/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742905507.jpg)
Unique Yellow Watermelons
ଖେତରେ ଲାଗିଛି ହଳଦିଆ ତରୁଭୁଜ । ଦେଖିବାକୁ ଯେତିକି ସୁନ୍ଦର, ସେତିକି ସୁଆଦିଆ । ଚାଷ ପାଇଁ ଖର୍ଚ୍ଚ କମ କିନ୍ତୁ ଲାଭ ବି ମିଳୁଛି ଅଧିକା । ପୂର୍ବରୁ ଆପଣ ଲାଲ୍ ଟହଟହ ତରଭୁଜ ଦେଖିଥିବେ, ହେଲେ ଇଏ ପୂରା ଗାଢ଼ ହଳଦିଆ ତରଭୁଜ । କଥାଟା ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ । ଏବେ ଗାଢ଼ ହଳଦିଆ ତରଭୁଜର ଚାଷ ଆମ ଓଡ଼ିଶାରେ ହୋଇପାରୁଛି । ତାଇଓ୍ବାନ ବ୍ରିଡର ତରଭୁଜ ଚାଷ କରି ଲକ୍ଷପତି ହୋଇପାରିଛନ୍ତି ଚାଷୀ ।
ଗ୍ରୀଷ୍ମ ପ୍ରବାହ ବଢ଼ିଲେ ତରଭୁଜର ଚାହିଦା ବଢ଼େ । ଆଉ ସେଥିପାଇଁ ମୟୂରଭଞ୍ଜ ଜିଲ୍ଲା ଦାନ୍ତିଆମୁହାଁ ଗାଁର ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ତରଭୁଜ ଚାଷ କରିଛନ୍ତି ଚାଷୀ । ପାଖାପାଖି ୪୦ ହେକ୍ଟର ଜମିରେ ଏହି ହଳଦିଆ ତରଭୁଜ ଚାଷ ହୋଇଛି । ତାଇଓ୍ବାନ ବ୍ରିଡ ହଳଦିଆ ତରଭୁଜର ବାସ୍ନା ଯେମିତି ସ୍ଵାଦ ମଧ୍ୟ ସେମିତି ।
ଅଧିକ ପଢ଼ନ୍ତୁ: ଅମଳ ବେଳେ ଅଭାବୀ ବିକ୍ରି, ଚାଷୀଙ୍କୁ ମିଳୁନି ଅଦାର ଉଚିତ ମୂଲ୍ୟ
ତେବେ ତାଇଓ୍ବାନ ବ୍ରିଡ ହଳଦିଆ ତରଭୁଜର ଦାମ୍ କିଲୋପ୍ରତି ୨୫ରୁ ତିରିଶି ଟଙ୍କାରେ ବଜାରରେ ବିକ୍ରି ହେଉଛି । ମୟୂରଭଞ୍ଚ ବ୍ୟତୀତ ବାରିପଦା, ବାଲେଶ୍ଵର, କଟକ, ଭୁବନେଶ୍ଵରକୁ ଏବଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ଚାଲାଣ କରାଯାଉଛି ।
ସବୁଠାର ବଡ଼ କଥା ହେଉଛି, ଏହି ତରଭୁଜ ଚାଷ ପାଇଁ ସାରର ଆବଶ୍ୟକ ପଡ଼େନି । ତରଭୁଜ ମଞ୍ଚିର ଦାମ ଅଧିକ ଥିଲେ ମଧ୍ୟ ଚାଷ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)