Advertisment

ଅଧିକ ପିଲା ପାସ୍‌ କଲେ, କଲେଜ୍‌ରେ ସିଟ୍‌ ସଂଖ୍ୟା ବଢାଇଲେ ସରକାର

ଯୁକ୍ତ ଦୁଇ ନାମଲେଖାକୁ ନେଇ ଦୂର ହୋଇଛି ଦ୍ୱନ୍ଦ୍ୱ? ଏଥର ସଂଖ୍ୟାଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଟ୍ ବୃଦ୍ଧି ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ। ଶେଷରେ ସାରା ରାଜ୍ୟରେ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମୋଟ୍ ୭୨ ହଜାର ସିଟ୍ ବୃଦ୍ଧି ନେଇ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆବେଦନ ହୋଇଥିଲା

author-image
Sarbeswar
ଅଦ୍ୟତନ ହୋଇଛି
ଅଧିକ ପିଲା ପାସ୍‌ କଲେ, କଲେଜ୍‌ରେ ସିଟ୍‌ ସଂଖ୍ୟା ବଢାଇଲେ ସରକାର

School

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ଦୁଇ ସିଟ୍। ସାରା ରାଜ୍ୟରେ ପ୍ରାୟ ୫୫ ହଜାର ସିଟ୍ ବୃଦ୍ଧି କରାଯାଇଛି। ଫଳରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଏବେ ପାଖାପାଖି ୫ ଲକ୍ଷ ସିଟ୍ ଉପଲବ୍ଧ ହେବ। ଆସନ୍ତା ୧୨ ତାରିଖରୁ ଆଡମିଶନ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ତେବେ କରୋନା ଦୃଷ୍ଟିରୁ ଏଥର କୌଣସି ସ୍ଥାନରେ ଆଡମିଶନ୍ ଫି ବଢିବ ନାହିଁ।

Advertisment

ଯୁକ୍ତ ଦୁଇ ନାମଲେଖାକୁ ନେଇ ଦୂର ହୋଇଛି ଦ୍ୱନ୍ଦ୍ୱ? ଏଥର ସଂଖ୍ୟାଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଟ୍ ବୃଦ୍ଧି ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ। ଶେଷରେ ସାରା ରାଜ୍ୟରେ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମୋଟ୍ ୭୨ ହଜାର ସିଟ୍ ବୃଦ୍ଧି ନେଇ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆବେଦନ ହୋଇଥିଲା। କଳାରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିବା ବେଳେ ୩୮ ହଜାର ସିଟ୍ ବୃଦ୍ଧିକୁ ଅନୁମତି ମିଳିଛି ସେହିଭଳି ବିଜ୍ଞାନରେ ୨୫ ହଜାର ସିଟ୍ ପାଇଁ ଆବେଦନ ହୋଇଥିବା ବେଳେ ୧୩ ହଜାର ଓ ବାଣିଜ୍ୟରେ ୪ ହଜାର ସିଟ୍ ପାଇଁ ଆବେଦନ ହୋଇଥିବାବେଳେ ୩ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି। ଏହାପରେ ମୋଟ୍ ସିଟ୍ ସଂଖ୍ୟା ପହଁଚିଛି ୪ ଲକ୍ଷ ୯୮ହଜାର ୨୫୪ ରେ। ପିଲାଙ୍କ ଆଡ଼ମିଶନ ପାଇଁ କୌଣସି ମତେ ସିଟ୍ ଅଭାବ ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ସେହିଭଳି କୋଭିଡ୍ ପାଇଁ ନାମଲେଖା ଫି କୌଣସି ସ୍ଥାନରେ ବୃଦ୍ଧି କରାଯିବ ନାହିଁ।

ସେପଟେ ଆସନ୍ତା ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର ୫ ଯାଏ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଆରେ ଅନ୍ଲାଇନରେ ଆଡ଼ମିଶନ ପାଇଁ ଆବେଦନ କରିପାରିବେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପକ୍ଷରୁ ଆବେଦନ କରିବା ପାଇଁ ସ୍ୱତନ୍ତ୍ର ଡେସ୍କ ଖୋଲାଯାଇଛି। ସେହିଭଳି ନାମଲେଖା ଦ୍ୱନ୍ଦ୍ୱ ଦୂର ହୋଇଥିବାରୁ ଉତ୍ସାହ ପ୍ରକାଶ କରିଛନ୍ତି ଉପାନ୍ତ ଅଂଚଳର ଛାତ୍ରଛାତ୍ରୀ।

Advertisment

ଚଳିତ ବର୍ଷ ଦଶମ ଶ୍ରେଣୀରେ ୬ ଲକ୍ଷରୁ ଅଧିକ ପିଲା ପାସ୍ କରିଥିବାବେଳେ ସିବିଏସଇ ଦଶମ ଶ୍ରେଣୀରେ ପାସ୍ କରିଛନ୍ତି ପ୍ରାୟ ୩୪ ହଜାର ଛାତ୍ରଛାତ୍ରୀ। ଯାହାକୁ ନେଇ ଆଡ଼ମିଶନ ଚିନ୍ତା ଘାରିଥିବା ବେଳେ ଦ୍ୱନ୍ଦ୍ୱ ଦୂର ହୋଇଛି।

Odisha Education State Govt
Advertisment
Advertisment