ବିଜେଡିର ନୂତନ ମୁଖ୍ୟ କାର୍ଯ୍ୟାଳୟ ଲୋକାର୍ପଣ ଅବସରରେ ଯୋଗଦେଲେ ଦଳର ପୂର୍ବତନ ସାଂସଦ ତଥାଗତ ସତପଥୀ । ଏହି ଅବସରରେ ସେ ତାଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ କହିଛନ୍ତି ‘ମୁଁ ନିର୍ଦ୍ଦଳୀୟ । ମୁଁ କୌଣସି ଦଳରେ ନାହିଁ । ମତେ ନବୀନ ବାବୁ ନିମନ୍ତ୍ରଣ କରିଥିବାରୁ ମୁଁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛି । ହେଲେ ଆଗାମୀ ସାଧାରଣ ନିର୍ବାଚନ କିମ୍ବା ଢେଙ୍କାନାଳ ଅନୁଗୁଳ ରାଜନୀତିକୁ ନେଇ ମୁହଁ ଖୋଲି ନାହାନ୍ତି ତଥାଗତ ।
ଅଧିକ ପଢ଼ନ୍ତୁ: BJDର ବ୍ରାଣ୍ଡ ନ୍ୟୁ ପାର୍ଟି ଅଫିସ୍ ! ଫାଇଭ୍ ଷ୍ଟାର ହୋଟଲ୍ଠୁ କମ୍ ନୁହେଁ, ଦେଖନ୍ତୁ ଭିଡିଓ...
Also Read
ସେପଟେ ଆଜି ବିଜେଡିର ନୂତନ ମୁଖ୍ୟ କାର୍ଯ୍ୟାଳୟ ଲୋକାର୍ପଣ ହୋଇଛି । ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ୟୁନିଟ ୬ ସ୍ଥିତ ସେହି ପୁରୁଣା ଜାଗାରେ ହିଁ ନିର୍ମାଣ ହୋଇଛି ବିଜେଡିର ନୂତନ କାର୍ଯ୍ୟାଳୟ । ଓଡ଼ିଶାର କଳା, ଭାସ୍କର୍ଯ୍ୟର ଛାପ ପଦର୍ଶନ କରୁଥିବା ପଥରର କାରୁକାର୍ଯ୍ୟ ଏଥିରେ ସ୍ଥାନ ପାଇଛି । ବେସମେଣ୍ଟରେ ରହିଛି ବିରାଟ ପାର୍କିଂ ବ୍ୟବସ୍ଥା । ଯେଉଁଥିରେ ପ୍ରାୟ ୪୦ଟି କାର ପାର୍କିଂ କରିବା ଭଳି ସ୍ଥାନ ରହିଛି ।
ବେସମେଣ୍ଟ ଉପରେ ରହିଛି ୩ ମହଲା କୋଠା । ପ୍ରଥମ ମହଲାରେ ବିରାଟ ହଲ ଓ ପ୍ରେସ କନଫରେନ୍ସ ହଲ ପାଇଁ ବ୍ୟବସ୍ଥା ରହିଛି । ଏହାସହ ପ୍ରାୟ ୨୫୦ ଆସନ ବିଶିଷ୍ଟ ଗୋଟିଏ ଅଡ଼ିଟୋରିଅମ ରହିଛି । ବିଲଡିଂରେ କ୍ୟାଣ୍ଟିନ ବ୍ୟବସ୍ଥା ମଧ୍ୟ ରଖାଯାଇଛି । ଦ୍ୱତୀୟ ମହଲାରେ ଛାମୁଆ ସଂଗଠନ, ସଭାପତି ଓ ଦଳର ରାଜ୍ୟ ପଦାଧିକାରୀ ଙ୍କ କାର୍ଯ୍ୟାଳୟ ରହିଛି । ଏହାସହ ଆଇଟି ସେଲ ମଧ୍ୟ ବିଲଡିଂରେ କାର୍ଯ୍ୟ କରିବ ।
ଏଥିସହ ପ୍ରାୟ ୩୦ଟି ପ୍ରକୋଷ୍ଟ ମଧ୍ୟ ରହିଛି । ବିଲଡିଂର ଦଳର ସଭାପତିଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ରହିଛି ।