ସୁପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚାଲିଛି ହାଇଭୋଲଟେଜ୍ ମ୍ୟାଚ । ଆଜିର ଏହି ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ଫସିଗଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ । ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍ କରିଥିଲା ନ୍ୟୁଜିଲାଣ୍ଡ । ଯାହାଫଳରେ ଏହି ମ୍ୟାଚ୍ରେ ବିଜୟ ସହ ଚମ୍ପିଆନ୍ସ ଟ୍ରଫି ହାତେଇବାକୁ ଭାରତକୁ ୫୦ ଓଭରରେ ୨୫୨ ରନ୍ ଆବଶ୍ୟକ । ଆରମ୍ଭରୁ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ଖେଳିଥିଲା । କିନ୍ତୁ ସ୍ପିନର ବୋଲିଂ କରିବାକୁ ଆସିବା ସହ ନ୍ୟୁଜିଲାଣ୍ଡ ରନ୍ ସ୍କୋରିଂରେ ବ୍ରେକ୍ ଲାଗିଥିଲା । ଅଷ୍ଟମ ଓଭରରେ ଭାରତକୁ ପ୍ରଥମ ୱିକେଟ୍ ଦେଇଥିଲେ ବରୁଣ ଚକ୍ରବର୍ତ୍ତୀ । ମାତ୍ର ୧୫ ରନ୍ରେ ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବିହ୍ୟୁରେ ଫସିଥିଲେ ୟଙ୍ଗ୍। ଏହାପରେ ଭାରତୀୟ ସ୍ପିନର ନ୍ୟୁଜିଲାଣ୍ଡର ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନ୍ ପଠାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍ ସର୍ବାଧିକ ୬୩ ରନ୍ କରିଥିଲେ ।
Published By: Deviprasad Jena
Last updated: 09 March 2025, 06:39 PM IST
ଆଜି ହେଉଛି ସେସବୁକୁ ଭୁଲିବାର ଓ ଭାରତୀୟ ଫ୍ୟାନଙ୍କ କ୍ଷତରେ ମଲମ ମାରିବାର ଦିନ । ଟିମ୍ କିଓ୍ୱିଙ୍କୁ ସୁଧ ମୂଳ ସହ ସବୁ ଫେରାଇବାର ଆସିଛି ସୁବର୍ଣ୍ଣ ସୁଯୋଗ ।