/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644549416.jpg)
98 PC Covid Infections In Odisha Are Of Omicron Variant: ILS Report
ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି । ଜାନୁୟାରୀ ୨୭ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୬ଟି ନମୂନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୂନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।
ସେହିପରି, ଗଞ୍ଜାମ ଜିଲ୍ଲାରେ ୪୭ଟି ନମୂନାରୁ ୪୭ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଏଇଠି ଶତପ୍ରତିଶତ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ତାପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରୁ ମୋଟ ଜିନମ ସିକ୍ୱେନ୍ସିଂ କରାଯାଇଥିବା ୪୯ଟି ନମୂନାରୁ ୪୫ ଜଣ ଓମିକ୍ରନ୍ ସଂକ୍ରମିତ ରହିଛନ୍ତି । ୪ ଜଣଙ୍କ ଜିନମ୍ ସିକ୍ୱେନ୍ସିଂରୁ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା ।
ଅନ୍ୟପକ୍ଷେ, କଟକରେ ମଧ୍ୟ ଶତ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯାଇଥିଲା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ନିର୍ଦ୍ଦେଶକ ଅବଗତ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)