ସମୀର ବଦଳାଇ ଦେବେ କି ନିମାପଡ଼ା ସମୀରକରଣ ? ବିଜେପି ଖାତାକୁ ଯିବ କି ନିମାପଡ଼ା ଆସନ ? ଅସନ୍ତୁଷ୍ଟ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଆରମ୍ଭ ହୋଇଛି ଏଭଳି ଆକଳନ । ବିଜେଡି ଟିକେଟରୁ ତିନି ତିନି ଥର ବିଧାୟକ ହୋଇଥିବା ସମୀରଙ୍କୁ କିନ୍ତୁ ଏଥର ଭରସା କରିନଥିଲା ଦଳ । ଯେଉଁଥିପାଇଁ ସମୀର ଅସନ୍ତୁଷ୍ଟ ଥିଲେ । ହଜାର ହଜାର କର୍ମୀଙ୍କ ନେଇ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାର୍ଥୀ ଦିଲୀପ ନାୟକଙ୍କ ଟିକେଟ ବଦଳାଇବା ପାଇଁ ଚାପ ପ୍ରୟୋଗ କରିଥିଲେ ।
Published By: Satyendu Shekher Mishra
Last updated: 19 May 2024, 11:35 PM IST
ନେତାଙ୍କ ଚରିତ୍ର ରିପୋର୍ଟ ଦେଉଥିଲେ ପୋଲିସ୍ ବାବୁ । ପୋଲିସ୍ ବିଧାୟକଙ୍କ କଥା ଶୁଣୁନଥିଲା । ଯାଜପୁର ଜିଲ୍ଲାରେ ଏମିତି ଚାଲିଥିଲା ଶାସନ । ଏଭଳି ସାଂଘାତିକ ଅଭିଯୋଗ କରି ବିଜେଡିର ଗୁମର ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ।