ତନରଡା ନିକଟରେ ପୋଲିସ ଗାଡି ଚେକିଂ ଚାଲିଥିଲା। ଏହି ସମୟରେ ଆସୁଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଚେକିଂ ପାଇଁ ପୋଲିସ ଅଟକାଇ ଥିଲେ । ହେଲେ ମନ୍ତ୍ରୀ ଆରୁଖ ହଠାତ୍ ଗାଡ଼ିରୁ ଓହ୍ଲାଇ ପୋଲିସକୁ ଚଢ଼ା ଗଳାରେ ଗାଡି ଚେକ୍ କର ବୋଲି କହିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷଦିନରେ ଓଡ଼ିଶାରେ ପ୍ରଚାର କରିବେ ବହୁ କେନ୍ଦ୍ରୀୟ ନେତା ।
ଶାସକ ବିଜେଡିର ମଂଚରେ ଖୋଦ୍ ପ୍ରଭାବଶାଳୀ ନେତାଙ୍କ ମୁହଁରେ ଓଡ଼ିଶାର ବରପୁତ୍ରଙ୍କ ଅପମାନ। ସମ୍ବଲପୁର ସଭାରେ ମାଟିର ପୁଅ ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ବିଜେଡିର ନେତା ଭିକେ ପାଣ୍ଡିଆନ୍ ସନ୍ଥ କବି କହି ସମ୍ବୋଧିତ କରିବା ପରେ ତେଜିଛି ରାଜନୀତି।
ଜାଗା ମିଶନ ନାଁରେ ନିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ବାଣ୍ଟିଥିଲା ସରକାର। ହେଲେ ବଣ୍ଟା ହେଉ ହେଉ ଦେଖିବାକୁ ମିଳିଥିଲା ଅସନ୍ତୋଷ।
ଓଡ଼ିଶାର ବରପୁତ୍ରଙ୍କୁ ଭୁଲ ସମ୍ବୋଧନ କଲେ ପାଣ୍ଡିଆନ । ସମ୍ବଲପୁର ସଭାମଞ୍ଚରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଭୁଲ୍ ସମ୍ବୋଧନ କଲେ ଏବଂ ସନ୍ଥକବି ଭୀମଭୋଇଙ୍କୁ କେବଳ କବି ବୋଲି କହିଲେ ପାଣ୍ଡିଆନ ।
ସାଲିଆ ସାହିରେ ଗର୍ଜିଲେ ଅପରାଜିତା । କହିଲେ, ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ କିଣିବାକୁ ବସିଛି ବିଜେଡି । ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ । ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା ।
ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇଛନ୍ତି। କମିଶନ ତଦନ୍ତ କଲେ, ଏବେବି ତଦନ୍ତ ସରୁନି। ୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ଆମେ ଖୋଜି ବାହାର କରିବୁ ।
କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ।
ପ୍ରଦୀପ ପାଣିଗ୍ରାହୀଙ୍କବଢୁଥିବା ଲୋକପ୍ରିୟତାରେ ଘାବରେଇ ଗଲା କି ବିଜେଡି ? ପ୍ରଦୀପଙ୍କ ବଳରେ ବିଜେପିର ଗଂଜାମ ଦଖଲ ରଣନୀତିକୁ ଦୁର୍ବଳ କରିବାକୁ ରଚିଲାକି ଷଡ଼ଯନ୍ତ୍ର ? ଗତ ୧୩ ତାରିଖରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଉଠିଛି ଏଭଳି ପ୍ରଶ୍ନ।
ପ୍ରଦୀପଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସ- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ବିଜେଡି ମେୟର ଓ ଏବେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ, ତେଣୁ ତାଙ୍କର ଏଭଳି ହିଂସାତ୍ମକ ଆଚରଣ ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ବିଜେପି।
ବିଜେଡିକୁ ସହଯୋଗ କରୁଥିବା ସରକାରୀ ବାବୁଙ୍କୁ ନଡ୍ଡାଙ୍କ ଚେତାବନୀ। ନିର୍ବାଚନୀ ମୈଦାନରୁ ବିଜେଡିର ହାତବାରିସୀ ସାଜିଥିବା ଅଧିକାରୀଙ୍କୁ କଲେ ସତର୍କ। ସୁଧୁରି ଯାଅ, ନହେଲେ ବିଜେପି ସରକାର ଆସିଲେ କଡ଼ାଗଣ୍ଡା ହିସାବ ହେବ।
ଭୋଟ୍ ପୂର୍ବରୁ ରକ୍ତରଞ୍ଜିତ ହେଲା ଗଞ୍ଜାମ । ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ । ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି ।
ବିଜେପି ପାଇଁ ବଡ଼ ପ୍ରସଙ୍ଗ ଚିଟ୍ଫଣ୍ଡ ଦୁର୍ନୀତି। ଚଳିତ ନିର୍ବାଚନରେ ଦଳ ଏହାକୁ ବଡ଼ ମୁଦ୍ଦା କରିଛି। ସରକାରକୁ ଆସିଲେ ଦେଢ ବର୍ଷ ଭିତରେ କ୍ଷତିପୂରଣ ମିଳିବ ବୋଲି ଘୋଷଣା ବି କରିଛି ଦଳ।
କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ଏ ନେଇ ପ୍ରେସମିଟ୍ କରି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ।
ସେ ଆହୁରି କହିଛନ୍ତି, ‘ଓଡ଼ିଶାରେ ସବୁ କିଛି ଅଛି । ୨୪ ବର୍ଷ ଧରି ଜଣେ ସରକାରରେ ରହିବି ଲୋକଙ୍କ କଥା ଚିନ୍ତା କରୁନାହାନ୍ତି ।ବିଜେପି ତାଠୁ ଅଧିକ ବି ଦାଇ । ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତମନ୍ତ୍ରୀ ଫଗନ ସିଂ କୁଲାସ୍ତେଙ୍କ ପାଞ୍ଚ ପ୍ରଶ୍ନ । ଓଡ଼ିଶାରେ ଖଣି ମାଫିଆ ସକ୍ରିୟ ଅଛନ୍ତି । ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ଓଡିଶା ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।
ପୋଲିସ ଗାଡ଼ିକୁ ଘେରିବା ସହ ଗାଡ଼ି ଉପରକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କରିଛନ୍ତି ଲୋକ । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍ର କାଚ ଭାଙ୍ଗିଛି ।
ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ । ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।
ବିଜେପିରେ ଭୋଟ ଦେବା ଓ ବିଜେପିକୁ ସମର୍ଥନ କରି ପ୍ରଚାରରେ ବୁଲିବାରୁ ଗାଁ ଦାଣ୍ଡକୁ ଡାକି କଙ୍ଗାରୁ କୋର୍ଟ ଦ୍ୱାରା ଜରିମାନା ଆଦାୟ କରାଯାଇଛି।
ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ କହୁଛନ୍ତି । ଓଡ଼ିଶାବାସୀ ଏବେ ସୁସ୍ଥ, ଯୁବ ଓ ଅସ୍ମିତା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି କହିଛନ୍ତି ଅପରାଜିତା। ତାଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ଭିଡିଓରେ ଲୋକେ ବିଭିନ୍ନ ମୌଳିକ ସମସ୍ୟା ସମାଧାନର ଜବାବ ମାଗୁଛନ୍ତି। ୨୫ ବର୍ଷରେ କ’ଣ କରିଛ ବୋଲି ଲୋକେ ପଚାରୁଥିବା ଦେଖିବାକୁ ମିଳୁଛି।
ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ ବୋଲି କହିଥିଲେ ନଡ୍ଡା ।
ଖଲ୍ଲିକୋଟ୍ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ନେଇ ଅଭିଯୋଗ ହୋଇଥିଲା । ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବା ଏହାକୁ ବିରୋଧ କରି ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା ।
ହରଡ଼ଘଣାରେ ପଡ଼ିଛନ୍ତି ବିଜେଡି ନେତା । ପ୍ରଚାର ବେଳେ ଘେରୁଛନ୍ତି ଜନତା । ପଚାରୁଛନ୍ତି କାହିଁକି ପୂରଣ କଲେନି ପ୍ରତିଶ୍ରୁତି?