Advertisment

ପ୍ରବଳ ବର୍ଷାରେ ବେହାଲ୍‌ ଚେନ୍ନାଇ: ଲହଡ଼ି ଭାଙ୍ଗୁଛି ବର୍ଷା ପାଣି, ସ୍କୁଲ୍‌ ବନ୍ଦ ନେଇ ଘୋଷଣା

ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଫଳରେ ତଳିଆ ଅଞ୍ଚଳରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Heavy Rain In Chennai

Heavy Rain In Chennai

ଚେନ୍ନାଇ: ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ ଓ ଏହାର ଆଖପାଖ ଅଞ୍ଚଳ। ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କକରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇ ଏବଂ ଅନ୍ୟ ୩ ଜିଲ୍ଲାରେ ଆସନ୍ତା ଦୁଇ ଦିନ ପାଇଁ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ପାଣିପାଗ ବିଭାଗର ସତର୍କ ସୂଚନା ପରେ ଚେନ୍ନାଇ ସମେତ ତିରୁଭାଲୁର, ଚେଙ୍ଗଲପଟ୍ଟୁ ଓ କାଞ୍ଚିପୁରମ୍ ଜିଲ୍ଲାରେ ସ୍କୁଲ ଓ କଲେଜକୁ ଆସନ୍ତା ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। କାଞ୍ଚିପୁରମ୍ ଓ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ବନ୍ୟା ସତର୍କତା ଜାରି କରାଯାଇଛି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରୁ ଚେନ୍ନାଇରେ ଏଭଳି ବର୍ଷା ଲାଗି ରହିଛି।

Advertisment

ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଫଳରେ ତଳିଆ ଅଞ୍ଚଳରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ମୁଖ୍ୟ ରାସ୍ତାରେ ଉପରେ ପାଣି ଜମି ରହିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଘର ଭିତରେ ବର୍ଷା ପାଣି ପଶିବାରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। 

ଚେନ୍ନାଇର କେକେ ନଗର ସର୍ବାଧିକ ପ୍ରଭାବିତ ହୋଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟଲାଗି NDRF ଟିମକୁ ଘଟଣାସ୍ଥଳକୁ ପଠାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ପ୍ରଭାବିତ ପେରାମ୍ବାଲୁର ଅଞ୍ଚଳ ବୁଲି ଦେଖିଛନ୍ତି। ଏହାସହ ଲୋକଙ୍କ ସ୍ଥିତି ପଚାରି ବୁଝିବା ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସହ କଥା ହୋଇ ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ପକ୍ଷରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। 

Heavy Rainfall Chennai Chennai Rains
Advertisment
Advertisment