ଲଗାଣ ବର୍ଷାରେ ଭୁବନେଶ୍ୱର ଜଳବନ୍ଦୀ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷ଼ଡଙ୍ଗୀ । ୨୧ ବର୍ଷର ଶାସନ ପରେ ରାଜଧାନୀର ସମସ୍ୟା ସମାଧାନ ହେଉନି। ଏନେଇ କଂପ୍ରେହେନସିଭ୍ ମାଷ୍ଟର ପ୍ଲାନ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି କହିଥିଲା। ଏମିତିକି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗତବର୍ଷ ଅପରାଜିତା ଚିଠି କରିଥିବା କହିଛନ୍ତି ।
ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ସହ ଟ୍ୱିନ ସିଟିରେ ଘଣ୍ଟାକୁ ୩ରୁ ୫ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରିଥଲା ପାଣିପାଗ ବିଭାଗ। ଏହାଦ୍ୱାରା ରାସ୍ତାରେ ପାଣି ଜମିବା, ଟ୍ରାଫିକ ଜାମ୍ ସହ ଦୃଶ୍ୟମାନ ସ୍ଥିତି କମିପାରେ ବୋଲି ସୂଚନା ଦିଆଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ସତର୍କ ରହିବା ସହ ଯଥା ସମ୍ଭବ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିଲା।
ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ। ଲିଙ୍ଗିପୁର ନଦୀବନ୍ଧ ରାସ୍ତାରେ ଡେଲିଭରି ବଏଙ୍କ ଚପଲ, ମନିପର୍ସ ପଡ଼ିଛି। ଅପହରଣ ହୋଇଥିବା ନେଇ ନିଜେ ପରିବାର ଲୋକଙ୍କୁ ଭଏସ ମେସେଜ ଦ୍ୱାରା କହିଛନ୍ତି ଅପହୃତ ବାଳକ।
କୁଆଡ଼େ ଗଲେ ଭୁବନେଶ୍ୱରର ଡେଲିଭରି ବଏ ପତିତପାବନ ପୃଷ୍ଟି ? ଗତକାଲି ରାତିରୁ ନିଖୋଜ ଥିବା ପତିତପାବନଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନି। କିଏ ତାଙ୍କୁ ଅପହରଣ କଲା ? କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଗଲା ? ନା ଏପଛରେ ରହିଛି ଅନ୍ୟ କିଛି କାରଣ ତାକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲାଗିଛି।
ଆଇପିଏସ୍ ଏନ୍.ବି. ଭାରତୀ ନିଖୋଜ ପ୍ରସଙ୍ଗରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖବର କାଗଜରେ ଦିଆଗଲା ପବ୍ଲିକ ନୋଟିସ । ଆସନ୍ତା ଅକ୍ଟୋବର ୨୯ ତାରିଖ ଦିନ ୧୧ଟା ସମୟରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି ।
ମନ୍ତ୍ରୀଙ୍କୁ ଜଣାନାହିଁ କବାଡିଆଙ୍କୁ ବିକ୍ରି ହୋଇଗଲା ‘ମୋ ସାଇକେଲ’। ଏନେଇ ନା ସରକାର, ନା ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଅଛି କୌଣସି ତଥ୍ୟ। ନିଜେ ମନ୍ତ୍ରୀ ପ୍ରତାପ ଜେନା ଆଜି ଗୃହରେ ଏମିତି ତଥ୍ୟ ରଖିଛନ୍ତି।
ବିଧାନସଭାରେ ଅସୁସ୍ଥ ହୋଇପଡ଼ିଲେ ତାରାପ୍ରସାଦ ବାହିନୀପତି। ବିଧାନସଭାରେ ଆଜି କଂଗ୍ରେସ ଦଳର ପ୍ରମୁଖ ନେତା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜନୈତିକ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି।
୧୨୧ଟି ସିଟି ବସକୁ ଶାଗମାଛ ଦରରେ କବାଡ଼ିବାଲାକୁ ବିକ୍ରି ଘଟଣାରେ ତେଜିବାରେ ଲାଗିଛି ଅସନ୍ତୋଷ। ଏହି ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ବିକ୍ଷୋଭ କରିଛି ବିଜେପି ।
ଓୟୁଏଟି ଭିସି ଅଫିସରେ ତାଲା। ପରୀକ୍ଷା ବିଳମ୍ବକୁ ବିରୋଧ,ଏବେ ବି କିଛି ପିଲା କରୋନା ସଂକ୍ରମିତ ତେବେ ଅଫଲାଇନ ନୁହେଁ ବରଂ ଅନଲାଇନ ପରୀକ୍ଷା ଦାବି କଲେ ଛାତ୍ରଛାତ୍ରୀ।
ସୁରଙ୍କ ତେରେଛା ବାଣ। ୫% ଭୋଟ ପାଇଁ ମାନସ ଦାସକୁ ପୁରେଇ ଦେଲେ ନବୀନ। ନିର୍ବାଚନ ଆସିବା କାରଣରୁ ମାନସ ଦାସଙ୍କୁ ଗିରଫ କରାଗଲା ବୋଲି କହିଲେ ସୁର।
୧୨୧ ସିଟି ବସ୍କୁ ବିକି ଦେଲା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ବା କ୍ରୁଟ୍ । ଏସବୁ ବସ୍କୁ ଏକ ସ୍କ୍ରାପେଜ୍ ସଂସ୍ଥାକୁ ବିକ୍ରି କରି ଦେଇଥିବା ଜଣାପଡିଛି । ଭୁବନେଶ୍ୱର-ପୁରୀ ସିଟି ବସ୍ ସେବା ପାଇଁ ୨୦୧୦ ମସିହାରେ JNNURM ଅଧୀନରେ ଏହି ବସ କିଣାଯାଇଥିଲା ।
ବିଜେବି କଲେଜରେ ୨ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପିଟାପିଟି। ଗଣ୍ଡଗୋଳରେ ୨ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ। ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ।
କଟକ ମ୍ୟୁନିସିପାଲ୍ କର୍ପୋରେସନ(CMC) ପରେ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ(BMC) ଗଶେଶ ପୂଜା ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରିଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି।
ଖେଳଣା ବନ୍ଧୁକରେ ବ୍ୟାଙ୍କ ଲୁଟ୍ ଖେଳ ଖତମ୍ । ୪୫ ମିନିଟ୍ ଧରି ଲୁଟ୍ ଅପରେସନର ଟେର ପାଇଲାନି ପୋଲିସ୍ । ହେଲେ ସ୍ଥାନୀୟ ଅଞ୍ଚଳର ୭ ଯୁବକ ଲୁଟେରାକୁ କାବୁ କଲେ, ବହେ ଛେଚିଲେ ।
ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂରେ ବିଭିନ୍ନ ବିଭାଗ ସହ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ହାତରେ ପୁଳାଏ ମେଡେଲ୍ ହେଲେ ବି ଚାକିରି ନାହିଁ । କ୍ରୀଡ଼ା ଓ ଯୁବସେବା ବିଭାଗ ନୟାପଲ୍ଲୀ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିକରି ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ପକ୍ଷରୁ ଧାରଣା ଦିଆଯାଇଛି ।
କାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ। ସରକାରଙ୍କୁ ଘେରିବା ପାଇଁ ବିଜେପି -କଂଗ୍ରେସର ଷ୍ଟ୍ରାଟେଜୀ। ଶାସକ ଦଳ ବି ମୁକାବିଲା ପାଇଁ ପ୍ରସ୍ତୁତ।
ବାପଘର ଲୋକଙ୍କ ସହ ମିଶି ଶାଶୂଙ୍କ ଉପରକୁ ଆକ୍ରମଣ କରିଛି ବୋହୂ। ଏମିତି ଅଭିଯୋଗ ଆସିଛି ଭୁବନେଶ୍ୱର ଶୈଳଶ୍ରୀ ବିହାରରୁ
କେମିତି କରୁଥିଲେ ଏଟିଏମ୍ ଲୁଟ୍, ଡେମୋ ଦେଖାଇଲେ ଲୁଟେରା । ଅଭିଯୁକ୍ତଙ୍କୁ ଧରି ଡେମୋ କରୁଛି କମିଶନରେଟ୍ ପୋଲିସ । କେଉଁଠି ରଖିଛନ୍ତି ଲୁଟ୍ ଟଙ୍କା । ପଚରାଉଚରା କଲା ପୋଲିସ ।
ସେପ୍ଟେମ୍ବରରେ ସରକାର ସଂପୂର୍ଣ୍ଣ ଅନ୍ଲକ୍କୁ ଯିବେ ନା କଟକଣାକୁ ଆଉ ଟିକେ କୋହଳ କରିବେ ସେନେଇ ଲୋକେ ଚାହିଁ ବସିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂଆ ଗାଇଡ୍ଲାଇନ ଆସିବାକୁ ଥିବାବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି । ତେବେ ପିଲାଙ୍କ ସଂକ୍ରମଣ ବଢିବା ଓ ତୃତୀୟ ଲହର ଆଶଙ୍କା ସରକାରଙ୍କ ନିଷ୍ପତ୍ତିର ମାନଦଣ୍ଡ ହେବ ବୋଲି ଆଶା କରାଯାଉଛି।
ରାଜଧାନୀ ଭୁବନେଶ୍ୱରରେ ATM ଲୁଟ୍ର ଡେମୋ ଦେଖାଇଲେ ଗିରଫ ୩ ଅଭିଯୁକ୍ତ । ଗତ ସପ୍ତାହରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ ବେଳ ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ଧରି ଘଟଣାର ଡେମୋ କରିଥିଲା କମିଶନରେଟ ପୋଲିସ ।
ଟ୍ୱିନ୍ସିଟିରେ ଚାଞ୍ଚଲ୍ୟ। କଟକରେ ଜଣେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଗୋଟିଏ ଦିନରେ ଟ୍ୱିନ୍ସିଟିରେ ୨ଟି ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍ଙ୍କୁ ସମ୍ମାନ, ନିଶ୍ଚିତ ପକ୍ଷେ ନୂଆ ପିଢ଼ିଙ୍କ ପାଇଁ ଆହ୍ୱାନ। ହେଲେ ଯେଉଁ ହକି ଷ୍ଟାର ଅମିତ୍ ରୋହିଦାସଙ୍କୁ ଆଜି ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ତାଙ୍କ ଜନ୍ମମାଟିରେ ଆଷ୍ଟୋଟର୍ଫ ନିର୍ମାଣ ନିଷ୍ପତ୍ତିର ବାସ୍ତବ ଚିତ୍ର କିନ୍ତୁ କ୍ରୀଡ଼ା ଭିତ୍ତିଭୂମି ଦିଗରେ ଆନ୍ତରିକତାର ପୋଲ୍ ଖୋଲି ଦେଇଛି। ସେମିତି ରାଇରଙ୍ଗପୁରରେ ସରକାରଙ୍କ ଷ୍ଟାଡିୟମ୍ ଘୋଷଣା କେମିତି ପାଣି ଗାର ହୋଇଛି।
ଭୁବନେଶ୍ୱରର ମାନସ ଦାସ। ପେଶାରେ ଆଇନଜୀବୀ। ଯିଏ ଶାସକ ଦଳର ଛତ୍ରଛାୟାରେ ରହି ବନିଯାଇଛନ୍ତି ପ୍ରଭାବଶାଳୀ। କେଉଁ ଅନୁଗତ ତାଙ୍କୁ ଗୁରୁଜୀ ସମ୍ବୋଧନ କରନ୍ତି ତ ଆଉ କିଏ କୁହନ୍ତି ମାନ୍ୟବର ଭାଇସାହେବ। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ସଂଗଠନ କରି ଅନୁଗତଙ୍କୁ ପିତାପୁତ୍ରର କଥା କହି ମାନସ ଶୁଣାଉଥିଲେ ଭାଷଣ। ତେବେ କେଉଁଭଳି ମାନବ ମଙ୍ଗଳର କଥା କହୁଛନ୍ତି ମାନସ ?