• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heavy Rainfall

puri
ଲଗାଣ ବର୍ଷା ଯୋଗୁଁ ବେହାଲ ପୁରୀ ସହର : ରାସ୍ତାରେ ଚାରି ଫୁଟ ଉଚ୍ଚର ପାଣି

ଲଗାଣ ବର୍ଷା ଯୋଗୁଁ ପୁରୀ ସହରରେ ଜୀବନଯାତ୍ରା ବ୍ୟାହତ । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହ ରାସ୍ତାରେ ଚାରିଫୁଟର ପାଣି ଲହଡ଼ି ମାରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମାର୍କଣ୍ଡେଶ୍ୱର ସାହିର ଜଗନ୍ନାଥ ବସ୍ତିର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Aparajita
ବସ୍ତିରେ ବୁଲିଲେ, ଘରେ କେମିତି ପାଣି ପଶିଛି ଦେଖିଲେ....ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ଅପରାଜିତା

ଲଗାଣ ବର୍ଷାରେ ଭୁବନେଶ୍ୱର ଜଳବନ୍ଦୀ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷ଼ଡଙ୍ଗୀ । ୨୧ ବର୍ଷର ଶାସନ ପରେ ରାଜଧାନୀର ସମସ୍ୟା ସମାଧାନ ହେଉନି। ଏନେଇ କଂପ୍ରେହେନସିଭ୍ ମାଷ୍ଟର ପ୍ଲାନ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି କହିଥିଲା। ଏମିତିକି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗତବର୍ଷ ଅପରାଜିତା ଚିଠି କରିଥିବା କହିଛନ୍ତି ।

Farmer Death
କେନାଲରେ ଭାସିଗଲେ ନବବିବାହିତ ଚାଷୀ

କେନାଲରୁ ବାହାରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାଣି ସୁଅରେ ସେ ଭାସି ଯାଇଥିଲେ। କମ୍ବେଶ୍ୱର ୬ମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ଅକାଳ ମୃତ୍ୟୁରେ ଗାଁ ରେ ଶୋକର ଛାୟା ଖେଳିଯାଇଛି। କମ୍ବେଶ୍ୱରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ କସିଛନ୍ତି।

Normal Life Affected As Heavy Rain Lashes Berhampur
ଭାଙ୍ଗିଲା ଶତାୟୁ ଘର, ନଷ୍ଟ ହେଲା ବହୁ ପୁରୁଣା ବହି

ବର୍ଷାର ତାଣ୍ଡବ। ବ୍ରହ୍ମପୁରରେ ଭାଙ୍ଗିଲା ଶତାଧିକ ବର୍ଷ ପୁରୁଣା ଘର।

Heavy Rain Lashes Odisha; Low-Lying Areas Of Cuttack Waterlogged
ବାଦାମବାଡିରେ ଘରେ ପଶିଲାଣି ପାଣି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଏହା ଅବପାତରେ ପରିଣତ ହୋଇଛି। । କଟକ ଜଳାର୍ଣ୍ଣବ । ଘରେ ପଶିଲାଣି ପାଣି । ଯାତାୟାତରେ ବାଧା ସୃଷ୍ଟି ହେଉଛି ।

LC 3 at all ports of odisha
୫୫ କିମି ବେଗରେ ବହିବ ପବନ ! ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଯେହେତୁ ଅବପାତର ସମ୍ଭାବନା ରହିଛି, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ଓ ଝଟ୍‌କା ପବନ ୬୫ କିମି ରହିବ। ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

Low Pressure Area Likely To Form
ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଉତ୍ତର-ପୂର୍ବ ଓ ଏହାର ତତ୍‌ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଏହାର ତତ୍‌ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

Heavy Rainfall Alert
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଏହି ୨ ଦିନ ପ୍ରବଳ ବର୍ଷା ହୋଇପାରେ

ଆସନ୍ତା ୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୬ ତାରିଖରେ ଲଘୁଚାପ ସୃଷ୍ଟି ହେଲେ ୬ ଓ ୭ ଏହି ୨ ଦିନ ପ୍ରବଳ ବର୍ଷା ହୋଇପାରେ। 

Heavy Rain In Odisha Till Aug 29; IMD Alert For Thunderstorm, Lightning In Next 24 Hrs
୧୧ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଆସନ୍ତା ୩୦ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି।

heavy rainfall in delhi
ଦିଲ୍ଲୀରେ ପ୍ରବଳ ବର୍ଷା, ଜଳବନ୍ଦୀ ସହରବାସୀ

ରାଜଧାନୀ ଦିଲ୍ଲୀରେ ଗତକାଲି ରାତିରୁ ଜାରି ରହିଛି ଲଗାଣ ବର୍ଷା। ଚାରିଆଡ ଜଳାର୍ଣ୍ଣବ। ଯେମିତି ଜଳବନ୍ଦୀ ଅବସ୍ଥାରେ ଅଛି ଦେଶର ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ ହୋଇ ଯାଇଛି।  

 Cloudburst
କାହିଁକି ହେଉଛି ବାଦଲ ଫଟା ବର୍ଷା?

ଏବେ ଚିନ୍ତା ବଢାଉଛି ବାଦଲ ଫଟା ବର୍ଷା। ସ୍ଥିତି ଏମିତି ହେଲାଣି ଯେ, ବାଦଲ ଫଟା ବର୍।ଆ ଯୋଗୁଁ ଅନେକ ସମୟରେ ବହୁମୂଲ୍ୟ ଜୀବନ ବି ଯାଉଛି। ତେବେ ଆପଣ ଜାଣିଛନ୍ତି କି? କେମିତି ଓ କାହିଁକି ହୁଏ ବାଦଲ ଫଟା ବର୍ଷା? ଯଦି ଆକାଶରେ ହଠାତ୍ ମେଘ ଘୋଟି ଆସେ ଏବଂ ତାହା ମାତ୍ର କେହି ମିନିଟ୍‌ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷିଥାଏ ତାହାକୁ ବାଦଲ ଫଟା ବର୍ଷା କୁହାଯ।ଏ। ଆଉ ଏହି ବର୍ଷା ସାଧାରଣ ବର୍ଷାଠାରୁ ବେଶ୍ ଭିନ୍ନ ମଧ୍ୟ। ସୂଚନା ଅନୁସାରେ ଏହି ବର୍ଷା ମାତ୍ର ୧୦ ସେକେଣ୍ଡ ମଧ୍ୟରେ ପାଖାପାଖି ୧ ସେଣ୍ଟିମିଟର୍‌ ପର୍ଯ୍ୟନ୍ତ ବର୍ଷିଥାଏ। ଏହି ବର୍ଷା ପ୍ରାୟତଃ ୧୦ କିମି ବ୍ୟବଧାନ ପର୍ଯ୍ୟନ୍ତ ହୋଇଥାଏ। ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର ଭାବରେ ଧନଜୀବନ ନଷ୍ଟ ହୋଇଥାଏ।

bridge swept away
ମଧ୍ୟପ୍ରଦେଶରେ ପ୍ରବଳ ବନ୍ୟା; ଆଖି ସାମ୍ନାରେ ଭାସିଗଲା ପୋଲ, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ଓ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଇଛି।

Rainfall Village Mawsynram
ଭାରତର ଏହି ଗାଁରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ

ବିଶ୍ୱର ସବୁଠାରୁ ସନ୍ତସନ୍ତିଆ ବା ଆର୍ଦ୍ରତା ସ୍ଥାନ ଭାବରେ ମେଘାଳୟର ମାସିନ୍‌ରାମର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଯାଇଛି। ବଙ୍ଗୋପସାଗର ଯୋଗୁଁ ଏଠାରେ ବହୁତ ଆର୍ଦ୍ରତା ଦେଖାଯାଏ। ଆହୁରି ମଧ୍ୟ, ଏଠାରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୧,୮୭୧ ମିମି। ଏହି ବର୍ଷା ଏତେ ଅଧିକ ଯେ ରିଓ ଡି ଜେନେରିଓରେ ଥିବା ୩୦ ମିଟର ଉଚ୍ଚ ଷ୍ଟାଚ୍ୟୁ ଅଫ୍ ଖ୍ରୀଷ୍ଟଙ୍କ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଆସିଯାଏ।

cloud brust in jamma and Kashmir
ବାଦଲଫଟା ବର୍ଷାରେ ୪ ମୃତ, ୩୫ ନିଖୋଜ

ବୁଧବାର ଭୋର ପ୍ରାୟ ୪ଟା ୨୦ରେ ବାଦଲ ଫାଟିଥିଲା। ପ୍ରବଳ ବର୍ଷାରେ ୫ ଘର ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ନିଖୋଜ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା, ପୋଲିସ ଏବଂ ପ୍ରଶାସନର ମିଳିତ ସହଯୋଗରେ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଉଛି। 

Mumbai Rain
ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର: ୩୬ ମୃତ

ଗତ ୩ ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ପ୍ରଥମେ ୩ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ତାହା ବଢି ୩୬ରେ ପହଞ୍ଚିଛି।ଏହାସହ ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।

Flood in china
ଚୀନରେ ପ୍ରଳୟଙ୍କରୀ ବନ୍ୟା: ମୁଣ୍ଡରେ ହାତ ଦେଲେଣି ଜିନ୍‌ପିଙ୍ଗ୍ !

୨୪ ଘଣ୍ଟାରେ ଝେଙ୍ଗଜୋ ପ୍ରଦେଶରେ ୫୫୨.୫ ମିଲିମିଟର ବର୍ଷା ହୋଇଛି। ଏଠାରେ ବର୍ଷକୁ ଯେତେ ବୃଷ୍ଟିପାତ ହୁଏ। ଏହା ତାର ୮୭ ପ୍ରତିଶତ। କାର ଓ ଅନ୍ୟ ଯାନବାହାନ ପାଣିରେ ଭାସୁଥିବା ବେଳେ ଘରଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Delhi NCR Rain
ସାଂଘାତିକ ବର୍ଷା, ରାତିରୁ ସକାଳ ଯାଏ ବର୍ଷିଲା ! ଅବସ୍ଥା ବେହାଲ..

ଦିଲ୍ଲୀରେ ପାଗ ପରିବର୍ତ୍ତନ ପରେ ବର୍ଷାରେ ବେହାଲ ରାଜଧାନୀ । ଦୀର୍ଘ ଦିନ ହେବ ଗରମ ଯୋଗୁଁ ତ୍ରାହି ତ୍ରାହି ଡାକୁଥିବା ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ବର୍ଷା ।

mumbai rain
ମାୟାନଗରୀ ମୁମ୍ବାଇରେ ମୂଷଳ ଧାରାରେ ବର୍ଷା : ୩୨ ମୃତ, ରେଳ ଓ ବିମାନ ସେବା ବାଧାପ୍ରାପ୍ତ

ମୁମ୍ବାଇରେ ବର୍ଷା ଏବଂ ଭୂସ୍ଖଳ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ଜୀବନ ଗଲାଣି । କେବଳ ଚେମ୍ବୁରରେ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି ।

water logging in Mumbai
ବାଣିଜ୍ୟ ନଗରୀ ମୁମ୍ବାଇରେ ଭୟଙ୍କର ବର୍ଷା ବିତ୍ପାତ 

ନଦୀ ଓ ସମୁଦ୍ରର ସ୍ଥିତି ରାତି ଅଧରେ ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିବାରୁ ଆକ୍ତାମାକ୍ତା ହୋଇପଡ଼ିଥିଲା ଜନଜୀବନ। ଏପଟେ ରାସ୍ତାଘାଟର ଦୃଶ୍ୟ ନକହିବା ଭଲ।

heavy rainfall
ଆଜିଠୁ ଓଡ଼ିଶାରେ ବଢ଼ିପାରେ ବର୍ଷାର ପରିମାଣ, ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଓଡ଼ିଶାରେ ଏବେ ମୌସୁମୀ ସ୍ୱାଭାବିକ ଥିବାବେଳେ ବର୍ଷାର ପରିମାଣ କମ୍ ରହିଛି। ଆଜିଠୁ ବର୍ଷାର ପରିମାଣ ବଢ଼ିପାରେ। ଏ ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଓ ବରଗଡ଼। ଏସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଓ ୧୪ ତାରିଖ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା […]

heavy rainfall
ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।