ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ସେବା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ରାଜଧାନୀ ଭୁବନେଶ୍ୱରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଲାଗି ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ମିଛ ପ୍ରମାଣିତ ହୋଇଛି। ଦ୍ୱୈତନଗରୀ ମଧ୍ୟରେ ମେଟ୍ରୋ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ […]
ମୁମ୍ବାଇ: ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍ରେ ଷ୍ଟଣ୍ଟ୍। ମୁମ୍ବାଇରେ ଏକ ଦ୍ରୁତଗାମୀ ଟ୍ରେନ୍ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଟ୍ରେନ୍ରେ ଉପସ୍ଥିତ ଥିବା ଯାତ୍ରୀମାନେ ଯୁବକଙ୍କୁ ବାରଣ ସତ୍ତ୍ୱେ, ଏହାକୁ ସେ ଖାତିର ନକରି ଗୋଟିଏ ପରେ ଗୋଟିଏ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ନଜର ଆସିଥିଲା। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍ର ଫୁଟ୍ରେଷ୍ଟ ଉପରେ ଠିଆ ହୋଇ […]
ମୁମ୍ବାଇ: ବିବାହ କରିବାକୁ ମନା କରିବାରୁ ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ଏକତରଫା ପ୍ରେମ କରି ହିତାହିତ ହରାଇଲା ପ୍ରେମିକ। ସମସ୍ତଙ୍କ ସାମ୍ନାରେ ପ୍ରେମିକାକୁ ଟ୍ରେନ୍ ଆଗକୁ ଠେଲିଦେଲା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ସୌଭାଗ୍ୟବଶତଃ ଆକସ୍ମିକ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି ଯୁବତୀ ଜଣକ। ଅନ୍ୟପଟେ ଏପରି କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଖସି ପଳାଇଥିଲା ଅଭିଯୁକ୍ତ। ହେଲେ ସିସିଟିଭି ଫୁଟେଜ୍ […]
ନୂଆଦିଲ୍ଲୀ: ଦେଶରେ କରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁଁ ବିଭିନ୍ନ ଅଂଚଳରେ ସଂକ୍ରମଣ ବୃଦ୍ଧି ପାଇଛି। ନୂଆ ଷ୍ଟ୍ରେନ୍ ଦ୍ୱାରା କରୋନା ପୁଣି ଥରେ ଆକ୍ରମଣ କରିବାର ଆଶଙ୍କା ଅଧିକ ରହିଛି। ଭ୍ୟାକ୍ସିନ ଜରିଆରେ ପ୍ରତିରୋଧକ କ୍ଷମତା ହାସଲ କରିଥିବା ଲୋକଙ୍କୁ ତଥା ଆଣ୍ଟିବଡ଼ି ପାଇଥିବା ଲୋକଙ୍କୁ ପୁଣି ଥରେ ସଂକ୍ରମିତ କରିପାରେ ଏହି ଷ୍ଟ୍ରେନ୍। ଏପରିସ୍ଥଳେ ଲୋକେ କରୋନା ଭାଇରସକୁ ହାଲୁକାରେ ନନେଇ ପୂର୍ବପରି ସତର୍କତା ଅବଲମ୍ବନ କରିବା ଜରୁରୀ, […]
ରାଉରକେଲା(ପୱନ ତିୱାରୀ): ଗଜରାଜଙ୍କ ପାଇଁ ପୁଣି ବିପଦ ସାଜିଲା ଟ୍ରେନ୍। ମାଲ୍ବାହୀ ଟ୍ରେନ୍ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ଜରେଇକେଲା ନିକଟ ମହିପାଣିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ୨ ହାତୀ ରେଳ ଲାଇନ୍ ପାର୍ ହେଉଥିବାବେଳେ ଏକ ମାଲ୍ବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଫଳରେ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରେଲ୍ୱେ ଟ୍ରାକ୍ରେ ୨ ହାତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ରହିଥିବା […]
ଠାଣେ: ଚଳନ୍ତା ଟ୍ରେନ୍ରେ ଚଢ଼ୁଥିଲେ ସାବଧାନ। ଆପଣଙ୍କର ଟିକିଏ ଅସାବଧାନତା ଆପଣଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇପାରେ। ସୌଭାଗ୍ୟବଶତଃ ଜଣେ ଯାତ୍ରୀ, ଏଭଳି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯେଉଁଠି ନିଶ୍ଚିତ ମୃତ୍ୟୁ ବୋଲି ସମସ୍ତେ ଭାବି ନେଇଥିଲେ କିନ୍ତୁ ଦେବଦୂତ ସାଜି ଦୁଇ ଜଣ ଆରପିଏଫ୍ ଯବାନ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗତ ଶୁକ୍ରବାର ରାତି ସାଢ଼େ ୮ଟାରେ ମହାରାଷ୍ଟ୍ର ଠାଣେ ଜିଲ୍ଲାରେ […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ନଦୀ କୂଳରେ ବାଲିପଠା ଉପରେ ଖୋଲିଛି ଆର୍ମି ବାରାକ୍। ସେନା ପ୍ରଶିକ୍ଷଣ ପାଇଁ ହୋଇଛି ବିପୁଳ ବ୍ୟବସ୍ଥା। ପାରିଶ୍ରମିକ ଦେବାକୁ ପଡ଼ୁନି। ଜଣେ ନିସ୍ୱାର୍ଥପର ମଣିଷର ତ୍ୟାଗରେ ଚାଲିଛି ପ୍ରଶିକ୍ଷଣ। ଚାକିରି ଛାଡ଼ି ନିଜ ଅଂଚଳର ପିଲାଙ୍କୁ ମାଗଣାରରେ ଟ୍ରେନିଂ ଦେଉଛନ୍ତି ସିଲୁ ନାୟକ। ଶିକ୍ଷିତ ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଏବଂ ପୋଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଳା ନାଉଗାଁ ଥାନା ଅନ୍ତର୍ଗତ ଦେବୀ ନଦୀକୂଳରେ ପ୍ରତିଷ୍ଠା କରାଯାଇଛି ମହାଗୁରୁ ବାଟାଲିଅନ। […]
ମୁମ୍ବାଇ : ସ୍ୱାମୀ ସାଜିଲା ସଇତାନ୍। ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ। ଟ୍ରେନରୁ ଖସିପଡ଼ିବା ପରେ ମହିଳା ଜଣକର ମୃତ୍ୟୁ ହୋଇଛି । ଗତ ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି । ଲୋକାଲ ଟ୍ରେନରେ ଯାଉଥିବା ବେଳେ ଚେମ୍ବୁର ଏବଂ ଗୋଭାଣ୍ଡି ରେଳ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଦୁଇ ମାସ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା । ମୁମ୍ବାଇର […]
ୟାସ୍ ପାଇଁ ବାତିଲ ହେଲା ଟ୍ରେନ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ବାତିଲ ଭୁବନେଶ୍ୱର-ହାଓଡା ଜନଶତାଦ୍ଦୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଟ୍ରେନ୍ ବାତିଲ ପୁରୀ-ଋ଼ଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ବାତିଲ ପୁରୀରୁ ଅହମ୍ମଦାବାଦ୍, ସୁରତ, ଅଜମେରକୁ ଯାଉଥିବା ଟ୍ରେନ୍ ବାତିଲ ହାଓଡା-ଚେନ୍ନାଇ ମେନ ଲାଇନର ଏକାଧିକ ଟ୍ରେନ୍ ବାତିଲ ଭୁବନେଶ୍ୱର: ପୁଣି ଏକ ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହୋଇ ୨୪ରେ ବାତ୍ୟାରେ […]
ତାଇପେ: ତଇୱାନର ପୂର୍ବ ତଟରେ ଥିବା ଏକ ଟନେଲରେ ଶୁକ୍ରବାର ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରେନ ଟ୍ରକ ସହ ପିଟି ହେବା ପରେ ଲାଇନଚ୍ୟୁତ ହୋଇଯାଇଥିଲା। ଫଳରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ୭୨ରୁ ଅଧିକ ଗୁରୁତର ହୋଇଛନ୍ତି। ଟ୍ରେନ୍ରେ ପ୍ରାୟ ୩୫୦ରୁ ଅଧିକ ଯାତ୍ରୀ ଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରା ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ଟ୍ରେନ୍ଟି ତାଇତୁଙ୍ଗ ଯାଉଥିବାବେଳେ ହୁଲେନ ନିକଟରେ ଟନେଲରୁ ବାହାରିବା ସମୟରେ ଟନେଲ କାନ୍ଥରେ […]
ଭୁବନେଶ୍ୱର: ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସିଛି। ସେଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍ ଚଳାଉଥିବା ଡ୍ରାଇଭର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଧକ୍କା ଦେଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟ୍ରେନ୍ ଡ୍ରାଇଭର। ଏହି ଘଟଣାରେ ଟ୍ରେନ୍ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି GRP। ଡ୍ରାଇଭରଙ୍କ କହିବା ଅନୁସାରେ, ‘ସେଦିନ ରାତି ୮ଟା ୨୦ରେ ଟ୍ରେନ୍ ରେତଙ୍ଗ ଛାଡ଼ିଥିଲା। ରାତି ୮ଟା […]
ପାରାଦୀପ: ହଠାତ୍ ରେଳ ଲାଇନ୍ ପାର୍ ହେଉଥିଲା ଟ୍ରକ୍, ଏହି ସମୟରେ ମାଡ଼ି ଆସିଲା ଟ୍ରେନ୍।ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ JSW ସାଇଟ୍ରେ କୋଇଲା ଟ୍ରକ୍ ଉପରେ ଏକ ଟ୍ରେନ୍ ମାଡ଼ି ଯାଇଛି। ଏଥିରେ ଟ୍ରକ୍ଟି ପୂରା ଚାପି ହୋଇ ଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରୁ ଟ୍ରକ୍ର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଗନାଲ୍ ମ୍ୟାନ୍ ନ ଥାଇ ଟ୍ରେନ୍ ଟି ପଛକୁ ଫେରୁଥିଲା। ଏହି ସମୟରେ ରାସ୍ତା ଜାମ୍ ଥିବାରୁ ଟ୍ରକ୍ଟି ଅବାଟରେ ରେଳ […]
ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଛି କରୋନା। ଦେଶର ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ ଦିଲ୍ଲୀ, ଗୁଜରାଟ ଓ ହରିଆଣାର ସ୍ଥିତି ମଧ୍ୟ ଭଲ ନାହିଁ। ଏହାକୁ ଦେଖି ଓଡ଼ିଶାରେ ମଧ୍ୟ ପୁଣି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ ଷ୍ଟ୍ରେନ […]
ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାର କୌଣସି ରେଲ୍ୱେ ଷ୍ଟେସନ୍ରେ ଅଟକିବନି ପାସେଞ୍ଜର ଟ୍ରେନ୍। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି କଟକଣା ଜାରି ରହିବ। ଗଞ୍ଜାମ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତଟ ରେଲ୍ୱେ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଭୁବନେଶ୍ୱର-ବ୍ରହ୍ମପୁର ସ୍ପେଶାଲ ଟ୍ରେନ୍କୁ ବାତିଲ୍ କରି ଦିଆଯାଇଛି। ସେହିପରି ଭୁବନେଶ୍ୱର-ମୁମ୍ବାଇ ସ୍ପେଶାଲ୍ ଟ୍ରେନ୍ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଷ୍ଟେସନ୍ରେ ଅଟକିବ […]
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ହେଲେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍ରେ ଜେନେରାଲ ବଗି ଟ୍ରେନ୍ର ଆଗରେ କିମ୍ବା ପଛରେ ଥାଏ- ଏକଥା ହୁଏତ ଅନେକଙ୍କ ନଜରକୁ ଆସି ନ ଥିବ । ଯଦି ଏହା ଜାଣିଥାନ୍ତି, କେବେ ଚିନ୍ତା କରିଛନ୍ତି ଟ୍ରେନ୍ର ଆଗରେ ଏବଂ ପଛରେ କାହିଁକି ଏହି ଜେନରାଲ ବଗି ଲାଗିଥାଏ ? ଏହି ଜେନରାଲ ବଗି ମଝିରେ କ’ଣ ଥାଏ ଜାଣିଛନ୍ତି ? ଟ୍ରେନ୍ର ଆଗରେ ପଛରେ ଜେନରାଲ […]
ନୂଆଦିଲ୍ଲୀ: ଭାରତର ତିନି ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗନା ଏବଂ କେରଳରେ କୋଭିଡ-୧୯ର ଦୁଇଟି ନୂଆ ଷ୍ଟ୍ରେନ୍ ଠାବ ହୋଇଛି। ତେବେ ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର କାରଣ ଯେ ଏହି ନୂଆ ଷ୍ଟ୍ରେନ ତାହାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଏହି ଦୁଇ ନୂଆ ଭାରିଏଣ୍ଟର ନାମ N440K ଏବଂ E484K। E484K ଏମିତି ଭାଇରସ ଯାହାକୁ ଶରୀରର ଇମ୍ୟୁନ ରେସ୍ପନ୍ସ ନଷ୍ଟ କରିବାରେ ବିଫଳ ହୋଇଛି। […]
ନୂଆଦିଲ୍ଲୀ: ଦେଶରେ ଗଡ଼ିବ ପ୍ରାଇଭେଟ ଟ୍ରେନ । ୨୦୨୩-୨୪ରେ ସୁଦ୍ଧା ପ୍ରାଇଭେଟ ଟ୍ରେନ ଚଳାଚଳ କରିବ। ଏକଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ବେଜଟ ପୂର୍ବରୁ ସଂସଦରେ ଆର୍ଥିକ ସର୍ଭେକ୍ଷଣ-୨୦୨୧ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଦେଶରେ ପ୍ରାଇଭେଟ ଟ୍ରେନ ନେଇ ସମସ୍ତ ପ୍ରକ୍ରିୟା ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ସୂଚନାଥାଉ କି, ସରକାର ପ୍ରାଇଭେଟ ଟ୍ରେନ ଚଳାଚଳ ପୂର୍ବରୁ ଆଇଆରସିଟିସି ଦ୍ୱାରା ତେଜସ୍ ଟ୍ରେନର ଚଳାଚଳ ଆରମ୍ଭ […]
ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତରେ କରୋନାର ପ୍ରଭାବ କମୁଥିବାବେଳେ ସେପଟେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଧୀରେ ଧୀରେ ତାର ପାଦ ଭାରତରେ ରଖୁଛି। ବ୍ରିଟେନ୍ରୁ ଫେରିଥିବା ୨୦ ଯାତ୍ରୀଙ୍କ ପାଖରେ ବର୍ତ୍ତମାନ କରୋନା ନୂଆ ଷ୍ଟ୍ରେନ ମିଳିବା ପରେ ଚିନ୍ତା ବଢିଯାଇଛି। ପ୍ରଥମେ ଦେଶର ବିଭିନ୍ନ ସ୍ଥାନରୁ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ ଠାବ କରାଯାଇଥିଲା ଯେଉଁମାନଙ୍କ ପାଖରେ କରୋନାର ନୂଆ ଷ୍ଟ୍ରେନ ମିଳିଥିଲା । ଏବେ ଆଉ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସୂଚନାଥାଉ […]
ନୂଆଦିଲ୍ଲୀ: ଭାରତରେ ମିଳିଲା ବ୍ରିଟେନ୍ ଷ୍ଟ୍ରେନ୍। ବ୍ରିଟେନରୁ ଫେରିଥିବା ୬ ଜଣ ବ୍ୟକ୍ତିଙ୍କ ପାଖରେ ନୂଆ କରୋନା ଷ୍ଟ୍ରେନ୍ ମିଳିଥିବା ଖବର ମିଳିଛି। ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ନୂଆ ଷ୍ଟ୍ରେନ୍ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଖରେ କରୋନାର ସମସ୍ତ ଲକ୍ଷ୍ୟଣ ରହିଛି। ତେଣୁ ଏଦିଗ ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛି। ନୂଆ ଆକ୍ରାନ୍ତଙ୍କ ପରିବାରଲୋକଙ୍କ […]
ନୂଆଦିଲ୍ଲୀ: ବ୍ରିଟେନରୁ ଚିହ୍ନଟ କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ଭୂତାଣୁ ମ୍ୟୁଟେସନ ସତ୍ତ୍ୱେ ଲକ୍ଷଣ କିମ୍ବା ଚିକିତ୍ସାରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି କୋଭିଡ୍ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ତଥା ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ଟିକା ଗୁଡିକ ଜରୁରୀକାଳୀନ ଅନୁମୋଦନ ପାଇଛି ସେଗୁଡିକ ମଧ୍ୟ ବ୍ରିଟେନରୁ […]
ଲଣ୍ଡନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ବଢିଛି ଭାରତର ଚିନ୍ତା । ଡିସେମ୍ବର ୩୧ ଯାଏଁ ବ୍ରିଟେନକୁ ବିମାନ ଉଡାଣ ବାତିଲ କରାଯାଇଛି । ତେବେ ସୋମବାର ବ୍ରିଟେନ୍ରୁ ଭାରତ ଆସିଥିବା ବିଭିନ୍ନ ବିମାନରୁ ୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୫, କୋଲକାତାରୁ ୨ ଏବଂ ଚେନ୍ନାଇ ବିମାନ ବନ୍ଦରରୁ ଜଣେ ଯାତ୍ରୀ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ୍ରେ ରଖିବା ସହ […]