Advertisment

BJDର ବ୍ରାଣ୍ଡ ନ୍ୟୁ ପାର୍ଟି ଅଫିସ୍ ! ଫାଇଭ୍‌ ଷ୍ଟାର ହୋଟଲ୍‌ଠୁ କମ୍‌ ନୁହେଁ, ଦେଖନ୍ତୁ ଭିଡିଓ...

୨୩ରୁ ଆଲିସାନ କୋଠାରେ ଚାଲିବ ବିଜେଡି ମୁଖ୍ୟାଳୟ । କେଉଁଠୁ ଆସିଲା ଏତେ ପାଣ୍ଠି ପ୍ରଶ୍ନ ଉଠାଇଲା ବିଜେପି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics, BJD Party Office

ଚକାଚକ୍ ବିଲଡିଂ । ବାହାରୁ ଯେତିକି ଆକର୍ଷଣୀୟ ଭିତରେ ତାଠୁ ବଳି । କୌଣସି ଫାଇଭ ଷ୍ଟାର ହୋଟେଲ କଥା କହୁ ନାହୁଁ । ଆମେ କହୁଛୁ ଦେଶର ଦ୍ୱିତୀୟ ଆଂଚଳିକ ଧନୀ ଦଳ ବିଜେଡିର ନୂଆ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ କଥା । ଅଫିସକୁ ନେଇ ଏବେ ଚର୍ଚ୍ଚା ଯେତିକି ପ୍ରଶ୍ନ ତାଠାରୁ ଅଧିକ । ୨୦୨୧ ଜୁଲାଇ ୧୨ରୁ ଏହି ବିଲ୍ଡିଂର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପାଖାପାଖି ୨ ବର୍ଷ ଭିତରେ କାମ ସରିଛି ।

Advertisment

ପୂର୍ବରୁ ୟୁନିଟ-୬ରେ ଭଡ଼ାରେ ଚାଲୁଥିବା ଦଳର କାର୍ଯ୍ୟାଳୟ ଜାଗାକୁ ଲାଗି ଦୁଇଟି ଛଅ-ବଖରିଆ ପ୍ଲଟ ଲିଜରେ ନେଇଥିଲା ବିଜେଡି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିଥିବା ଏହି ପ୍ଲଟର ମୋଟ ଆକାର ଥିଲା ୧. ୧୮ ଏକର । ଏଥିପାଇଁ ଦଳ ଦାଖଲ କରିଥିଲା ୧୨ କୋଟି ୩୮ ଲକ୍ଷ। ପୂର୍ତ୍ତ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଆକଳନ ଅନୁଯାୟୀ, ଏହି ବିଲ୍ଡିଂ ବାବଦକୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଇପାରେ।

ବିଲ୍ଡିଂ ବାବଦକୁ ଦଳ ପ୍ରକୃତରେ କେତେ ଖର୍ଚ୍ଚ କରିଛି, ଦଳୀୟ ପାଣ୍ଠିରୁ ନା ଆଉ କେଉଁ ପାଣ୍ଠି ଖର୍ଚ୍ଚ କରିଛି ତାହା ଜଣା ପଡିନାହିଁ । ଏପରିକି ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ସର୍ବଶେଷ ବାର୍ଷିକ ବିବରଣୀରେ ବି ଏହା ପ୍ରତିଫଳିତ ହୋଇନାହିଁ । ସେପଟେ ଏଡିଆର ରିପୋର୍ଟ କହୁଛି ବିଜେଡି ମୋଟା ଆକାରରେ ଡୋନେସନ ପାଉଥିଲେ ମଧ୍ୟ ଖୁବ୍ କମ୍ ଖର୍ଚ୍ଚ କରୁଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଦଳ ୩୦୭ କୋଟି ୨୮ ଲକ୍ଷ ଟଙ୍କା ଡୋନେସନ ପାଇଥିବା ବେଳେ ମାତ୍ର ୨୮ କୋଟି ୬୩ ଲକ୍ଷ ଖର୍ଚ୍ଚ କରିଛି ।

Advertisment

ସେଥିରୁ କେବଳ ନିର୍ବାଚନ ବାବଦରେ ଖର୍ଚ୍ଚ ହୋଇଛି ପ୍ରାୟ ୮୦ ପ୍ରତିଶତ ଅର୍ଥାତ୍ ୨୩ କୋଟି ୪ ଲକ୍ଷ ଟଙ୍କା । ଅର୍ଥାତ ବିଲ୍ଡିଂ ବାବଦୀୟ ଖର୍ଚ୍ଚ ସଂପର୍କରେ ଉଲ୍ଲେଖ ନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କ୍ୟାପିଟାଲ ହସ୍ପିଟାଲର ଅଧ ଏକର ଜମିକୁ ପ୍ରଶାସନିକ ଚଞ୍ଚକତା କରି ବିଜେଡି ନିଜ ଅକ୍ତିଆରକୁ ନେଇଥିବା ଅଭିଯୋଗ କରିଛି ବିଜେପି । ସେମିତି କର୍ପୋରେଟ ଚାନ୍ଦାରେ ଏହି ଭବନ ନିର୍ମାଣ ହେଉଥିବା କଂଗ୍ରେସ ଅଭିଯୋଗ କରିଛି।

ବିଜେଡି ପ୍ରତିଷ୍ଠା ହେବାର ୨୫ ବର୍ଷ ପରେ କାହିଁକି ଏଭଳି ଆଲିସାନ୍ କାର୍ଯ୍ୟାଳୟର ଆବଶ୍ୟକ ପଡ଼ିଲା ? ୫-୫ ଥର କ୍ଷମତାକୁ ଆସିବା ପରେ ବି ବଦଳି ନଥିଲା ଦଳୀୟ ଅଫିସ୍ । ଏବେ ଏମିତି ବଦଳା ଯିବା ପଛରେ କାରଣ କ’ଣ ।

ଏହି ୪ ମହଲା କୋଠାର ଗ୍ରାଉଣ୍ଡ ଫ୍ଲୋରରେ ପାର୍କିଂ ବ୍ୟବସ୍ଥା ରହିଛି । ପ୍ରଥମ ମହଲାରେ ଏକା ବେଳେ ଏକ ହଜାର ଲୋକ ବସିବା ଭଳି କନଫରେନ୍ସ ହଲ ସହ ଏକାଧିକ ଛୋଟ ହଲ ମଧ୍ୟ ରହିଛି । ସେହିପରି ଦଳର ସୁପ୍ରିମୋ ନବୀନଙ୍କ ପାଇଁ ସ୍ୱତନ୍ତ୍ର ଚାମ୍ବର, ବରିଷ୍ଠ ଉପ-ସଭାପତି ଏବଂ ପଦାଧିକାରୀଙ୍କ ପାଇଁ ସ୍ପେଶାଲ ଚାମ୍ବର ରହିଛି । ଆସନ୍ତା ୨୩ରେ ଅକ୍ଷୟ ତୃତୀୟା ଅବସରରେ ନୂଆ କାର୍ଯ୍ୟାଳୟର ଉଦ୍‌ଘାଟନ ହେବ ।

BJD Biju Janta Dal BJD Party Office
Advertisment
Advertisment