Advertisment

ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦୁଇଫାଳ !

ପ୍ରବାଦ ପୁରୁଷ ବିଜୁବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ସାଲେପୁର ସହରର ମଧ୍ୟ ଭାଗରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଜ ସମର୍ଥକମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆସି ପୁଷ୍ପମାଲ୍ୟ ଦେଇଥିଲେ ହିମାଂଶୁ କୁମାର ମହାନ୍ତି । ତାପରେ ସାଲେପୁର ବିଶ୍ୱେଶ୍ୱର ଠାରେ ଶ୍ରଦ୍ଧାଞ୍ଜଳି ସଭା ବି ହୋଇଥିଲା

author-image
Sarbeswar
ଅଦ୍ୟତନ ହୋଇଛି
Odisha Politics

BJD

ନିର୍ବାଚନ ଯେତେ ଯେତେ ପାଖେଇ ପାଖେଇ ଆସୁଛି ସ୍ଥାନୀୟ ବିଧାୟକଙ୍କ ପ୍ରତି ବିରୋଧାଭାସ ସେତେ ଅଧିକ ଅଧିକ ଦେଖିବାକୁ ମିଳୁଛି । ବିଜେଡିର ଏଭଳି ସମାନ୍ତରାଳ ସଂଗଠନ ମୁଣ୍ଡ ଟେକିଛି କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀରେ। ବିଜୁବାବୁଙ୍କ ତିରୋଧାନ ଦିବସରେ ଏଭଳି ଦୁଇଟି ସମାନ୍ତରାଳ ସଭା ଦେଖିବାକୁ ମିଳିଛି । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

Advertisment

ପ୍ରବାଦ ପୁରୁଷ ବିଜୁବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ସାଲେପୁର ସହରର ମଧ୍ୟ ଭାଗରେ ଥିବା ବିଜୁବାବୁଙ୍କ ଆପାଦ ମସ୍ତକ ପ୍ରତିମୂର୍ତ୍ତିରେ ନିଜ ସମର୍ଥକମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆସି ପୁଷ୍ପମାଲ୍ୟ ଦେଇଥିଲେ ହିମାଂଶୁ କୁମାର ମହାନ୍ତି । ତାପରେ ସାଲେପୁର ବିଶ୍ୱେଶ୍ୱର ଠାରେ ଶ୍ରଦ୍ଧାଞ୍ଜଳି ସଭା ବି ହୋଇଥିଲା  । ହିମାଂଶୁ ନିଜକୁ ସମାଜସେବୀ କହିଥିଲେ, ହେଲେ ସୁଯୋଗ ମିଳିଲେ ଅର୍ଥାତ୍‌ ବିଧାୟକ ପ୍ରାର୍ଥୀ ପାଇଁ ନବୀନ ବାବୁ ଟିକେଟ ଦେଲେ ସେ ହାତମୁଠାକୁ ଟାଣ କରିବେ ବୋଲି କହିଛନ୍ତି। ତେବେ ଉନ୍ନୟନ ମୂଳକ କାର୍ଯ୍ୟରେ ସ୍ଥାନୀୟ ବିଧାୟକଙ୍କ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ବିଜେଡି କର୍ମୀ କହିଛନ୍ତି ।

ଏପଟେ ସମାନ ଭାବରେ ସଭା ଆୟୋଜନ କରିଥିଲେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା । ଅନୁରୂପ ଭାବରେ ସେହି ଏକା ପ୍ରତିମୂର୍ତିରେ ଦଳୀୟ ସମର୍ଥକ ମାନଙ୍କ ସହ ଯାଇ ବିଜୁବାବୁଙ୍କୁ ଯଥାମାନ୍ୟ ସମ୍ମାନ ଜଣାଇଛନ୍ତି ଓ ସାଲେପୁର ମଧୁ ମଣ୍ଡପରେ ଶ୍ରଦ୍ଧାଞ୍ଜଳି ସଭା କରିଛନ୍ତି । ଉଭୟଙ୍କର ବ୍ୟାନରରେ ବିଜୁବାବୁ ଓ ନବୀନ ବାବୁଙ୍କ ଫଟୋ, କର୍ମୀମାନଙ୍କ ସ୍ଲୋଗାନ ମଧ୍ୟ ସମାନ ଥିଲା । ହେଲେ ଗୋଟିଏ ଦଳରେ ରହି ଏଭଳି ଅନ୍ୟ ଜଣେ ବିଜେଡି ଟିକେଟ ଆଶାୟୀଙ୍କ ସାଙ୍ଗଠନିକ କାର୍ଯ୍ୟ ଓ ସମାନ୍ତରାଳ ସଂଗଠନ ବିଧାୟକଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେବା ସହ ସାଧାରଣରେ ବିଜେଡି ଦୁଇଫାଳ ହେଇଛି ବୋଲି ଚର୍ଚ୍ଚା ହେଉଛି ।

Advertisment

ତେବେ ବିଧାୟକ ଓ ବିଜେଡି କର୍ମୀ କହିଛନ୍ତି ହିମାଂଶୁ ମହାନ୍ତି କିଏ ସେମାନେ ଜାଣି ନାହାନ୍ତି । ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ କାହାର କିଛି ଅସୁବିଧା ନାହିଁ ଏବଂ ଏହାକୁ ଯେ କେହି ବି କରିପାରିବେ ବୋଲି ସେମାନେ କହିଛନ୍ତି । ସାଲେପୁର ଅଂଚଳରେ ବିଜେଡି ଭିତରେ ଦୁଇଟି ସମାନ୍ତରାଳ ସଂଗଠନ ହଠାତ୍‌ ଉଭା ହେବା ଏହା ଦଳୀୟ ଫାଟକୁ ଦର୍ଶାଉଛି ବୋଲି ଏବେ ଚର୍ଚ୍ଚା ହେଉଛି ।

(ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ)

BJD Odisha Politics
Advertisment
Advertisment