/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731056311.jpg)
Australia vs Pakistan 2nd ODI
ନିଜ ମାଟିରେ ମାଟି କାମୁଡ଼ି ହୋଇ ପଡ଼ିଲା କଙ୍ଗାରୁ ଟିମ୍ । ପାକିସ୍ତାନର ଦ୍ରୁତ ବୋଲରଙ୍କ ଆଗରେ ଫିକା ପଡ଼ିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ । ଯାହାଫଳରେ ହେଲା ଶୋଚନୀୟ ପରାଜୟ । ଆଡିଲେଡ୍ରେ ଚାଲିଥିବା ଦିନକିଆ ମ୍ୟାଚ୍ରେ ୧୬୩ ରନ୍ କରିଥିଲା ଅଷ୍ଟ୍ରେଲିଆ । ଯାହାକୁ ପିଛା କରି ପାକିସ୍ତାନ ୯ ୱିକେଟ୍ରେ ବିଜୟ ହାସଲ କରିଛି । ଫଳସ୍ୱରୂପ ଏହି ସିରିଜରେ ଆଗୁଆ ଥିବା ଅଷ୍ଟ୍ରେଲିଆ ଟିମ୍ ଦ୍ୱିତୀୟ ODIରେ ବ୍ୟାକଫୁଟ୍କୁ ଚାଲି ଯାଇଛି ।
ଆଡିଲେଡରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ପାକିସ୍ତାନ ଅଧିନାୟକ ରିଜୱାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍ ଆରମ୍ଭରୁ ବିଫଳ ହୋଇଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ । ତୃତୀୟ ଓଭରରେ ମ୍ୟାକଗର୍କଙ୍କ ପ୍ରଥମ ୱିକେଟ୍ ନେଇଥିଲେ ଆଫ୍ରିଦ୍ ପରେ ସପ୍ତମ ଓଭରରେ ସର୍ଟଙ୍କ ୱିକେଟ୍ ନେଇଥିଲେ । ହରିସ୍ ରୌଫ ସର୍ବାଧିକ ୫ଟି ୱିକେଟ୍ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ଅର୍ଡରକୁ ପୂରା ଧରାଶାୟୀ କରିଥିଲେ । କେବଳ ସ୍ମିଥ୍ ୩୫ ରନ୍ କରିଥିବା ବେଳେ ଆଉ କେହି ବି ୨୦ରୁ ଅଧିକ ରନ୍ କରି ପାରିନଥିଲେ । ଯାହାଫଳରେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ୍ ହରାଇ ୧୬୩ ରନ୍ କରି ପାରିଥିଲା ।
ଅଧିକ ପଢ଼ନ୍ତୁ: Mission 2036 Olympics: ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ, IOCକୁ ଚିଠି ଲେଖିଲା IOA
ପାକିସ୍ତାନ ବିଜୟ ଲକ୍ଷ ୧୬୪ ରନ୍କୁ ପିଛା କରି ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଦୁଇ ଓପନର ଆରମ୍ଭରୁ ଭଲ ପାଳି ଖେଳିଥିଲେ । ଆୟୁବ ୭୧ ବଲ୍ରୁ ୮୧ ରନ୍ କରିଥିବା ବେଳେ ଅବଦୁଲ୍ଲା ଶାଫିକ୍ ଅପରାଜିତ ୬୪ ରନ୍ କରିଛନ୍ତି ।
ଏପଟେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ଟେଷ୍ଟ ସିରିଜ ହାରିଥିବା ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ଖେଳିବା ସ୍ୱପ୍ନ ସୁତାଖିଅରେ ଝୁଲୁଛି। ଏବେ ଭାରତକୁ ଫାଇନାଲ ଖେଳିବାକୁ ହେଲେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ୫ ଟିକିଆ ଟେଷ୍ଟ ସିରିଜ୍କୁ ଅତି କମରେ ୪-୦ରେ ଜିତିବାକୁ ପଡ଼ିବ।
ଅଷ୍ଟ୍ରେଲିଆ ମାଟିରେ ଏପରି କାରନାମା କରିବା ବେଶ କଷ୍ଟକର। ଯଦି ଭାରତୀୟ ଟିମ ସିରିଜ ନ ଜିତିବ, ତା’ହେଲେ ଦଳକୁ ଫାଇନାଲ ଖେଳିବା ପାଇଁ ଅନ୍ୟ ଟିମର ଟେଷ୍ଟ ସିରିଜ୍ ରେଜଲ୍ଟ ଉପରେ ନିର୍ଭର କରିବ। ଏପରି ସ୍ଥିତିରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଖେଳିବେ କି ନାହିଁ, ତା’କୁ ନେଇ ସନ୍ଦେହରେ ରହିଛନ୍ତି। ନଭେମ୍ବର ୨୨ରୁ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ଖେଳିବ। ବ୍ୟକ୍ତିଗତ କାରଣ ପାଇଁ ରୋହିତ ଏହି ମ୍ୟାଚ୍ରେ ଉପଲବ୍ଧ ହେବେ କି ନାହିଁ, ସେକଥା ସେ ନିଜେ ମଧ୍ୟ ଜାଣି ନଥିବା କହିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିବା ପୂର୍ବରୁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। କିନ୍ତୁ ଦଳ ଏବେ ଦ୍ୱିତୀୟକୁ ଖସି ଆସିଛି। ତୃତୀୟ ସ୍ଥାନରେ ଥିବା ଶ୍ରୀଲଙ୍କା ଓ ଦ୍ୱିତୀୟରେ ଥିବା ଭାରତ ମଧ୍ୟରେ ବିଜୟ ପ୍ରତିଶତକ ପଏଣ୍ଟରେ ମଧ୍ୟ ଯଥେଷ୍ଟ ପାର୍ଥକ୍ୟ ନାହିଁ। ଏପରି ସ୍ଥିତିରେ ଭାରତକୁ ବର୍ଡର ଗାଭାସ୍କର ଟ୍ରଫିକୁ ଜିତିବାକୁ ପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)