• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ । ତା’ସହ ଆୟରେ ସର୍ବାଧିକ ଅଭିବୃଦ୍ଧି ମଧ୍ୟ ବିଜେଡିର ହୋଇଛି । ଏମିତିକି ବିଜେଡିର ଆୟ, ଅନ୍ୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ବିସ୍ତୃତ ରିପୋର୍ଟ ଅନୁସାରେ ସମସ୍ତ ଆଞ୍ଚଳିକ ଦଳମାନଙ୍କର ମୋଟ ଆୟ ୧୨୧୩. ୧୩୨ କୋଟି ହୋଇଥିବାବେଳେ, କେବଳ ବିଜେଡିର ଆୟ ରହିଛି ୩୦୭.୨୮୮ କୋଟି । 

ଏଡିଆର ରିପୋର୍ଟରେ ବିଜେଡିର ସଂପତ୍ତି ନେଇ ତଥ୍ୟ ଆସିବା ପରେ ଟାର୍ଗେଟ କରିଛି ବିଜେପି । ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ବିଶେଷ କରି ରାଜ୍ୟକୁ ବିଭିନ୍ନ ସ୍ତରରେ ଶୋଷଣ କରି ବିଜେଡି ଏହି ଅର୍ଥ ମହଜୁଦ କରିଛି ବୋଲି ବିଜେପି ଅଭିଯୋଗ ଆଣିଛି ।

 

ଶିଳ୍ପ ସଂସ୍ଥା ମାନଙ୍କ ସହ ଚୁକ୍ତି ସ୍ୱାକ୍ଷର କଲା ବେଳେ ସେମାନଙ୍କୁ ଟଙ୍କା ଦେବା ପାଇଁ ଚାପ ପକାଯାଉଥିବାରୁ ଓଡ଼ିଶାକୁ ଶିଳ୍ପାନୁଷ୍ଠାନ ଆସୁ ନାହାନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ । ବିଜେପିର ଏହି ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । 

୨୦୨୧ ମସିହାରେ ଦଳ ଇଲେକ୍ସନ କ୍ୟାମ୍ପେନ ସମେତ ବିଭିନ୍ନ ବାଟରେ ୨୮.୫୩ କୋଟି ଖର୍ଚ୍ଚ କରିଛି । ବାକି ୨୭୮.୬୫୮ କୋଟି ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ଟଙ୍କା ବଳକା ରହିଛି । ସବୁଠାରୁ ବଡ଼ କଥା ହେଲା ମୋଟ୍ ଆୟରୁ ୨୯୧ କୋଟି ଅର୍ଥାତ୍ ୯୪ ପ୍ରତିଶତ ଅର୍ଥ ଦାନ, ଅନୁଦାନ ଜରିଆରେ ଆସିଛି । ଏମିତିକି କୋଭିଡ୍ ମହାମାରୀ ସମୟରେ ବି ଦଳର ପାଣ୍ଠି ବୃଦ୍ଧିରେ ବିରାମ ଲାଗିନଥିଲା । 

ଭାରତୀୟ ନିର୍ବାଚନ କମିଶନ ସବୁ ରାଜନୈତିକ ଦଳଙ୍କୁ ସେମାନଙ୍କ ଆୟ-ବ୍ୟୟର ବିବରଣୀ ଅକ୍ଟୋବର ଶେଷ ସୁଦ୍ଧା ଦାଖଲ କରିବାକୁ କହିଥିଲେ । ୩୧୮. ୭୪୫ କୋଟି ସହ ସବୁଠୁ ଧନୀ ଦଳ ଭାବେ ଡିଏମକେ ତାଲିକାର ୧ ନମ୍ବରରେ ରହିଥିବାବେଳେ ଟିଆରଏସ୍ ତୃତୀୟ ଓ ୱାଇଏସଆର୍ କଂଗ୍ରେସ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଆମ୍ ଆଦମି ପାର୍ଟିର ସ୍ଥାନ ୭ ନମ୍ବରରେ ରହିଛି