ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ହାତଲେଖା ।
ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବାବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍। ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ଚ୍ୟାଲେଞ୍ଜ ମୋଡକୁ ଆସିଛି ପୋଲିସ୍।