• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଚିନ୍ତା ବଢାଇଲା କୋହଲିଙ୍କ ପୋଷ୍ଟ । ବିରାଟଙ୍କ ପୋଷ୍ଟକୁ ନେଇ ହଟଚମଟ ହେଲେ ଫ୍ୟାନ୍‌ । ଯିଏ ଦେଖିଲା ସିଏ ହେଲା ଆଶ୍ଚର୍ଯ୍ୟ ଚକିତ । କା଼ରଣ ପୋଷ୍ଟ ହିଁ ଥିଲା ସେମିତି । ଫ୍ୟାନ୍‌ ଭାବିଲେ ଅବସର ନେଇଗଲେ ରନ୍‌ ମେସିନ୍‌ । ଯାହାକୁ ନେଇ କିଛି ଫ୍ୟାନ୍‌ ବିବ୍ରତ ହେବା ସହ  କମେଣ୍ଟ ଦେବା ମଧ୍ୟ ଆରମ୍ଭ କରି ଦେଇଥିଲେ । 

ତେବେ ଘଟଣାଟି ହେଉଛି ବୁଧବାର ଦିନ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ଅଫିସିଆଲ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ ‘ଏକ୍ସ’ ( ପୂର୍ବରୁ ଟ୍ବିଟର୍‌ )ରେ ନିଜର ପୋଷାକ ଉଦ୍ୟୋଗ ‘ରୋଗନ୍’ର ୧୦ ବର୍ଷ ପାଳନକୁ ନେଇ ଏକ ପୋଷ୍ଟ କରିଥିଲେ । ଆଉ ‘ରୋଗନ୍’ର ନିରନ୍ତର ସଫଳତା କାମନା କରିଥିଲେ ।

ଅଧିକ ପଢ଼ନ୍ତୁ: ସଞ୍ଜୁ ସାମ୍‌ସନଙ୍କ ବାପାଙ୍କ ବିସ୍ପୋରକ ବୟାନ; କହିଲେ-ଧୋନି, ବିରାଟ ଓ ରୋହିତ ମୋ ପୁଅର କ୍ୟାରିୟର ନଷ୍ଟ କରିଦେଲେ

ଅବଶ୍ୟ, ଅନେକ ଫ୍ୟାନ୍‌ ପ୍ରଥମେ ଫଟୋକୁ ଦେଖି ଚକିତ ହୋଇଯାଇଥିଲେ । ଏମିତିରେ ଫଟୋରେ କ୍ୟାପସନ୍ ମଧ୍ୟ ଦେଇନଥିଲେ କୋହଲି । ଯାହାଫଳରେ ସମସ୍ତେ ଫଟୋକୁ ଦେଖି ଭାବି ନେଇଥିଲେ ଯେ ବିରାଟ କିଛି ବଡ଼ ଘୋଷଣା କରୁଛନ୍ତି ବୋଲି । ଗତ କିଛି ତଳେ କୋହଲି ଟି-୨୦ ଓ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଘୋଷଣା କରିବାବେଳେ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲେ । ପୁଣି ସେମିତି ଏକ ପୋଷ୍ଟକୁ ଦେଖି ଫ୍ୟାନ୍‌ ଚକିତ ହୋଇ ଯାଇଥିଲେ । 

ଏପଟେ ଟିମ ଇଣ୍ଡିଆର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ଉପରେ ନିଆଯିବ ବଡ଼ ନିଷ୍ପତ୍ତି । ଏଥିପାଇଁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ସମୟରେ ଅଷ୍ଟ୍ରେଲିଆରେ ରହିବାକୁ କୁହାଯାଇଛି । ସେ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ମିଶି ଭବିଷ୍ୟତର ଧଳା ବଲ କ୍ରିକେଟ ଟିମ ସହ ଟେଷ୍ଟ କ୍ରିକେଟର ରୋଡ ମ୍ୟାପ ପ୍ରସ୍ତୁତ କରିବେ । ଏଥିସହ ଗମ୍ଭୀରଙ୍କୁ ଅଗରକର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ ପରାମର୍ଶ ଦେଇପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । 

ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତ ଘରୋଇ ମାଟିରେ ୦-୩ରେ ହାରିବା ପରେ ଟିମ ମ୍ୟାନେଜମେଣ୍ଟ ପ୍ରଶ୍ନ ଘେରରେ ରହିଛି। ଫଳସ୍ୱରୂପ ଅଗରକରଙ୍କୁ ପୂରା ଟେଷ୍ଟ ସିରିଜ ସମୟରେ ଅଷ୍ଟ୍ରେଲିଆରେ ରହି ଗମ୍ଭୀରଙ୍କ ସହ ମିଳିତ ଭାବେ କାମ କରିବାକୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଟେଷ୍ଟରେ ଧୋନି ଓ ରୋହିତଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ

OTV is now on Whatsapp

Join and get latest news update delivered to you via whatsapp

Join Now