Advertisment

ବସ୍ତିରେ ବୁଲିଲେ, ଘରେ କେମିତି ପାଣି ପଶିଛି ଦେଖିଲେ....ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ଅପରାଜିତା

ଲଗାଣ ବର୍ଷାରେ ଭୁବନେଶ୍ୱର ଜଳବନ୍ଦୀ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷ଼ଡଙ୍ଗୀ । ୨୧ ବର୍ଷର ଶାସନ ପରେ ରାଜଧାନୀର ସମସ୍ୟା ସମାଧାନ ହେଉନି। ଏନେଇ କଂପ୍ରେହେନସିଭ୍ ମାଷ୍ଟର ପ୍ଲାନ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି କହିଥିଲା। ଏମିତିକି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗତବର୍ଷ ଅପରାଜିତା ଚିଠି କରିଥିବା କହିଛନ୍ତି ।

author-image
Sarbeswar
ଅଦ୍ୟତନ ହୋଇଛି
Aparajita

Aparajita

ଭୁବନେଶ୍ୱର: ଲଗାଣ ବର୍ଷାରେ ଭୁବନେଶ୍ୱର ଜଳବନ୍ଦୀ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷ଼ଡଙ୍ଗୀ । ୨୧ ବର୍ଷର ଶାସନ ପରେ ରାଜଧାନୀର ସମସ୍ୟା ସମାଧାନ ହେଉନି। ଏନେଇ କଂପ୍ରେହେନସିଭ୍ ମାଷ୍ଟର ପ୍ଲାନ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି କହିଥିଲା। ଏମିତିକି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗତବର୍ଷ ଅପରାଜିତା ଚିଠି କରିଥିବା କହିଛନ୍ତି ।

Advertisment

ସମସ୍ୟାର ସମାଧାନ ନେହେବାରୁ ଏବେ ରାଜଧାନୀବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି । ଏପଟେ ଲଘୁଚାପ ବର୍ଷା ଯୋଗୁ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ତାସହ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି । ସେପଟେ ରାଜନୈତିକ ଅଭିଯୋଗ ନକରି ପ୍ରକୃତ ଘଟଣାକୁ ବୁଝନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା।

ତେବେ ଅପରାଜିତା କହିଛନ୍ତି ଯେ, ଭୁବନେଶ୍ୱରର ସ୍ଥିତି ସଙ୍ଗୀନ ରହିଛି। ଲୋକମାନଙ୍କ ପାଖରେ ଶାସନ ଓ ପ୍ରଶାସନ ପହଞ୍ଚିବାର ଆବଶ୍ୟକତା ରହିଛି। ଏହାସହ ଡ୍ରେନେଜ୍‌ର ସ୍ଥାୟୀ ସମାଧାନ ଆମକୁ ଦରକାର ବୋଲି ଅପରାଜିତା କହିଛନ୍ତି। ପାଣି ନିଷ୍କାସନ ପାଇଁ ୧୧୦ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ସେହି ଟଙ୍କା କୁଆଡ଼େ ଗଲା ଓ କେଉଁଠାରେ ବିନିଯୋଗ ହେଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

Advertisment

ପ୍ରକୃତରେ ଦୁଇଦିନ ଲଗାଣ ବର୍ଷା ହେବା ପରେ ରାଜଧାନୀର ସ୍ଥିତି ଗମ୍ଭୀର ହୋଇଛି। ଘରୁ କେହି ବାହାରି ପାରୁନାହାନ୍ତି। ଥରେ ଚିନ୍ତା କରନ୍ତୁ ଯାହାର ଘର ଉପରେ ଭଲ ଖଣ୍ଡିଏ ଛାତ ନାହିଁ ସିଏ କଣ କରିବ କେମିତି ଚଳିବ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା? କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଅନେକ ଲୋକଙ୍କ ଶୋଇବା ଘରକୁ ଯାଇ ଦେଖିଲି। ସମସ୍ତଙ୍କ ବେଡ଼୍‌ ରୁମ୍‌ରେ ପ୍ରାୟ ପାଣି ଖେଳୁଛି। ରାଜଧାନୀର ପ୍ରାୟ ସବୁ ବସ୍ତିରେ ପାଣି ଗଳୁଛି ବୋଲି ଭୁବନେଶ୍ୱର ସାଂସଦ କହିଛନ୍ତି। କାହିଁକି ଏହି ସ୍ଥିତି ହେଲା ତାହାର ଉତ୍ତର ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Bhubaneswar Aparajita Sarangi Heavy Rainfall
Advertisment
Advertisment