ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ବ୍ୟାପିବାରେ ଲାଗିଥିବା ବେଳେ ଅନ୍ୟପଟେ ଭାରତୀୟ ରେଲୱେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି କରିଚାଲିଛି। ଏବେ ରେଲୱେ ଟ୍ରେନ୍ ଇଞ୍ଜିନକୁ ଚଲାଇବା କ୍ଷେତ୍ରରେ ଆଉ ପାଦେ ଆଗେଇଛି। ଭାରତୀୟ ରେଲୱେ ଏବେ ବ୍ୟାଟେରୀ ଚାଳିତ ଟ୍ରେନ୍ ଇଞ୍ଜିନ୍ ପ୍ରସ୍ତୁତ କରିଛି ଏବଂ ଏହାର ସଫଳ ପରୀକ୍ଷଣ ମଧ୍ୟ କରିସାରିଛି। ଅର୍ଥାତ୍ ଆଉ କିଛି ଦିନ ଭିତରେ ଟ୍ରାକରେ ବ୍ୟାଟେରୀ ଚାଳିତ ଟ୍ରେନ୍ ଚାଲୁଥିବାର ଦେଖିବାକୁ ମିଳିପାରେ। ରେଲୱେର କହିବା […]
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ। ଷ୍ଟେସନରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନର ୪ଟି ବଗିରୁ ସକାଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଷ୍ଟେସନ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ପ୍ରବଳ ଗରମ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି।
ଚଣ୍ଡିଗଡ଼ (ପଞ୍ଜାବ): ଅମୃତସରର ଲୋକଙ୍କ ପାଇଁ ବିଜୟା ଦଶମୀର ସଂଧ୍ୟା ପାଲଟିଥିଲା କାଳ ରାତି। ସଂଧ୍ୟା ୬ଟା ୪୫ ମିନିଟରେ ଘଟିଥିଲା ଏହି ବଡ଼ ଟ୍ରେନ ଦୁର୍ଘଟଣା। ସୂଚନା ଅନୁସାରେ, ଅମୃତସର ଜଉରା ଫାଟକ ନିକଟ ଧୋବି ଘାଟ ପାଖରେ ଅନୁଷ୍ଠିତ ହୋଇଥିଲା ରାବଣ ପୋଡ଼ି। ରେଳ ଧାରଣାରୁ ଏହା ଥିଲା ମାତ୍ର ଶହେ ମିଟର ଦୂରରେ। ୭୦-୮୦ ମିଟର ଦୂରତା ମଧ୍ୟରେ ୭ ଶହରୁ ଅଧିକ ଲୋକ ସେଠାରେ ଉପସ୍ଥିତ ଥିଲେ। ରାବଣ ପୁତ୍ତଳିକାରେ ନିଆଁ […]
ଚଣ୍ଡିଗଡ଼ (ପଞ୍ଜାବ): ବିଜୟା ଦଶମୀରେ ୧୫ରୁ ୨୦ ସେକେଣ୍ଡ ମଧ୍ୟରେ ମୃତ୍ୟୁର ତାଣ୍ଡବ ରଚାଇଛି ଜଳନ୍ଧର-ଅମୃତସର DMU ଟ୍ରେନ। ରାବଣ ପାଲଟି ୬୦ ଜଣଙ୍କ ଜୀବନ ନେଇଛି ଏହି ଟ୍ରେନ୍। ସୂଚନା ଅନୁସାରେ, ଗତକାଲି ଅମୃତସର ଚୌରା ବଜାର ନିକଟରେ ରାବଣପୋଡ଼ି ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଅମୃତସରର ସିଟି ହସ୍ପିଟାଲ୍ ଓ ଗୁରୁ ନାନକ ହସ୍ପିଟାଲ୍ରେ ୬୦ରୁ ଅଧିକ ଲୋକଙ୍କୁ ଭର୍ତ୍ତି କରାଯାଇଛି। ରାଜ୍ୟପାଳ ଭି.ପି. ସିଂହ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟି ସେମାନଙ୍କ […]
କାଳ ହେଲା ଇୟରଫୋନ୍ ଲଗାଇ ଗୀତ ଶୁଣି ଶୁଣି ରେଲ୍ୱେ ଟ୍ରାକ୍ରେ ଚାଲିବା। ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଖାନନଗର ଅଞ୍ଚଳରେ ଗତକାଲି ଏହି ଘଟଣା ଥିବାବେଳେ ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ଭାରତର ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶକୁ ବ୍ୟାପିଲାଣି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ସଂକ୍ରମଣ ତଥା ଭାରତରେ ଦେଖାଦେଇଥିବା ଷ୍ଟ୍ରେନକୁୁ ନେଇ ହୁ ପୁଣି ଚିନ୍ତାଜନକ ତଥ୍ୟ ଦେଇଛି । ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ କରାଯାଇଛିା B.1.617 ଭାରିଆଣ୍ଟ କୋଭିଡ୍ ସାର୍ସ-୨ର ଏହି ଭାରିଆଣ୍ଟଭାରତରୁ ଆସିଥିବା ସଂଗଠନ କହିଛି । ୟୁଏନ୍ ହେଲ୍ଥ ଏଜେନ୍ସି ତାହାର କୋଭିଡ୍ ଡାଟାବେସ୍ରେ ମଧ୍ୟ […]
ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। ପ୍ରଥମେ ଏହା ମହାରାଷ୍ଟ୍ର, ଆନ୍ଧ୍ର, ଛିତିଶଗଡ଼ ଓ ପଞ୍ଜାବ ଭଳି ରାଜ୍ୟରେ ଥିଲା। ଏବେ ଆମେ ଏହି ଷ୍ଟେଜ୍ରେ ପହଞ୍ଚିଲେଣି। ସଂକ୍ରମଣ ୪ ଗୁଣା ବଢିଲାଣି। ଗହଳି ଜାଗାରୁ ଅଧିକ ସଂକ୍ରମଣ ହେଉଛି। ସେଭଳି ସ୍ଥାନରେ ଡବଲ ମାସ୍କପିନ୍ଧିବା ପାଇଁ ନିବେଦନ କରିଛନ୍ତି। ସେହିପରି […]
ଭୁବନେଶ୍ୱର: ଓଡ଼ିଶାରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ACS ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ଚିହ୍ନଟ ୩ଟି ଗତ ଡିସେମ୍ବରରେ ଆସିଥିବା ୟୁକେ ଫେରନ୍ତାଙ୍କ ଷ୍ଟ୍ରେନ୍। ICMR ପକ୍ଷରୁ ଜିନୋମ୍ ସିକ୍ୟୁଏନ୍ସିଂ ବେଳେ ଏକଥା ଜାଣିଥିଲୁ, ଲୋକେ ଭୟଭୀତ ହୋଇପଡ଼ିବେ ବୋଲି ପ୍ରକାଶ କରାଯାଉନଥିଲା। ଲୋକେ କୌଣସି ପ୍ରକାର ଭୟଭୀତ ହୁଅନ୍ତୁନି ACS ବୋଲି କହିଲେ। ପ୍ରକାଶଥାଉକି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନେସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ କହିଛନ୍ତି, ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି।୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ୍। ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ୍ ଭିତରୁ […]
ନୂଆଦିଲ୍ଲୀ: ଟ୍ରେନ୍ ଭିତରେ ଧୂମପାନ କଲେ ଧୂମପାନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧୂମପାନକାରୀ ଧରାପଡ଼ିଲେ ସରକାରୀ ସମ୍ପତ୍ତି ନଷ୍ଟ ଅଭିଯୋଗରେ ସେମାନେ ଗିରଫ ବି ହୋଇପାରନ୍ତି। ନିକଟରେ ଉତ୍ତରାଖଣ୍ଡରେ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିବା ପରେ ଏଭଳି ନିଷ୍ପତ୍ତି ନେଇଛି ରେଳ ବିଭାଗ। ବିଡ଼ି କିମ୍ବା ସିଗାରେଟ୍ରୁ ଶତାବ୍ଦୀ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ରେଳ ବିଭାଗ। ଏଭଳି ପଦକ୍ଷେପ ନେବାକୁ ଯାଉଥିବା କହିଛନ୍ତି, ବିଭାଗର ଜଣେ ବରିଷ୍ଠ ଅଧିକାରୀ। […]
ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଆସିଲା ନୂଆ ତଥ୍ୟ। ଚାଞ୍ଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂତନ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍ ପୂର୍ବ ଭୂତାଣୁ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ସଂକ୍ରାମକ କିନ୍ତୁ ନୂତନ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାରେ […]
ଭୁବନେଶ୍ୱର: ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ଗତ ୧୪ ଦିନ ଭିତରେ ବ୍ରିଟେନ୍ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡିବ। ଫେରିଥିବା ଯାତ୍ରୀ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ। ଏହି ସମୟରେ ରାପିଡ ରେସପନ୍ସ ଟିମ୍ ତାଙ୍କର ନିୟମିତ ଯାଞ୍ଚ କରିବେ। କ୍ୱାରେଣ୍ଟିନ ସମୟରେ ଲକ୍ଷଣ ପ୍ରକାଶ ପାଇଲେ […]
ଭୁବନେଶ୍ୱର: ରାଜ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ବନ୍ଦ ହେବ। ପୃଷ୍ଠପୋଷକତା ଅଭାବରୁ ରାଜ୍ୟ ଭିତରେ ଚଳାଚଳ କରୁଥିବା ତିନିଟି ସ୍ୱତନ୍ତ୍ର ଟ୍ରେନକୁ ବନ୍ଦ କରାଗଲା। ଏଭଳି ପଦକ୍ଷେପ ନେଇଛି ପୂର୍ବତଟ ରେଳବାଇ। ପ୍ରକାଶଥାଉକି ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଅସହାୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ରେଲୱେ ପକ୍ଷରୁ ଜୁନ ୮ ତାରିଖରୁ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା। ପରେ ଏହି ରେଳସେବାକୁ ଜୁଲାଇ ମାସ ୧ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ରେଲେଓ୍ୱର ବଡ଼ ନିଷ୍ପତ୍ତି। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍। ନିର୍ଦ୍ଦିଷ୍ଟ ସମୟ ସାରଣୀରେ ଚାଲୁଥିବା ସମସ୍ତ ମେଲ୍-ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରିଛି ଇଣ୍ଡିଆନ୍ ରେଲେଓ୍ୱ। ଆସନ୍ତା ଜୁଲାଇ ୧ତାରିଖରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ସବୁ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ଟିକେଟ୍ ବାବଦ ଅର୍ଥ ଫେରାଇ ଦିଆଯିବା […]
ଭୁବନେଶ୍ୱର: ଆଜିିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ […]
ଭୋପାଳ: ମାନବିକତା ଦେଖାଇଲେ ଆରପିଏଫ୍ କନେଷ୍ଟବଳ। ରେଲୱେ ଷ୍ଟେସନରେ ଦୌଡି ଦୌଡି ସେ ଜଣେ ମହିଳା ଯାତ୍ରୀଙ୍କୁ କ୍ଷୀର ଯୋଗାଇ ଦେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଏକ ଟ୍ରେନ୍ ଭୋପାଳ ଷ୍ଟେସନରେ କିଛି ସମୟ ପାଇଁ ଅଟକି ଥିଲା। ଏହି ସମୟରେ ସାଫିଆ ହାସମି ନାମକ ଜଣେ ମହିଳା ଚାରିବର୍ଷର ଶିଶୁ ପାଇଁ କ୍ଷୀର ଯୋଗାଇ ଦେବାକୁ ଆରପିଏଫ୍ କନେଷ୍ଟବଳ ଇନ୍ଦର ସିଂ ଯାଦବଙ୍କୁ ଅନୁରୋଧ କରିଥିଲେ। ଇନ୍ଦର ସିଂ କ୍ଷୀର ସଂଗ୍ରହ କରି ଆଣିବା ବେଳକୁ […]