Advertisment

ଝିଅ ଫୋନ୍‌ରେ କହିଲା ହ୍ୟାଲୋ; ଏହା ଶୁଣି ଡରରେ ଥରିଲେ ମା’

ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
Artificial Intelligence Scam

Theat ai scam cloned teenage girl voice

ପ୍ରତ୍ୟେକ ବାପାମାଆ ନିଜ ଝିଅମାନଙ୍କ ସୁରକ୍ଷା ପାଇଁ ସତର୍କ ରୁହନ୍ତି। ଅନେକ ସମୟରେ ସେମାନଙ୍କୁ ଏକୁଟିଆ ବାହାରକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଇ ନଥାଏ। ଥରେ ଭାବନ୍ତୁ ତ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ବାପାମାଆଙ୍କ ଅବସ୍ଥା କ’ଣ ହେବ?

Advertisment

ଆପଣ ଯଦି ଏହାର ବାସ୍ତବତା ଜାଣିବେ, ତେବେ ଆଶ୍ଚର୍ଯ୍ୟ ହେବେ। ଆପଣଙ୍କର ଯଦି ଝିଅ ଥିବ ତେବେ ତାଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତା କରିବେ।

ରିପୋର୍ଟ ଅନୁଯାୟୀ, ଆମେରିଆର ଆରିଜୋନା ନିବାସୀ ଜେନିଫର ଡିସେଫାନୋ ଏକ ସପ୍ତାହ ପୂର୍ବରୁ ଏକ କଲ ପାଇଥିଲେ। ଏହି ଫୋନ୍ ତାଙ୍କର ୧୫ ବର୍ଷର ଝିଅ ବ୍ରି’ଙ୍କର ଥିଲା। ସେ ସ୍କିଇଙ୍ଗ୍ ପାଇଁ ମେକ୍ସିକୋ ଯାଇଥିଲେ। ଫୋନ୍‌ରେ ଜେନିଫର୍ କିଛି କହିବା ପୂର୍ବରୁ ଝିଅର କାନ୍ଦ ଆସିଲା ​।

Advertisment

ସେ କହିବା ଆରମ୍ଭ କଲେ, ଯେ “ମା ମୋତେ ବଞ୍ଚାଅ। ଏ ଲୋକମାନେ ମତେ ମାରିଦେବେ। ଜେନିଫର୍ ପଚାରିଲେ - କ’ଣ ହେଇଛି? ବ୍ରି’ଙ୍କର ଉତ୍ତର ଥିଲା, ମା, ମୁଁ କିଛି ଭୁଲ କରିଦେଲି। ମୁଁ ଭୁଲ ସ୍ଥାନକୁ ଆସିଛି।” ଠିକ୍ ଏହି ସମୟରେ ଜଣେ ବ୍ୟକ୍ତିର ସ୍ୱର ଆସେ। ସେ ବ୍ରି’ଙ୍କୁ ମୁଣ୍ଡ ତଳକୁ କରି ଶୋଇବାକୁ କୁହନ୍ତି। ଏହା ଶୁଣି ମା’ ଭୟଭୀତ ହୋଇଯାଆନ୍ତି।

ବ୍ୟକ୍ତି ଜଣକ ବ୍ରି’ଙ୍କ ଠାରୁ ଫୋନ୍ ଛଡ଼ାଇ ଜେନିଫରଙ୍କୁ କହିଲା, ଶୁଣ, ମୁଁ ତୁମ ଝିଅକୁ ଉଠେଇ ଆଣିଛି। ଯଦି ପୋଲିସକୁ  ଖବର ଦିଆଯାଏ କିମ୍ବା ଆଉ କାହାକୁ ଡକାଯାଏ, ମୁଁ ତା’ ଶରୀରକୁ ଡ୍ରଗ୍ସରେ ଭରିଦେବି। ମୁଁ ୟାକୁ ମେକ୍ସିକୋରେ ଛାଡିବାକୁ ଯାଉଛି। ଏହି ସମୟରେ ପଛରୁ ପୁଣି ଝିଅ ବ୍ରି’ଙ୍କ ସ୍ୱର ଆସେ।

ମୋତେ ସାହାଯ୍ୟ କର। ଦୟାକରି ମୋତେ ବଞ୍ଚାଅ। ସେ ଜୋରରେ କାନ୍ଦୁଥିଲେ। ଜେନିଫର୍ ଏହା ଶୁଣି ଡରି ଗଲେ। ସେ ସଙ୍ଗେ ସଙ୍ଗେ ସେହି ବ୍ୟକ୍ତିଙ୍କୁ ପଚାରିଲେ - ତୁମକୁ କ’ଣ ଦରକାର? ବ୍ୟକ୍ତି ଜଣକ ପ୍ରଥମେ ଏକ ଲକ୍ଷ ଡଲାର ମାଗିଥିଲେ। ଯେତେବେଳେ ଜେନିଫର୍ କହିଥିଲେ, ତାଙ୍କ ପାଖରେ ଏତେ ଟଙ୍କା ନାହିଁ, ତେଣୁ ସେ ତାଙ୍କ ଚାହିଦାକୁ ୫୦ ହଜାର ଡଲାରକୁ ହ୍ରାସ କରିଥିଲେ।

ଜେନିଫର୍ ତୁରନ୍ତ ତାଙ୍କ ସ୍ୱାମୀଙ୍କୁ ଫୋନ୍ କରିଥିଲେ। ସେ କିନ୍ତୁ ନିଜ ଝିଅ ସହିତ ଥିଲେ। ଝିଅ ନିରାପଦରେ ଥିବା ଜଣାପଡିଲା। ଏହା ପରେ ସେ ତୁରନ୍ତ ୯୧୧କୁ ଜଣାଇଥିଲେ। ଅନୁସନ୍ଧାନ କରାଯିବା ପରେ ଜଣାପଡିଥିଲା ​​ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ବ୍ରି’ଙ୍କ ସ୍ୱର କ୍ଲୋନ କରାଯାଇଥିଲା। ଝିଅର ସ୍ୱର ମାଧ୍ୟମରେ ଜେନିଫରଙ୍କୁ ଧମକ ଦିଆଯାଉଥିଲା।

ଜେନିଫର କହିଛନ୍ତି, ମୁଁ କ୍ଷଣିକ ପାଇଁ ମଧ୍ୟ ସନ୍ଦେହ କରି ନ ଥିଲି ଯେ ଏହା ଝିଅର ସ୍ୱର ନୁହେଁ। ସ୍କାମର ବ୍ୟକ୍ତିଗତ ଭାବେ ମୋତେ ଭେଟିବାକୁ ଆସିବାକୁ ଯାଉଥିଲେ ଯାହାଦ୍ୱାରା ସେ ଟଙ୍କା ନେଇପାରିବେ। ମୋ ଝିଅ ସୁରକ୍ଷିତ ଥିବା ନ ଜାଣିବା ପର୍ଯ୍ୟନ୍ତ ମୁଁ କାନ୍ଦୁଥିଲି।

ପୋଲିସ ସୂଚନାନୁସାରେ, ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏକ ନୂଆ ବିପଦ। ଏହା ସାହାଯ୍ୟରେ, ଯେକୌଣସି ବ୍ୟକ୍ତିଙ୍କ ସ୍ୱରକୁ କ୍ଲୋନ୍ କରି ସେମାନଙ୍କ ପରିବାର ସଦସ୍ୟଙ୍କୁ ଧମକ ଦିଆଯାଇପାରେ ଆଉ ଟଙ୍କା ଆଦାୟ କରାଯାଇପାରେ। ଏଥିପାଇଁ କେବଳ ୩ ସେକେଣ୍ଡ୍ ଭଏସ୍ ନମୁନା ଆବଶ୍ୟକ ହୋଇଥାଏ।

ତେବେ ଏ କ୍ଷେତ୍ରରେ ଏକ ସ୍କୁଲ କ୍ରୀଡା କାର୍ଯ୍ୟକ୍ରମରୁ ଅପରାଧୀଙ୍କ ଦ୍ୱାରା ବ୍ରି’ଙ୍କ ଭଏସ୍ ନମୁନା ନିଆଯାଇଥିଲା। କାରଣ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ନ ଥିଲା। ଏକ ସାକ୍ଷାତକାର ମାଧ୍ୟମରେ ତାଙ୍କ ସ୍ୱର ରେକର୍ଡ କରାଯାଇଥିଲା।

Cyber Blackmailing Ajab Gajab
Advertisment
Advertisment