• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାରତ ଅଲିମ୍ପିକ୍ସ ପଦକ ଜିତିବା ପରେ ବଢୁଛି କ୍ରେଜ୍

  • ଅବହେଳିତ ଅବସ୍ଥାରେ ରହିଯାଇଛି ଅନ୍ତର୍ଜାତୀୟ ଖେଳାଳିଙ୍କ ଗାଁ

  • ସରକାରଙ୍କ ଯୋଜନା ଅନୁଯାୟୀ ଚାଲିଛି ବିକାଶ କାମ: ଜିଲ୍ଲାପାଳ

ରାଉରକେଲା, ସୁନ୍ଦରଗଡ଼ (ପଓ୍ୱନ ଅଗ୍ରଓ୍ୱାଲ,ବିଜୟ ବରୁଆ) : ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଟିମ୍ ଅଲିଂପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ହକିକୁ ନେଇ ଏଠି କ୍ରେଜ୍ ଆହୁରି ବଢିଛି ହକିର ଉନ୍ନତି ପାଇଁ ରାଉରକେଲାରେ ଷ୍ଟାଡିୟମ ସହ ଛୋଟବଡ଼ ପଡ଼ିଆ ମଧ୍ୟ କରାଯାଉଛି । ତେବେ ହକିରେ ଅନ୍ତର୍ଜାତୀୟ ସ୍ତରରେ ନାଁ କରିଥିବା ଅନେକ ଖେଳାଳି ଅଛନ୍ତି । ଯେଉଁମାନଙ୍କ ଗାଁ ଆଜି ବି ଅବହେଳିତ ଅବସ୍ଥାରେ ଏଠି ପ୍ରଶ୍ନ ଉଠୁଚି ଯଦି ସେସବୁ ଗାଁରେ ହକିର ବିକାଶ ପାଇଁ ପଦକ୍ଷେପ ନିଆଯାଇ ପାରନ୍ତା । ତେବେ ଆହୁରି ଅଧିକ ପିଲା ଅଲମ୍ପିକ୍ସରେ ଭାଗ ନେଇପାରନ୍ତେ ।

ଟୋକିଓ ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କର ଦମଦାର ପ୍ରଦର୍ଶନ ପରେ ଅସୁନ୍ଦରଗଡ଼ ଜିଲ୍ଲାର ହକି ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି । ତେବେ ଏଭଳି ଉତ୍ସାହ ଆଜିୁର ନୁହେଁ କାହିଁ କେଉଁ ସମୟରୁ ସୁନ୍ଦରଗଡ଼ ଜିଲ୍ଲାର ଗାଁଠାରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ସ୍ତର ଯାଏ ହକି ଖେଳ ଖେଳାଯାଉଛି । ଯେତେବେଳେ ଗାଁରେ ଖେଳ ପଡ଼ିଆ ନ ଥିଲାକି ଖେଳାଳିଙ୍କ ପାଖରେ ପଇସା ନଥିଲା । ସେତେବେଳେ ଦିଲୀପ ତିର୍କୀ ଯାଇ ଅନ୍ତର୍ଜାତୀୟସ୍ତରରେ ନାଁ କରିଥିଲେ । ଏବେ ରାଉରକେଲା ସହରର ଷ୍ଟିଲ ଟାଉନସିପ ଅଞ୍ଚଳରେ ଗଢ଼ି ଉଠିଛି ଛୋଟ ବଡ ବହୁ ଖେଳ ପଡିଆ । ତା ସାଙ୍ଗକୁ ଜିଲ୍ଲାରେ ଚାରି ଚାରିଟି ଆଷ୍ଟ୍ରୋଷ୍ଟ୍ରାଫ୍ କରାଯାଇଛି । ପଡ଼ିଆ ସୁବିଧା ହେବାରୁ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଏବେ ଖେଳ ପ୍ରତି ଆହୁରି ଆଗ୍ରହ ବଢ଼ିଛି । ଦିନକୁ ଦିନ ପ୍ରଶିକ୍ଷଣ ସୁବିଧା ମିଳୁଥିବାରୁ ପିଲାମାନେ ଭଲ୍ ପ୍ରଦର୍ଶନ କରୁଛନ୍ତି ବୋଲି ପ୍ରଶିକ୍ଷକ କହନ୍ତି ।

ଏସବୁ ଭିତରେ ବି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ହକି ଖେଳାଳିଙ୍କ ଗାଁକୁ ସେତେଟା ନଜର ଦେଇନାହାନ୍ତି ସରକାର । ଗତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କ ଗାଁ ଲୁଲୁକିଡିହା ଅବହେଳିତ ହୋଇ ରହିଯାଇଛି । କେବଳ ଦୀପଗ୍ରେସ ନୁହଁ, ପ୍ରବୋଧ ତିର୍କୀ ଓ ଇଗନେଶ ତିର୍କୀଙ୍କ ଭଳି ଖେଳାଳି । ଏହି ଗାଁରୁ ଯାଇ ଅଲିମ୍ପିକ୍ସରେ ଭାଗ ନେଇଛନ୍ତି ତା ସହିତ ବିନିତା ଟପ୍ପୋ, ଲିଲିମା କୁଜୁର, ଆନ୍ନା ରିତା କେରକେଟା ଓ ମୁକ୍ତାପ୍ରଭା ବାର୍ଲାଙ୍କ ଭଳି ଖେଳାଳି ମଧ୍ୟ ଏହିଠାରେ ବଢ଼ି ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଛନ୍ତି । ଲୁଲୁକିଡିହାରୁ ୨୦ ଜଣ ଖେଳାଳି ଜାତୀୟସ୍ତରରେ ଖେଳିଛନ୍ତି ହେଲେ ଗାଁରେ ଖେଳାଳିଙ୍କ ପାଇଁ କିଛି ବି ବ୍ୟବସ୍ଥା କରାଯାଇନାହିଁ । ଆଷ୍ଟ୍ରୋଟର୍ଫ, ଷ୍ଟାଡିୟମ ତ ଦୂରର କଥା ଗାଁରେ ଖେଳ ପଡ଼ିଆ ଟିଏ ନାହିଁ ।

ସେହିପରି ଆଉ ଏକ ଗାଁ ହେଲା ସଉନାମରା । ହକି ଖେଳାଳି ତଥା ପୂର୍ବତନ ଅଲିମ୍ପିଆନ ଦିଲୀପ ତିର୍କୀ, ଅଲିମ୍ପିଆନ ଅମିତ ରୋହିଦାସ ଓ ଆନ୍ତର୍ଜାତୀୟ ହକି ଖେଳାଳୀ ସୁଭଦ୍ରା ପ୍ରଧାନ, ଦୀପସାନ ତିର୍କିଙ୍କ ଗାଁ । ସଉନାମରାରେ ହକି ଖେଳର ଭିତ୍ତିଭୂମି ନାହିଁ । ଦିଲୀପ ତିର୍କୀ ତାଙ୍କ ସାଂସଦ ପାଣ୍ଠିରୁ ଆରମ୍ଭ କରିଥିବା ଆଷ୍ଟ୍ରୋ ଟର୍ଫ ଏଯାଏ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ । ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋଟର୍ଫ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ ବି ଏ ଦୁଇ ଗାଁ ପାଇଁ କିଛି ନାହିଁ । ତେବେ ହକିର ବିକାଶ ଲାଗି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ଚାଲିଛି । ତା ସାଙ୍ଗକୁ ଆହୁରି ଅନେକ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।