Advertisment

AI, Deepfake କ’ଣ, ଆପଣ ଜାଣନ୍ତି କି ?

Deep Learning ରୁ ଏହି Deepfacke ଶବ୍ଦ ଆସିଛି। ଯାହାକି ଏକ ଟେକନିକାଲ ଟର୍ମ । AIକୁ ଉପଯୋଗ କରି ମଲ୍ଟିପୁଲ ଆଲଗୋରିଦମ୍ ବ୍ୟବହାରରେ କୌଣସି ଫେକ୍ କଣ୍ଟେଣ୍ଟକୁ ସତ୍ୟରେ ରୂପାନ୍ତରଣ କରିବାକୁ ଏହା ଗୋଟିଏ ପ୍ରକ୍ରିୟା। ଏଥିରେ ମଲ୍ଟିପୁଲ ଲେୟାର ଡାଟା ବ୍ୟବହାର ହୋଇଥାଏ ବୋଲି ଟେକନିକାଲ ଗବେଷଣା ସନ୍ଦର୍ଭ କହୁଛି।

author-image
Mihir Pattnayak
ଅଦ୍ୟତନ ହୋଇଛି
Rasmika AI

Rasmika AI

ଏହି ପାଠରେ ସଂଲଗ୍ନ ହୋଇଥିବା ଭିଡିଓ Deepfake ର ସାମାନ୍ୟତମ ଉଦାହରଣ। ଯାହା ଆପଣଙ୍କୁ ଦେଖିବାକୁ ସାଧାରଣ ଲାଗୁଥିବ। କିନ୍ତୁ ଆପଣ ଏନଜଏ କରୁଥିବେ। ରଶ୍ମିକା ମନ୍ଦନାଙ୍କ ଫ୍ୟାନ ହୋଇଥିଲେ ତାଙ୍କର ଏ ବୋଲ୍ଡ ଅନ୍ଦାଜ ଆପଣଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିବ। ପାଠକବନ୍ଧୁ ଆମେ କିନ୍ତୁ ଆପଣଙ୍କୁ ମିଛ ହିଁ କହିଛୁ। ଆମ ଥମ୍ବନେଲରେ ବ୍ୟବହୃତ ଫଟୋ ହେଉ କିମ୍ବା ଭିଡିଓ। ଏଥିରେ ରଶ୍ବିକା ମନ୍ଦନା ନାହାନ୍ତି, ଏ କଥା ଆପଣ ଜାଣି ନିଅନ୍ତୁ।

Advertisment

ଆମେ ମିଛ ଏଇଥିପାଇଁ କହିଲୁ, ଯେହେତୁ ଏ ଭିଡିଓରୁ ଫାଳେ ପୂରାପୁରି ମିଛ। AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟ୍ରେଣ୍ଡ ଆସିବା ପରେ ଏମିତି ଭିଡିଓ ସବୁ ଏବେ ଭାଇରାଲ ହେଉଛି। ଯାହାକୁ ଦେଖି, ଆପଣ ସତ ଭାବି ଧୋକା ଖାଇ ପାରନ୍ତି।

ଯୋଡିଏ ଭିଡିଓ ସମାନ୍ତରାଳ ଢଙ୍ଗରେ ଆପଣଙ୍କ ସମ୍ମୁଖରେ ରହିଛି। ଗୋଟିଏ ଥିରେ ଅଜଣା ଯୁବତୀ ଅଛନ୍ତି ଆଉ ଅପରପଟେ ସୁନ୍ଦରୀ ରଶ୍ମିକା ମନ୍ଦନା। ରଶ୍ବିକା ଏବେ ସିନେ ପ୍ରେମୀଙ୍କ ସ୍ବପ୍ନ ସୁନ୍ଦରୀ ପାଲଟିଥିବା ବେଳେ କେହି ତାଙ୍କର ଏଭଳି ଭିଡିଓ ପ୍ରସ୍ତୁତ କରିଛି। ଯାହାକି Deepfacke ଭିଡିଓର ପର୍ଯ୍ୟାୟଭୁକ୍ତ। ଏହା ଗୋଟିଏ ନୂଆ ଟ୍ରେଣ୍ଡ। AIର ଦୂରୁପଯୋଗ କରି କେହି ବି କାହାର ଏମିତି ଭିଡିଓ ପ୍ରସ୍ତୁତ କରିପାରିବ। ଯାହାକୁ ଦେଖାଇ ପରବର୍ତ୍ତି ସମୟରେ ଅଭିଯୁକ୍ତ ବ୍ଲାକମେଲ ବି କରିପାରେ। କିନ୍ତୁ ରଶ୍ମିକାଙ୍କ ଏହି ଭିଡିଓ ଧରାପଡିଯାଇଛି। ଲିପସିଂ ମିସମ୍ୟାଚ୍ ବା ହସ ମିଶି ନ ଥିବାରୁ ଭିଡିଓଟି ଫେକ ବୋଲି ଜଣାପଡିଛି।

Advertisment

ଏ ଭିଡିଓଟି ଜଣେ ବ୍ରିଟିସ୍ ମହିଳାଙ୍କର। ଯିଏ ସ୍ବଳ୍ପ ପୋଷାକରେ ଲିଫ୍ଟ ଭିତରକୁ ପ୍ରବେଶ କରୁଛନ୍ତି। ଭିଡଓଟି ଦେଖି କେହି ହ୍ୟାକର ଏଭଳି କରିଛନ୍ତି। ଦର୍ଶନକବନ୍ଧୁ ଏବେ ଆପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବେ ଯେ, Deepfacke ମାନେ କ’ଣ ?

Deep Learningରୁ ଏହି Deepfacke ଶବ୍ଦ ଆସିଛି। ଯାହାକି ଏକ ଟେକନିକାଲ ଟର୍ମ । AIକୁ ଉପଯୋଗ କରି ମଲ୍ଟିପୁଲ ଆଲଗୋରିଦମ୍ ବ୍ୟବହାରରେ କୌଣସି ଫେକ୍ କଣ୍ଟେଣ୍ଟକୁ ସତ୍ୟରେ ରୂପାନ୍ତରଣ କରିବାକୁ ଏହା ଗୋଟିଏ ପ୍ରକ୍ରିୟା। ଏଥିରେ ମଲ୍ଟିପୁଲ ଲେୟାର ଡାଟା ବ୍ୟବହାର ହୋଇଥାଏ ବୋଲି ଟେକନିକାଲ ଗବେଷଣା ସନ୍ଦର୍ଭ କହୁଛି।

ଏ ଭିଡିଓ ଦେଖିଲା ପରେ ଖୋଦ୍ ରଶ୍ବିକା ଦୁଃଖିତ ହୋଇଛନ୍ତି। ଏବଂ ମୁମ୍ବାଇ ପୁଲିସକୁ ଅଭିଯୋଗ କରିଛନ୍ତି। ଏକ୍ସ ହ୍ୟାଣ୍ଡେଲରେ ସାଇବର ପୁଲିସାର ଅଫିସିଆଲ ହ୍ୟାଣ୍ଡେଲରେ ଟ୍ୟାଗ ବି କରିଛନ୍ତି। କହିଛନ୍ତି ଭାଗ୍ୟ ଭଲ ଏହା ଧରାପଡିଛି। ଯଦି ମୁଁ ସ୍କୁଲ କି କଲେଜରେ ପଢିଲା ବେଳେ ଏ ଭିଡିଓ ଭାଇରାଲ ହୋଇଥାନ୍ତା ତେବେ କ’ଣ ହୋଇଥାନ୍ତା ଥରେ ଭାବନ୍ତୁ। ଏହି ଭାଇରାଲ ଭିଡିଓ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ବିଗ୍ ବି ଅମିତାଭ ବଚ୍ଚନ ବି ବି ଦାବି କରିଛନ୍ତି।

Cyber Blackmailing Rashmika Mandanna
Advertisment
Advertisment