Advertisment

ଦକ୍ଷିଣରେ ବର୍ଷା ବିତ୍ପାତ, ୨୧ ଜିଲ୍ଲାରେ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କଲା ପ୍ରଶାସନ

ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଛି। ବହୁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିବା ପରେ ସୁରକ୍ଷତି ସ୍ଥାନକୁ ଯିବାକୁ ସମୟ ପାଇନଥିଲେ ଲୋକେ।

author-image
Sarbeswar
Heavy Rain

Heavy Rain

ନୂଆଦିଲ୍ଲୀ: କିଛି ଦିନର ବିରତ ପରେ ତାମିଲନାଡୁରେ ପୁଣି ବର୍ଷା ବେହାଲ କରିଛି ଜନଜୀବନ। ରାଜଧାନୀ ଚେନ୍ନାଇ ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ଗତକଲିଠାରୁ ବର୍ଷା ଲାଗି ରହିଛି। ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ହୋଇଛନ୍ତି ଲୋକେ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଦୁଇ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟର ସବୁ ଉପକୂଳବର୍ତ୍ତୀ ଜିଲ୍ଲାଙ୍କ ପାଇଁ ରେଡ ଆଲର୍ଟ ଜାରି ହୋଇଥିବବେଳେ କିଛି କିଛି ସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା ତାମିଲନାଡୁର ଚେନ୍ନାଇ ସ୍ଥିତିକୁ ପୂରା ବେହାଲ କରିଦେଇଛି।

Advertisment

ବର୍ଷା ଲାଗି ରହିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୁଧବାର ୨ ସେମି ଯାଏ ବର୍ଷା ରେକର୍ଡ କରାଯାଇଥିଲା। ଏହା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୨୧ଟି ଜିଲ୍ଲାରେ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ଲଗାଣ ବର୍ଷା ଜନିତ ସ୍ଥିତିର ମୁକାବିଲା କରିବାକୁ ଚେନ୍ନାଇ କର୍ପୋରେସନରେ ଗୋଟିଏ ଓ୍ୱାର ରୁମ ପ୍ରସ୍ତୁତ କରାଯାଇଛି। ଯେଉଁଠାରେ ପୌରପାଳିକାର ଅଧିକାରୀମାନେ ରେଡ ଆଲର୍ଟ ଜନିତ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ।

ଏପଟେ ଲଘୁଚାପ ପ୍ରଭାବରେ ଉପକୂଳ ଆନ୍ଧ୍ରରେ ବି ଲାଗି ରହିଛି ବର୍ଷା ବିତ୍ପାତ। ଆନ୍ଧ୍ର ପ୍ରଦେଶର ନେଲୁର, ତିରୁପତି, ନେଲୋର ଓ କଡ଼ପା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ରାସ୍ତାଘାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଲାଗି ରହିବାରୁ ମନ୍ଦିର ନଗରୀ ତିରୁପତିର ରାସ୍ତା ଉପରେ ୫ରୁ ୭ ଫୁଟ ଉଚ୍ଚର ପାଣି ଚାଲୁଛି। ପାଣି ସୁଅରେ ଭାସିଯାଇଛି ଅନେକ ଗାଡ଼ି ମୋଟର।

Advertisment

ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଛି। ବହୁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିବା ପରେ ସୁରକ୍ଷତି ସ୍ଥାନକୁ ଯିବାକୁ ସମୟ ପାଇନଥିଲେ ଲୋକେ। ତେଣୁ ସେମାନଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ରଶି ଟାଣି ଉଦ୍ଧାର କରାଯାଇଛି। ସେହିଭଳି ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରକୋପ ଲାଗି ରହିଛି। ରାସ୍ତାରେ ବଡ଼ ବଡ଼ ଗଛ ଓ ବିଜୁଳି ଖୁଣ୍ଟି ଟଳି ପଡ଼ିଛି। ଚିତ୍ତୋର ଓ ପ୍ରକାଶମ୍ ଭଳି ଦକ୍ଷିଣ ଉପକୂଳ ଜିଲ୍ଲା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ସେପଟେ ତିରୁପତିରେ ବର୍ଷା ଜଳରେ ଗୋଟିଏ ସ୍କୁଲ ବସ ଡ୍ରେନ ମଧ୍ୟରେ ପଶି ଯାଇଥିଲା ତେବେ NDRF ଟିମ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସେପଟେ ଲଘୁଚାପ ବର୍ଷାର ପ୍ରଭାବ କର୍ଣାଟକର ବେଙ୍ଗଲୁରୁ। ବିଜୟ ନଗର ସହରରେ ବି ଦେଖିବାକୁ ମିଳିଛି। ଲଗାଣ ବର୍ଷା ଲାଗି ରହିଥିବାରୁ ଯାତାୟତରେ ବାଧା ଦେଖାଦେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବେଙ୍ଗଲୁରୁରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ମିଳିଛି। ବେଙ୍ଗଲୁରୁ ସହରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଲଘୁଚାପ ପ୍ରଭାବରେ ପୁଡୁଚେରୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ବର୍ଷା ଜଳର ଢେଉ ଖେଳୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଡୁଚେରୀ, କରାଇକାଲ ଏବଂ ତାମିଲନାଡୁ ସୀମାନ୍ତ ଜିଲ୍ଲାରେ ଅତି ପ୍ରବଳ ବର୍ଷାସମ୍ଭାବନା ରହବିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Heavy Rainfall Tamilnadu AP
Advertisment
Advertisment