ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ତାରିଖ ଯାଏଁ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ଜୁନିଅର ହକି ବିଶ୍ୱକପ୍ ମ୍ୟାଚ୍ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୩ ଜଣ ସ୍ଥାନ ପାଇଛନ୍ତି। ବିବେକ ସାଗର ପ୍ରସାଦଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଛି।
ବାଥରୁମର ଟିଣ ଜାଲିରେ ଫସି ଛଟପଟ ହେଲା ନାଗ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ପୋଖରୀପୁଟର ଜଣେ ବ୍ୟକ୍ତିଙ୍କ ଘରେ । ନାଗ ସାପଟି ବାଥରୁମର ଜାଲି ଦେଇ ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ତେବେ ଟିଣ ଜାଲିରେ କଣା ଥିବାରୁ ଏଥିରେ ଫସି ଯାଇଥିଲା ନାଗ । ପରେ ସାପଟିକୁ ଉଦ୍ଧାର କରାଯାଇଛି ।
KBN ଗ୍ରୁପ୍ର ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବାରେ ଲାଗିଛି। ସ୍ମାର୍ଟସିଟି ଭୁବନେଶ୍ୱରରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପ୍ର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
ଚଳନ୍ତା ଅଟୋରୁ ମୋବାଇଲ ଲୁଟ୍ କରି ଦୌଡୁଥିବା ଲୁଟେରାକୁ ପିଛା କରି ଧରି ତାକୁ ପୋଲିସ ହେପାଜତରେ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଟକର ଝିଅ ପ୍ରଜ୍ଞା ରାୟା
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବାସଭବନ ସମେତ ୧୨ଟି ଜାଗାରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠା ଓ IRC ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି।
ଚେଙ୍ଗଙ୍କ ଘର ଆଜବେଷ୍ଟସ ଭାଙ୍ଗି ପୋଲିସ ପଶିଥିଲା । ଏହାସହ ଘରର ଚଟାଣ ଖୋଳି ଛାନ୍ଭିନ୍ କରିଥିଲା । ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍) ଗ୍ରୁପ୍ର ଜଣେ ସଦସ୍ୟ ହେଉଛନ୍ତି ଚେଙ୍ଗ ।
ବିଗତ କିଛି ଦିନ ଧରି ବଢି ଚାଲିଥିବା ଗୁଣ୍ଡାଗିରି ବି ପୋଲିସ୍ ପାଇଁ ସାଜିଛି ମୁଣ୍ଡ ବିନ୍ଧାର କାରଣ। ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଏମିତିକି ଅପରାଧୀକୁ କୌଣସି ସରକାରୀ ଅଧିକାରୀ ସାହାଯ୍ୟ କରିଥିବା ଜଣାପଡିଲେ ଏହାକୁ ଗୁରୁତ୍ୱର ସହ ନେଇ ଦିଆଯିବ ଦଣ୍ଡ।
ରାଜଧାନୀରେ ଘରେ ପଶି ମାଆ ଝିଅଙ୍କୁ ଆକ୍ରମଣ ମାମଲାର ପର୍ଦ୍ଦାଫାଶ । ଋଣ ଟଙ୍କା ସୁଝିବା ଲାଗି ଲୁଟ୍ ଯୋଜନାରେ ଯାଇଥିଲା ଅଭିଯୁକ୍ତ ରୂପେଶ ପଣ୍ଡା ।
କେତେବେଳେ କାଠରେ ଦେବାଦେବୀଙ୍କ ମୂର୍ତ୍ତି, ତ ଆଉ କେତେବେଳେ ଲିଙ୍ଗରାଜ ମନ୍ଦିରର ଅବିକଳ ପ୍ରତିକୃତ୍ତି । ନିର୍ଜୀବ କାଠକୁ ନିଜର ଏପରି କଳାରେ ଜୀବନ୍ତ କରୁଥିବା ଯୁବଶିଳ୍ପୀ ହେଉଛନ୍ତି ନୟାଗଡର ଭାପୁର ବ୍ଲକ ଫତେଗଡର ଭୀମସେନ ଖୁଣ୍ଟିଆ ।
ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ବିଜୁ ମହିଳା ଜନତା ଦଳ..
ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟ ବ୍ୟାପୀ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ମହିଳା ଜନତା ଦଳ। ବିଶେଷ କରି ତେଲ ଦର ବହୁତ ବାଧୁଛି। ତେଲ ଦର ବଢ଼ିବା ଯୋଗୁଁ ବାକି ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଛି
ଦରବୃଦ୍ଧି ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳ କରୁଛି ବିକ୍ଷୋଭ.. ଆଜି ଦଳୀୟ ମହିଳା କର୍ମୀମାନେ ରାସ୍ତାରେ ଚୁଲି ଜାଳି ପ୍ରତିବାଦ କରିଥିଲେ.. ଏହାସହ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ନେଇ ସାଇକେଲ, ଟ୍ରଲି ଓ ଶଗଡ଼ରେ ବସି ବିକ୍ଷୋଭ କରିଥିଲେ..
କୋହଳ ହେଲା କୋଭିଡ କଟକଣା । ପୂର୍ବରୁ ଜାରି କୋଭିଡ କଟକଣାକୁ କୋହଳ କରିଛି ବିଏମସି । ଜାଣନ୍ତୁ କେଉଁ ନିୟମ ହୋଇଛି କୋହଳ ।
ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଅଣ୍ଡା ଓ କାଳିମାଡ଼ ସହ କଳା ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ବିରୋଧ କରିଛି।
୩୦ ଜିଲ୍ଲାର ଡ୍ରାଇଭରମାନେ ଏକାଠି ହୋଇ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରାଲିର ଆୟୋଜନ କରିଛନ୍ତି। ଏମାନେ ସମସ୍ତେ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି।
ନନ୍ଦନକାନନରେ ପୁଣି ଅଘଟଣ ଘଟିଛି। କିଛି ଦିନ ତଳେ ଟୟ ଟ୍ରେନ୍ ନିଆଁ ଲାଗିଯାଇଥିଲା। ଭୟରେ ଟ୍ରେନ୍ରେ ଥିବା ଯାତ୍ରୀ ଡେଇଁପଡ଼ିଥିଲେ।
ବିନା ଦର୍ଶକରେ ହେବ ଜୁନିଅର ବିଶ୍ୱକପ୍ ହକି । ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ଖେଳାଳି ଓ ସମର୍ଥକଙ୍କ ନିରାପତ୍ତା ପାଇଁ କୋଭିଡ୍ କଟକଣାରେ ହେବ ମ୍ୟାଚ।
ବିନା ଦର୍ଶକରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍। ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି।
ରାଜଧାନୀରେ ବେଆଇନ ଭାବେ ଚାଲିଥିବା ବାର ଉପରେ ଚଢାଉ । ଏକାସାଙ୍ଗରେ ୫ଟି ବାର ଉପରେ ଚଢାଉ କରିଛି ଅବକାରୀ ଏବଂ ପୋଲିସ ଟିମ୍ ।
ବେଆଇନ୍ ଭାବେ ଚାଲିଥିଲା ଡ୍ୟାନ୍ସ। ଆଉ ଜମୁଥିଲା ନାଚଗୀତର ଆସର। ଖାଲି ଏତିକି ନୁହେଁ ବାର୍ରେ ବହୁ ନକଲି ଟଙ୍କା ମଧ୍ୟ ଫିଙ୍ଗା ଯାଉଥିଲା। ଖବର ପାଇ ପହଞ୍ଚିଗଲା ପୋଲିସ୍। ଫିକା ପଡ଼ିଗଲା ସବୁକିଛି।
ଡରାଇଲାଣି ପେଟ୍ରୋଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ୧୦୮.୫୪ ଟଙ୍କା ଓ ଡିଜେଲ ୧୦୫.୦୯ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ଏପରି ଅହେତୁକ ଦରବୃଦ୍ଧି ନେଇ ଗ୍ରାହକଙ୍କର କଣ ପ୍ରତକ୍ରିୟା ରହିଛି ଆସନ୍ତୁ ଶୁଣିବା ।
କନସଲଟାନ୍ସି ନାଁରେ ସେକ୍ସ ରାକେଟ ଚାଲୁଥିବା ଜଣାପଡ଼ିଛି। ସାମନାରେ କନସଲଟାନ୍ସି ନାଁରେ ଅଫିସ ଆଉ ଭିତରେ ଚାଲୁଥିଲା ସେକ୍ସ ରାକେଟ। ଝିଅଙ୍କୁ ଚାକିରୀ କରାଇଦେବା ନାଁରେ ସେକ୍ସ କାରବାରରେ ନିୟୋଜିତ କରାଯାଉଥିଲା।
ଆକାଶ ଛୁଆଁ ତୈଳ ଦର , ହୁ ହୁ ହୋଇ ବଢ଼ିବାରେ ଲାଗିଛି ତେଲକୁ ନେଇ ମୁଣ୍ତ ବିନ୍ଧା I ପେଟ୍ରୋଲ ଦର ବଢ଼ିବା ଯୋଗୁଁ ଅସନ୍ତୋଷ ଗ୍ରାହକ
ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୨୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ । ସୂଚନା ଅନୁସାରେ ଉକ୍ତ ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ । ଗୁଜରାଟରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ସେ ଯାଇଥିଲେ । ତାଙ୍କ ବଡ଼ ଭାଇ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରୁ ଚୋରି ହୋଇଥିବା ଜଣାପଡ଼ିଛି । ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘରେ ପଶିଥିବା ସନ୍ଦେହ କରାଯାଉଛି ।