ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କଂଗ୍ରେସ ଭବନ ଭଙ୍ଗାରୁଜା ନେଇ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। କହିଲେ, ଆମ ଅଫିସ୍ରେ ବେଳେ ବେଳେ ଏମିତି ଭଙ୍ଗାରୁଜା ଅନେକ ସମୟରେ ହୁଏ
ବିଜେପିକୁ ବଡ଼ ଝଟକା । ’ପଦ୍ମ’ ଛାଡ଼ି ହାତ ଧରିଲେ ଦଳର ଟାଣୁଆ ନେତା । ଉତ୍ତରାଖଣ୍ଡରେ ରାତାରାତି ବଦଳିଗଲା ରାଜନୈତିକ ସମୀକରଣ । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି
କଂଗ୍ରେସ-ତୃଣମୂଳ କଂଗ୍ରେସ ମଧ୍ୟରେ ବଢୁଛି ବିବାଦ। କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କଂଗ୍ରେସ ଦଳରେ ଲାଗୁଥିବା କନ୍ଦଳ ପାଇଁ ସେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଏହାସହ ସେ କହିଛନ୍ତି ନିଜାର ରାଜନୈତିକ ଉଦ୍ଦେଶ୍ୟ ପାଇଁ ମମତା ଏପରି ହୀନ ରାଜନୀତି କରୁଛନ୍ତି।
ଗତ ୩ ତାରିଖରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ନାରାବାଜି ଦେଇଥିଲେ। ଗୋଟିଏ ପଟେ ପିପିଲି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ, ଅନ୍ୟପଟେ ମୁଖିଆଙ୍କୁ ହଟାଇବା ଦାବିରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ହୋହଲ୍ଲା କରିଥିଲେ।
ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ସମସ୍ତ ପୀଡ଼ିତ ପରିବାରକୁ ଭେଟି ଥିଲି ଓ ସମସ୍ତେ ନ୍ୟାୟ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଇସ୍ତଫା ଦେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧି
ନିଜ ଅସ୍ତିତ୍ୱର ରକ୍ଷା ନେଇ ବର୍ତ୍ତମାନ ଲଢେଇ କରୁଥିବା ଦେଶର ସବୁଠାରୁ ପୂରାତନ ଦଳ କଂଗ୍ରେସର ଏପରି ଅବସ୍ଥା ନେଇ ଦଳ ନିଜେ ହିଁ ଦାୟୀ। ପାଖାପାଖି ସାଢେ ତିନି ଦଶକ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିଲା, ଯାହା ପରଠାରୁ କଂଗ୍ରେସର ପତନ ଆରମ୍ଭ ହୋଇଥିଲା। ଏଠି ଆମେ କହିବାକୁ ଯାଉଛୁ ଶାହ ବାନୋ ମାମଲାର କଥା। ଏହି ମାମଲାରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାବର୍ତ୍ତନ କରିବା ରାଜୀବ ଗାନ୍ଧୀ ସରକାରକୁ ମହଙ୍ଗା ପଡିଥିଲା।
ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ନେଇ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସୂଚନା ଦେଇଛନ୍ତି । ଭୋର୍ ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି ବୋଲି କହିଛନ୍ତି ଚିଦାମ୍ବରମ ।
ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍।
ପଞ୍ଜାବରେ ସିଏମ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବ ରାଜନୀତିରେ କଂଗ୍ରେସ ଦଳ ଦିନକୁ ଦିନ ଦୁର୍ବଳ ହେଉଥିବାର ଦେଖାଯାଉଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ପତ୍ନୀ ତଥା ସାଂସଦ ପ୍ରୀତି କୋର୍ କଂଗ୍ରେସ ହାଇକମାଣ୍ଡ ଉପରେ ନିଜର କ୍ରୋଧ ଦେଖାଇଛନ୍ତି।
ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ସୀତାପୁର ହରଗାଁଓ ନିକଟରେ ପୋଲିସ୍ ଗିରଫ କରିଥିବା ନେଇ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା।
ଜଣେ କଂଗ୍ରେସ କର୍ମୀ କହିଛନ୍ତି ଯେ ଦିନେ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଚାକିରି ଛାଡ଼ି ଏହି ଦଳରେ ଯୋଗ ଦେଇଥିଲି। ଏବେ ଆଉ କଂଗ୍ରେସ ଆଉ ସେଭଳି ନାହିଁ। ବର୍ତ୍ତମାନ କଂଗ୍ରେସ କିଛି ଲୋକଙ୍କ ଦ୍ୱାରା ପରିଚାଳିତ।
ପଂଜାବ ରାଜନୀତିକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ପୁଣି ଥରେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ସିଦ୍ଧୁ। କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁଣି ଥରେ ପଞ୍ଜାବ ସରକାର ଉପରେ ଆକ୍ରମଣ କରିଛନ୍ତି
ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍ର ଗଣତି ହେବ, ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍ରୁ ଗଣତି। ତେବେ ଗଣତି ଶେଷରେ ଯେକୌଣସି ୫ଟି ବୁଥ୍ର ଭିଭିପ୍ୟାଟ୍କୁ ଗଣନା କରାଯିବ। ଡବଲ୍ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତି ହଲ୍ରେ ରହିପାରିବେ ନାହିଁ।
ନରମିଲେ ସିଦ୍ଧୁ। କହିଲେ, ଦଳରେ କୌଣସି ପଦରେ ରୁହେ କି ନରୁହେ କିନ୍ତୁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ରହିବି। ଦଳର ଆଦର୍ଶରେ କାମ କରିବି। କେବଳ ଏତିକି ନୁହେଁ ପଞ୍ଜାବର କେମିତି ଉନ୍ନତି ହେବ କଂଗ୍ରେସକୁ ନେଇ ସ୍ୱପ୍ନ ଦେଖୁଥିବା ପଞ୍ଜାବୀଙ୍କ ଆଶା କେମିତି ପୂରଣ ହେବ ସେନଇ କାମ କରିବି ବୋଲି ସିଦ୍ଧୁ ଟ୍ୱିଟ କରି କହିଛନ୍ତି।
ପଞ୍ଜାବ କଂଗ୍ରେସରେ କନ୍ଦଳ ବଢିବାରେ ଲାଗିଛି। ଗୋଟିଏ ପଟେ ସିଦ୍ଧୁ ଇସ୍ତଫା ଦେଲେ ଆଉ ଅନ୍ୟ ପଟେ ଅମରିନ୍ଦର ଦଳ ଛାଡିଲେ। ହେଲେ ପୁଣି ଥରେ ସିଦ୍ଧୁ ହିଁ ପିସିସି ସଭାପତି ହେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସରେ ଦେଖାଦେଇଥିବା ଅସ୍ଥିରତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳର ବରିଷ୍ଠ ନେତା କପିଲ୍ ସିବଲ୍।
ଦୁଇ ଦଶନ୍ଧି ଧରି ସରକାରରେ ମାଳ ମାଳ ନେତା, ବିରୋଧୀ ନିଷ୍କ୍ରିୟ ତଥାପି ବିଜେଡିକୁ ସାହା କଂଗ୍ରେସ ନେତା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ବିଜେଡିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।
ପିପିଲିରେ ଏଥର ୭୮ ପ୍ରତିଶତ ଭୋଟ୍ ପଡିଛି । ୨୦୧୪ ଓ ୨୦୧୯ ତୁଳନାରେ ଏଥର ପିପିଲିରେ ଭୋଟ୍ ପ୍ରତିଶତ ବଢିବା ପରିବର୍ତ୍ତନର ସଙ୍କେତ । ଆଜି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ନବଜୋତ ସିଂ ସିନ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରେ ହିଁ ରହିବେ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ନବଜୋତ ସିଦ୍ଧୁଙ୍କ ମଧ୍ୟରେ ଆଲୋଚନାରେ ଏହା ସ୍ପଷ୍ଟ ହୋଇଥିବା ନେଇ ସୂଚନା ମିଳିଛି। ଦାଗୀ ନେତା ଓ ଅଫିସରଙ୍କୁ ପୁଣି ସରକାରରେ ସାମିଲ କରିବା ପ୍ରସଙ୍ଗରେ କ୍ଷୁବ୍ଧ ହୋଇ ପଦ ଛାଡ଼ିଥିବା କହିଥିଲେ ସିଦ୍ଧୁ
ଦୁଇ ଦୁଇ ଥର ସ୍ଥଗିତ ପରେ ଶେଷରେ ଆଜି ଶାନ୍ତିଶୃଙ୍ଖଳାର ସହ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନ୍ଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ସୁଦ୍ଧା ୬୮.୪ ପ୍ରତିଶତ ମତଦାନ ହୋଇଛି ।
ହାତ ଛାଡ଼ି ଶଙ୍ଖ ଧରିବେ କି ପ୍ରଦୀପ ମାଝୀ । ବର୍ତ୍ତମାନ ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ, ବିଜେଡିରେ ସାମିଲ ହେବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ହେଉଛି । କୁହାଯାଉଛି, ସବୁ ଅଙ୍କ ଛିଣ୍ଡିଛି, କେବଳ ଶୁଭ ମୁହୂର୍ତ୍ତକୁ ଅପେକ୍ଷା । ଏହି ଚର୍ଚ୍ଚାର ସତ କଣ, ମିଛ କଣ, ଓଟିଭିର ଲୋକପ୍ରିୟ ଟକ୍ ସୋ ଖୋଲାକଥାରେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି ପ୍ରଦୀପ ।
କଂଗ୍ରେସକୁ ଲାଗିପାରେ ବଡ଼ ଝଟକା। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦଳ ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା। ତେବେ ପଞ୍ଜାବରେ ଚାଲିଥିବା ରାଜନୈତିକ ଡ୍ରାମାର ଅନ୍ତ ହୋଇପାରେ । ତେବେ କ୍ୟାପଟେନ୍ ସ୍ପଷ୍ଟ କରିଛନ୍ତି କି ସେ ଆଉ ଦଳରେ ରହିବେ ନାହିଁ। କିନ୍ତୁ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି।
ରୋଚକ ହେବାରେ ଲାଗିଛି ପଞ୍ଜାବ ରାଜନୀତି। ଗୋଟିଏ ପଟେ ସିଦ୍ଧୁ ପିସିସି ଚୌକି ଛାଡ଼ିଥିବା ବେଳେ ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ତେବେ ଗତକାଲି ଅମରିନ୍ଦର ସିଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି
କଂଗ୍ରେସ ନେତୃତ୍ୱକୁ କପିଲ ସିବଲଙ୍କ ଟାର୍ଗେଟ୍ । ପରେ ତାଙ୍କ ବାସଭବନ ଆଗରେ ଜୋରଦାର ବିରୋଧ କରାଯାଇଛି। ସିବଲଙ୍କ ଦିଲ୍ଲୀସ୍ଥିତ ବାସଭବନ ଆଗରେ ଗାନ୍ଧି ପରିବାର ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ବିକ୍ଷୋଭ ଓ ନାରାବାଜି କରିଥିଲେ
ଆସନ୍ତା ବର୍ଷ ଗୋଆ ବିଧାନସଭା ର୍ନିବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା । ଦଳର ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋ ତାଙ୍କ ସମର୍ଥକଙ୍କ ସହ ଟିଏମସିରେ ମିଶିଛନ୍ତି ।