• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ଦୈନିକ କରୋନା ସଂକ୍ରମଣର ୧୧ହଜାର ଟ୍ରେଣ୍ଡ ଖସୁନି । ଏଣେ ଦେଶରେ ୩ ଲକ୍ଷ ମୁହାଁ ହେଲାଣି ସଂକ୍ରମଣ । ହେଲେ ଚିନ୍ତାର କଥା, ଦେଶରେ ଗତକାଲିର ସଂଖ୍ୟା ଅପେକ୍ଷା ଆଜି ଧାଏଁ କରି ବଢ଼ିଛନ୍ତି ପ୍ରାୟ ୪୫ ହଜାର ନୂଆ ଆକ୍ରାନ୍ତ । ଏଣେ କ୍ଷୀପ୍ର ସଂକ୍ରମଣକାରୀ ଭୂତାଣୁ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ରାଜ୍ୟରେ ଆଜି ଆଉ ୧୪୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଏହି ଭୂତାଣୁର ସଅଳ ଚିହ୍ନଟ ପାଇଁ ପହଞ୍ଚିଥିବା ୩୦ ହଜାର ଓମିସିୟୋର କିଟ୍ର ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି ଓ ପ୍ରଥମେ ଅଧିକ ସଂକ୍ରମିତ ଜିଲ୍ଲାକୁ ପଠାଯିବାକୁ ସ୍ଥିର କରାଯାଇଛି । ତେବେ ଓମିକ୍ରନ୍ ଶିଶୁଙ୍କ ପ୍ରତି ବିପଜ୍ଜନକ ନୁହେଁ ବୋଲି ଆଶ୍ୱସ୍ତିବାଣୀ ଶୁଣାଇଛନ୍ତି ଶିଶୁରୋଗ ବିଶେଷଜ୍ଞ ।

ଦୁଇ ଦିନ ହେଲା ନୂଆ ପଜିଟିଭ୍ ଗ୍ରାଫ୍ ତଳମୁହାଁ ଥିଲା । ହେଲେ ଆଜି ପୁଣି ଦୈନିକ ସଂକ୍ରମଣରେ ବିସ୍ଫୋରଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ ହଜାର ୯୭୦ ନୂଆ ଆକ୍ରାନ୍ତ। ଯାହାକି ଗଲାକାଲିର ନୂଆ ରୋଗୀ ସଂଖ୍ୟାଠାରୁ ଏକାଥରେ ପ୍ରାୟ ୪୫ ହଜାର ଅଧିକ । ଥାର୍ଡ ୱେଭରେ ଦେଶରେ ହୁ ହୁ ସଂକ୍ରମଣର ଏ ଅବୁଝା ରୂପ ଦେଖି ଚିନ୍ତିତ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଟେଷ୍ଟିଂ ବଢ଼ାଇବାକୁ ଗତକାଲି ବିଭିନ୍ନ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ ।

ଏଣେ ଆଜି ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଫେବ୍ରୁଆରୀ ୨୮ ଯାଏଁ ଆନ୍ତର୍ଜାତିକ ଯାତ୍ରୀ ବିମାନ ଚଳାଚଳ ବନ୍ଦ ଅବଧତ୍ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ି ବଢ଼ି ୯ହଜାର ପାଖାପାଖି ହେଲାଣି ।

ଓଡ଼ିଶାରେ ବି ଜାରି ରହିଛି ଦୈନିକ ସଂକ୍ରମଣରେ ୧୧ ହଜାର ପାର୍ ଟ୍ରେଣ୍ଡ । ଗତ ୨୪ ଘଣ୍ଟାରେ ୧୧ ହଜାର ୬୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪ ହଜାର ୩୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୨୧୯, କଟକରୁ ୮୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିନ୍ତାର କଥା ହେଲା ରାଜ୍ୟରେ ପୁଣି କରୋନା ମୃତ୍ୟୁ ସଂଖ୍ୟା ବଢ଼ିଛି ଓ ଦିନକରେ ଆଉ ୬ ଆକ୍ରାନ୍ତଙ୍କ ପ୍ରାଣହାନୀ ପରେ କରୋନା ମୃତ୍ୟୁସଂଖ୍ୟା ୮ ହଜାର ୪୯୪କୁ ବୃଦ୍ଧି ପାଇଛି ।

ସେପଟେ ରାଜ୍ୟରେ କରୋନାର ସଦ୍ୟ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ହାର ଅଧିକ ରହୁଛି, କିଛି ସ୍ଥାନରେ ଆର୍ ଭାଲ୍ୟୁ ବି ଅଧିକ ରହିବ । ତେବେ ଭୟଭୀତ ନହୋଇ ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢ଼ାଇବାକୁ କାର୍ଯ୍ୟ କରୁଛୁ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଲକଡାଉନ୍ କି ସଟଡାଉନ୍ ଭଳି ସ୍ଥିତି ଆସିନାହିଁ ।

ଏଣେ ରାଜ୍ୟରେ କ୍ଷୀପ୍ର ସଂକ୍ରମଣକାରୀ ଭ୍ୟାରିଆଣ୍ଟ ଓମିକ୍ରନ୍ର ସହଳ ଚିହ୍ନଟ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ବଳ ମିଳିଛି । ଓମିକ୍ରନ ପରୀକ୍ଷା ପାଇଁ ୩୦ ହଜାର ଓମିସିୟୋର କିଟ୍ ପହଞ୍ଚି ସାରିଥିବାବେଳେ ଏହାର ଡ୍ରାଏ ରନ୍ ଚାଲିଛି ଓ ଏହାକୁ ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଯେଉଁ ଜିଲ୍ଲାରେ ଅଧତ୍କ ପଜିଟିଭ କେସ୍ ଆସୁଛି, ସେଠାକୁ ଆଗେ କିଟ୍ ପଠାଯିବ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ ଓ ରାଉରକେଲାକୁ ଏହି କିଟ୍ ପଠାଯିବ । ଯାହାକି ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ସହାୟକ ହେବ ।

ସେପଟେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରଓ୍ୱାଲ୍ ଓମିକ୍ରନ୍ ସମ୍ପର୍କରେ ଆଶ୍ୱସ୍ତିବାଣୀ ଶୁଣାଇ କହିଛନ୍ତି ଯେ, ଛୋଟ ପିଲାଙ୍କ ପ୍ରତି ଓମିକ୍ରନ୍ ଭାରିଆଣ୍ଟ ସେତେଟା ବିପଜ୍ଜନକ ନୁହେଁ । ଦୈନିକ ପଜିଟିଭି ସଂଖ୍ୟାରୁ ଶୂନରୁ ୧୮ ବର୍ଷ ମଧ୍ୟରେ ଯେଉଁ ୧୦ରୁ ୧୫ ପ୍ରତିଶତ ପିଲା ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କଠାରେ ଥଣ୍ଡା ଓ କାଶ ଭଳି ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଛି । ଏହି ବର୍ଗର ମାତ୍ର ୧ ପ୍ରତିଶତ ଆକ୍ରାନ୍ତଙ୍କୁ ମେଡିକାଲ ଆଡମିଶନ କରିବାକୁ ପଡୁଛି । ତେଣୁ ଏଥିରେ ଅଭିଭାବକମାନେ ଆଦୌ ବିଚଳିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।

ଏଣେ ସଂକ୍ରମଣର ହଟସ୍ପଟ୍ ପାଲଟିଥିବା ଭୁବନେଶ୍ୱରରେ ବ୍ରେକ୍ ଦି ଚେନ୍ ଅଭିଯାନକୁ ଆହୁରି ଜୋରଦାର କରିଛି ବିଏମସି । ବଡ଼ ପଦକ୍ଷେପକ୍ରମେ ରାଜଧାନୀର ସମସ୍ତ ଦୈନିକ ହାଟ ଗୁଡିକୁ ସ୍ଥାନାନ୍ତର ଅର୍ଥାତ୍ ବିକେନ୍ଦ୍ରୀକରଣ କରାଯାଇଛି । ଆଜିଠୁ ୧ ନମ୍ବର ପରିବା ହାଟ, ୟୁନିଟ୍-୧ ହାଇସ୍କୁଲ ପଡିଆରେ ବସିଛି । ଦୋକାନ ଦୋକାନ ମଧ୍ୟରେ ୬ ଫୁଟ୍ ଦୂରତା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ୪ ନମ୍ବର ହାଟ ରେଡ଼କ୍ରସ ଭବନ ନିକଟକୁ ଉଠି ସାରିଥିଲା ।