Advertisment

ତଳି ଅଞ୍ଚଳରେ ଜଳ ଜମିଲେ ହେବ ନିଷ୍କାସନ ବ୍ୟବସ୍ଥା: ମେୟର

ଉପକୂଳ ଦେଇ ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଯିବାର ସମ୍ଭାବନା ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Waterl logging in Bhubaneswar

ରାଜଧାନୀରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି। ବିଭିନ୍ନ ତଳି ଅଂଚଳର ସ୍ଥିତି ବୁଲି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାସ। ମେୟରଙ୍କ ସହ କର୍ପୋରେଟର ଓ ବିଏମସି ର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ। ଜମା ହୋଇନାହିଁ କି ଅସୁବିଧା ହୋଇନାହିଁ, ବିଭିନ୍ନ ଡ୍ରେନ ଉପରେ ନଜର ରହିଛି। ଅଧିକାଂଶ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ସମସ୍ୟା ହୁଏ ତେବେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ମେୟର କହିଛନ୍ତି।

Advertisment

ପାଣିପାଗ ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବ ବୋଲି କୁହାଯାଇଛି। ତଳି ଅଂଚଳ କି ବସ୍ତିରେ ପାଣି ଜମେ ତେବେ ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ଆଶ୍ରୟ ସ୍ଥଳ ପ୍ରସ୍ତୁତ ଅଛି। ଏ ଯାଏ କେହି ଆଶ୍ରୟସ୍ଥଳକୁ ଆସିନଥିବା ବେଳେ ତଳିଆ ଅଞ୍ଚଳରେ ଅଗ୍ନିଶମ ବାହିନୀ ସଜାଗ ରହିଥିବା କହିଛନ୍ତି ମେୟର ସୁଲୋଚନା ଦାସ।

ପ୍ରକାଶଥାଉକି, ବାତ୍ୟା ଆନ୍ଧ୍ର ସ୍ଥଳଭାଗ ଛୁଇଁବା ପରେ ସମୁଦ୍ର ଭିତରକୁ ଚାଲିଯାଇପାରେ। ପୁଣି ଉପକୂଳ ଦେଇ ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଯିବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। 

Advertisment
Heavy Rainfall Cyclone Impact In Odisha Cyclone Alert
Advertisment
Advertisment