ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ।
ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ । ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସକୁ ଆକ୍ରମଣ ପାରିବାରିକ କଳହକୁ ନେଇ ୧୧୨କୁ କଲ୍ କରିଥିଲେ ବାପା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣ କରିଥିଲା ପୁଅ ୨ ପୋଲିସ କର୍ମଚାରୀ ଆହତ, ଅଭିଯୁକ୍ତ ଫେରାର୍ ।
ଗଣମାଧ୍ୟମକୁ ସୂଚନା ଦେଇ ଅଭୟାଙ୍କ ବାପା କହିଛନ୍ତି ଯେ ମାମଲାକୁ ରଫାଦଫା କରିବା ପାଇଁ ପୋଲିସ ତରବରିଆ ଭାବେ ମୃତଦେହକୁ ପୋଡି ଦେଇଥିଲା ଏବଂ ଚୁପ୍ ରହିବା ପାଇଁ ପୋଲିସ ତାଙ୍କୁ ଲାଞ୍ଚ ଯାଚୁଥିଲା ।
ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଲୋକେ । ଘର ଭାଙ୍ଗିବା ସହ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କଲେ । ନୟାଗଡ଼ ରାଜସୁନାଖଳା ଅଞ୍ଚଳରେ ଘଟିଛି ଏମିତି ବର୍ବରୋଚିତ ଘଟଣା।
ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅଘଟଣ । ଅଗ୍ନିଶମ କନଷ୍ଟେବଲଙ୍କ ଉପରକୁ ଗରମ ପାଣି ଫିଙ୍ଗିଲେ ହାବିଲଦାର ।
ଦିନେ କି ଅଧେ ନୁହେଁ, ମାସେ କି ବର୍ଷେ ବି ନୁହେଁ । ବର୍ଷ ବର୍ଷ ଧରି ବେଆଇନ ମଦର ପସରା ବସାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ମାଫିଆ ।
ବାଂଲାଦେଶକୁ ଲମ୍ବିଛି ଭୁବନେଶ୍ୱରର ସିମ୍ ବକ୍ସ ଲିଙ୍କ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରାଉଚରା ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
କଟକ ତ୍ରିଶୁଳିଆ ବ୍ରିଜ୍ ଉପରୁ କାଠଯୋଡ଼ି ନଈକୁ ଡେଇଁବା ଘଟଣାରେ ଟୁଇଷ୍ଟ। ରାତିରେ ଭରାନଈକୁ ଡେଇଁଥିଲେ, ରାତି ପାହିଲାବେଳକୁ ପୁରୀ ଘାଟ ଥାନାରେ ହାଜର ହୋଇଗଲେ।
ଆଜି ଦ୍ୱିତୀୟ ଦିନରେ ବି ଚାରିଆଡୁ ଆସିଛି ନାବାଳକ ଚାଳକଙ୍କ ଗାଡ଼ିକୁ ଫାଇନ୍ ଆଦାୟର ଖବର । ଦୁଇ ଦିନରେ ଏ ସଂପର୍କିତ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଚାଲାଣ କଟା ଯାଇଥିବା କହିଛି ଏସଟିଏ ।
ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍ପେଣ୍ଡ ନେଇ ସୂଚନା । କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସେ ସସ୍ପେଣ୍ଡ ହୋଇଥିବ ସୂଚନା ମିଳିଛି ।
ସାବଧାନ ଅଭିଭାବକ । ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ ।
ସାଧାରଣ ଲୋକଟିଏ ହଇରାଣ ହେଉଥିବାର ଦେଖି ଥାନାରେ ପଶିଲେ । ଆଉ ଥାନାରେ ଅଧିକାରୀଙ୍କ ଉପରେ ବର୍ଷିଲେ ଜଗତସିଂହପୁରର ନୂଆ ବିଧାୟକ ଅମରେନ୍ଦ୍ର ଦାସ ।
ଏଣିକି ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ କଲେ ହେବ କଡା କର୍ଯ୍ୟାନୁଷ୍ଠାନ । ହାର୍ଲି ଡେଭିଡସନ୍, BMW ବାଇକ୍ରେ ଧରିବ ପୋଲିସ । ସିଧା ଯିବେ ଜେଲ୍ ।
ଦିନେ ଯିଏ ବନ୍ଧା ହୋଇ ଜେଲ୍ ଯାଇଥିଲା, ସେହି ନକଲି ଡାକ୍ତର ଜେଲରୁ ବାହାରି ପୁଣି ଚଳାଇଲା ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇ କାହା ପାଇଁ ଔଷଧ ଲେଖୁଥିଲା ତ ଆଉ କାହାର ଡାଏଲିସିସ୍ କଲା ।
ପୁଣି ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର ଅଭିଯୋଗ । ରାଉରକେଲା ସରକାରୀ ଡାକ୍ତରଖାନାରେ ପଦ୍ମନାଭନ୍ ମୁଖି ନାମକ ଜଣେ ବ୍ୟକ୍ତିଙ୍କୁ ନକଲି ଡାକ୍ତର ଆଶଙ୍କା କରି ନିଜ ହେପାଜତକୁ ନେଇ ଖୋଳତାଡ଼ କରୁଛି ପୋଲିସ ।
ରାଜଧାନୀର ବିଭିନ୍ନ ଥାନା ଅଂଚଳରେ ଥିବା ହୋଟେଲ ଓ ଲଜ୍ରେ କମିସନରେଟ ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି ।
ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟାପ୍ରିତି ମହଙ୍ଗା ପଡ଼ିଛି । ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି।
ବନମାଳି ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛନ୍ତି- ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ବୟାନ ଦେବାକୁ ପୋଲିସ୍ ତାଙ୍କ ଉପରେ ଜୁଲମ କରିଛି ଓ ଡରରେ ସେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି, ଯାହାକୁ ପୋଲିସ୍ ମୋବାଇଲରେ ବି ରେକର୍ଡ କରିଛି ।
ଇସ୍ରାଏଲ ବିରୋଧରେ ସାରା ଆମେରିକାରେ ତେଜୁଛି ଅସନ୍ତୋଷ । ବିଭିନ୍ନ ୟୁନିଭର୍ସିଟିରେ ଜୋରଦାର ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଗିରଫ ହେଲେଣି ।
ଏଠାରେ ଅପରାଧ ହ୍ରାସ ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସମାନତା । ଏଠାରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ମଧ୍ୟରେ ପାର୍ଥକ୍ୟ ଖୁବକମ୍ । ଟଙ୍କା ପାଇଁ କୌଣସି ମାରପିଟ୍ ହୁଏନାହିଁ ।
ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ବଡ଼ ପଦେକ୍ଷପ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ, ଏଣିକି ଧରିବ କ୍ରାଇମ୍ ଜିପିଟି ।
୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ । ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ ।
ମୃତଦେହ ସହ ୫ ବର୍ଷ । ଆଶ୍ଚର୍ଯ୍ୟ କଲେ ବି ଏହା ସତ୍ୟ ଘଟଣା । ନିବୁଜ ଘରୁ ମହିଳା ଉଦ୍ଧାର, ପାଞ୍ଚ ବର୍ଷ ଶବ ସହ ଥିଲେ ବନ୍ଦ...ପୋଲିସ ଦେଖି ହେଲା ଆଶ୍ଚର୍ଯ୍ୟ !
ଗତ ଜାନୁଆରୀ ୧୮ ରେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ପ୍ରାୟ ୭୪୬ କୃଷକ ଯାଇଥିଲେ । ବର୍ତ୍ତମାନ ସେ ସମସ୍ତ କୃଷକଙ୍କ ବିରୋଧରେ FIR ଦାଖଲ କରାଯାଇଛି ।
ଓଟିଭି ପ୍ରଭାବ । ବନ୍ଧାହେଲା ଦାଦନ ସର୍ଦ୍ଦାର । ତେଲେଙ୍ଗାନାରେ ବଲାଙ୍ଗିର ସୁଲେକେଲା ଗାଁର ନାବାଳିକା ବନ୍ଧକ ଘଟଣାରେ ଅଭିଯୁକ୍ତ ଦାଦନ ସର୍ଦ୍ଦାରକୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ଅଭିଯୁକ୍ତର ନାଁ ସମ୍ଭାରୁ ବନଛୋର ।