ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଗଣମାଧ୍ୟମରେ ନିଜର ପକ୍ଷ ରଖିବା ସହ ନିଜକୁ ସ୍ୱଚ୍ଛ ବୋଲି କହୁଥିବା କ୍ୟାପ୍ଟେନ୍ ଦିବ୍ୟଶଙ୍କରଙ୍କୁ ଅପରାଜିତା ପୁଣି ଥରେ ସମାଲୋଚନା କରିଛନ୍ତି
କଂଗ୍ରେସ ନେତାଙ୍କୁ ଚାରିପଟୁ ଘେରି ପିଟିଲେ ବିଜେଡି କର୍ମୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ପ୍ରଦୀପ ମାଝିଙ୍କ ଗଡ଼ ନବରଙ୍ଗପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ସଂକଳ୍ପ ସମାବେଶ, ମହାମିଶ୍ରଣ ପର୍ବ ଏବଂ ବିଶାଳ ସମାବେଶ ଆୟୋଜନ କରି, ଅବିଭକ୍ତ କୋରାପୁଟ ଜିଲ୍ଲା ଏବେବି କଂଗ୍ରେସର ଗଡ଼ ଅଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଦଳର ବହୁ ହେଭିୱେଟ୍ । ଆଉ କହିଛନ୍ତି କଂଗ୍ରେସ ଏକ ପୁରୁଣା ଦଳ ।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବିରେ ବିଜେପି ଆନ୍ଦୋଳନ ଜାରି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଦିଲ୍ଲୀରେ ବି ମମିତାଙ୍କ ପାଇଁ ନ୍ୟାୟ ଦାବି ଉଠିଛି। ଆଜି ଦିଲ୍ଲୀରେ ବିଜେପି ନେତା ଶୋଭଯାତ୍ରା କରିଛନ୍ତି।
ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା.. ଏହାକୁ ବିରୋଧ କରି ପ୍ରବଳ ବିକ୍ଷୋଭ କରିଛି କଂଗ୍ରେସ। ଉତ୍ତରପ୍ରଦେଶ ଲଖିମପୁର ହିଂସାକାଣ୍ଡକୁ ନେଇ କଂଗ୍ରେସ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରୁଛି.. ଭୁବନେଶ୍ୱର ବିମାନବନ୍ଦର ନିକଟରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ଓ କାଳି ମାଡ଼ କରିଛି..
ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଅଣ୍ଡା ଓ କାଳିମାଡ଼ ସହ କଳା ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ବିରୋଧ କରିଛି।
ମମିତା ମେହେର ହତ୍ୟା ମାମଲାରେ ପୋଲିସ କହୁଛି ମନଗଢ଼ା କାହାଣୀ। ପୁରା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ବି ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାରକୁ ଭେଟିଥିବା ବିଜେପି ମହିଳା ମୋର୍ଚ୍ଚା
ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ ନ କଲେ କଳାହାଣ୍ଡିରେ ହେବ ବ୍ୟାପକ ଆନ୍ଦୋଳନ। ଆଜି ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ।
ମମିତା ମେହେର ହତ୍ୟା ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିରୋଧୀଙ୍କ ପକ୍ଷରୁ ଜାରି ରହିଛି ଘନ ଘନ ହୁଙ୍କାର। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ୱାଲା ଓ ପିସିସି ପ୍ରଭାରୀ ଚେଲାକୁମାର ଆଜି ମମିତାଙ୍କ ପରିବାରକୁ ଭେଟିଥିଲେ
ଅପେକ୍ଷାର ହେଲା ଅନ୍ତ। ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡ଼ିରେ ମିଶିବେ ପୂର୍ବଚନ କଂଗ୍ରେସର ନେତା ପ୍ରଦୀପ ମାଝି। ନବରଙ୍ଗପୁରରେ ଏକ ମିଶ୍ରଣ ପର୍ବରେ ସେ ବିଜେଡ଼ିରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି।
ମମିତା ମୃତ୍ୟୁ ମାମଲାରେ କଂଗ୍ରେସର ପ୍ରେସମିଟ୍। ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରଣଦୀପ ସୂଜେର୍ଓାଲା ଯୁବତୀ ଓ ନାବାଳିକା ଅପହରଣ ନେଇ ସରକାରଙ୍କୁ ଟାର୍ଗେଟ ମହିଳାଙ୍କ ବିରୋଧରେ ଅପରାଧ ବଢୁଥିବାରୁ ଅସନ୍ତୋଷ
ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ପ୍ରେସମିଟ୍ କରିଛି । ପ୍ରେସମିଟ୍ରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ରଣଦୀପ ସୂର୍ଯେୱାଲା । ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି ? ସରକାରଙ୍କୁ କିଭଳି ନିଦ ହେଉଛି ?
ତୁରନ୍ତ ଅପରାଧିକ ଦଫା ୧୨୦-B ଲଗାଯାଇ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ୯୦ ଦିନ ଭିତରେ SIT ଦ୍ୱାରା ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଉ। ପୀଡ଼ିତାଙ୍କ ପରିବାରକୁ କୋଟିଏ ଟଙ୍କା ଅନୁକମ୍ପା ରାଶି ଦେବାକୁ କଂଗ୍ରେସ ଦାବି କରିଛି।
ତୁରନ୍ତ ଅପରାଧିକ ଦଫା ୧୨୦-B ଲଗାଯାଇ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ୯୦ ଦିନ ଭିତରେ SIT ଦ୍ୱାରା ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଉ। ପୀଡ଼ିତାଙ୍କ ପରିବାରକୁ କୋଟିଏ ଟଙ୍କା ଅନୁକମ୍ପା ରାଶି ଦେବାକୁ କଂଗ୍ରେସ ଦାବି କରିଛି।
ଭୟ ଓ ଆତୁର ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଦିବ୍ୟଙ୍କୁ ଛୁଇଁପାରୁନାହାନ୍ତି। ଭବିଷ୍ୟରେ କଣ ହେବ ସେକଥା କହିବା ମୁସ୍କିଲ। କିନ୍ତୁ ବିଜେଡି ରାଜନୀତିରେ ଗୋଟିଏ ବଡ଼ ବ୍ଲାଷ୍ଟ ହେବାକୁ ଯାଉଛି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବେଫିକର ରାଜ୍ୟ ସରକାରଙ୍କ ବିରୋଧରେ ନାରା ଜୋରଦାର କରିବ କଂଗ୍ରେସ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ କଂଗ୍ରେସ।
ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ । ଆଉ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଗଲା କିଛି ଦିନ ଧରି ଏ ଦାବି ନେଇ ବିରୋଧୀ ରଣହୁଙ୍କାର ଦେଇ ଆସୁଥିବା ବେଳେ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ପ୍ରତିବାଦକୁ ଆହୁରି ଜୋରଦାର କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।
ପ୍ରଦୀପ ମାଝି ଦଳ ଛାଡିବା ପରେ ମାଲକାନଗିରିରେ କଂଗ୍ରେସର ମେଳି। ମାଲକାନଗିରି କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ଏହି ମହା ମେଳି। ପ୍ରଦୀପ ମାଝି ଦଳ ଛାଡିଥିଲେ ମଧ୍ୟ କଂଗ୍ରେସ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ
ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। କହିଲେ, ଏବେ ନୁହେଁ ବରଂ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ହିଁ ଶାସନ କରିବ
କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଦକ୍ଷିଣ ଓଡ଼ିଶାର ଯୁବ ଓ ଦକ୍ଷ ନେତା ଏବଂ ଜାତୀୟ ସ୍ତରରେ ଜଣେ ଟାଣୁଆ ଆଦିବାସୀ ଚେହରା ପ୍ରଦୀପ ।
ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ଅବସରରେ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝି କଂଗ୍ରେସ ଛାଡ଼ିଛନ୍ତି। ସେ ଫେଲ୍ ମାରି ବୁଲୁଛନ୍ତି। ସେ ଯେଉଁଥିରେ ହାତ ମାରିଲେ ଫେଲ୍।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ। ଅବିଭକ୍ତ ଗଞ୍ଜାମ ଧିରେ ଧିରେ ବିଜେଡି କବ୍ଜାକୁ ଆସି ଥିବାବେଳେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ଦୁର୍ଗ ନଷ୍ଟ ହେବାରେ ଲାଗିଛି।
କଂଗ୍ରେସରୁ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସାଙ୍ଘାତିକ ବୟାନ ଦେଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କହିଲେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଉଛନ୍ତି। ଯଦି ସେମାନେ ଜନସେବା କରୁଥିଲେ ତେବେ ଦଳ ଦୁଇଦୁଇ ଥର ଟିକେଟ୍ ଦେବା ପରେ ହାରିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା।
ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଇସ୍ତଫା ନେଇ ପ୍ରଦୀପ ମାଝୀ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।
ମମିତା ମେହେର ମାମଲାରେ ବଢ଼ିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଆଜି ଧରା ପଡ଼ିବା ପୂର୍ବରୁ ଦୁଇ ଦିନ ତଳେ ପୋଲିସ୍ ବାରାକରୁ ଚଂପଟ୍ ମାରିବା ଓ ମନ୍ତ୍ରୀଙ୍କ ସହ ତାଙ୍କ ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି ବିରୋଧୀ