• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1026" result for "ଟ୍ରେନ" in https://otvkhabar.in

train
ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ବାହାରିଲା ସ୍ୱତନ୍ତ୍ର ଟ୍ରେନ

ହାଇଦ୍ରାବାଦ: ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଶହ ଶହ ଶ୍ରମିକ। ଏହି ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଚାଲିଛି ଉଦ୍ୟମ।  ତେଲେଙ୍ଗାନାରେ ଫସି ରହିଥିବା ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ତେଲେଙ୍ଗାନା ହାଇଦ୍ରାବାଦରୁ ବାହାରିଛି । ଏହି ସ୍ୱତନ୍ତ୍ର ଟ୍ରେନ ୧୨୦୦ ଶ୍ରମିକଙ୍କୁ ନେଇ  ଝାଡ଼ଖଣ୍ଡ ଅଭିମୁଖେ ବାହାରିଛି। ଏହି ଟ୍ରେନ୍‌ ହାଇଦ୍ରାବାଦ ଲିଙ୍ଗମପଲ୍ଲୀ ଷ୍ଟେସନରୁ ଝାଡ଼ଖଣ୍ଡର ହଟିଆକୁ ଯାତ୍ରା କରିବ । ଟ୍ରେନ୍ରେ ୨୪ଟି ବଗି ଥିବାବେଳେ ସାମାଜିକ ଦୂରତ୍ୱକୁ ପାଳନ କରି […]

odisha
ଚଳନ୍ତା ଟ୍ରେନ୍‌ରେ ଚଢ଼ୁଥିଲେ ଘୁଗୁନି ବ୍ୟବସାୟୀ; ଖସିଗଲା ଗୋଡ଼, ତା’ପରେ...

ଝାରସୁଗୁଡ଼ା (ଭାଗିରଥୀ ସାହୁ): କଥାରେ ଅଛି, ରଖେ ହରି ତ ମାରେ କିଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ରେଳ ଷ୍ଟେସନରେ। ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ପ୍ଲାଟଫର୍ମ ଛାଡ଼ୁଥିବା ବେଳେ ଜଣେ ବ୍ୟକ୍ତି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ କୌଣସି କାରଣ ବଶତଃ  ତାଙ୍କର ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ। ଏହାଦେଖି ସଙ୍ଗେସଙ୍ଗେ ସେଠାରେ ଉପସ୍ଥିତ ଯାତ୍ରୀ ଓ ଆର୍‌ପିଏଫ୍ କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବେ […]

train derail
ଲାଇନ୍‌ଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ୍‌ର ୭ ବଗି

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ-ଧାମରା ରେଳପଥ ଜିଝାରପୁର ନିକଟରେ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଲାଇନ୍‌ଚ୍ୟୁତ ହୋଇ ଯାଇଛି। ଏହି ଟ୍ରେନ୍‌ଟି ଧାମରାରୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଜିଝାରପୁର ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଟ୍ରାକ୍‌ରୁ ୭ଟି ବଗି ଖସି ଯାଇଥିବା ବେଳେ ଦୁଇଟି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଛି। କିଛି ବଗିରୁ ଚକ ମଧ୍ୟ ବାହାରି ପଡ଼ିଛି। ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି […]

under water train
ଖୁବ୍‌ଶୀଘ୍ର ଭାରତରେ ଗଡ଼ିବ ଅଣ୍ଡର ୱାଟର୍‌ ଟ୍ରେନ୍‌

କୋଲକାତା: ଖୁବ୍‌ଶୀଘ୍ର ଭାରତରେ ପ୍ରଥମ ଅଣ୍ଡର୍‌ ୱାଟର୍‌ ଟ୍ରେନ୍‌ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏନେଇ ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍‌ ଘୋଷଣା କରିଛନ୍ତି। କୋଲକାତାର ହୁଗ୍‌ଲୀ ନଦୀରେ ଏହି ଟ୍ରେନ୍‌ ଗଡ଼ିବ। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ‘ଭାରତର ପ୍ରଥମ ଅଣ୍ଡର୍‌ ୱାଟର୍‌ ଟ୍ରେନ୍‌ ଖୁବ୍‌ଶୀଘ୍ର କୋଲକାତାର ହୁଗଲୀ ନଦୀରେ ଗଡ଼ିବ। ଉତ୍କୃଷ୍ଟ ଇଞ୍ଜିନିୟରିଂର ଉଦାହରଣ କୁହାଯାଉଥିବା ଏହି ଟ୍ରେନ୍‌ ଦେଶର ରେଳ ବିକାଶର ଏକ ପ୍ରତୀକ।ଏହାଦ୍ୱାରା କୋଲକାତାବାସୀଙ୍କୁ ସୁବିଧା ମିଳିବା […]

water bottle
ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ନକଲି ପାଣି ବୋତଲ ବିକ୍ରି ଅଭିଯୋଗ, ୮୦୦ ଗିରଫ

ନୂଆଦିଲ୍ଲୀ: ଟ୍ରେନ୍‌ରେ ବିକ୍ରି ହେଉଥିବା ଅଧିକାଂଶ ପାଣି ବୋତଲରେ ଥିବା ଜଳ ବିଶୁଦ୍ଧ  ନୁହେଁ। ବିଭିନ୍ନ ବ୍ରାଣ୍ଡ୍‌ର ଅରିଜିନାଲ ଷ୍ଟିକର ଲଗାଇ ପାଣି ବୋତଲ ବିକ୍ରି ହେଉଥିବାର ଅଭିଯୋଗ ଆସିବା ପରେ ରେଳ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଖାପାଖି ୩୦୦ଟି ସ୍ଥାନରେ ଚଢ଼ାଉ କରାଯାଇ ୮୦୦ ଲୋକଙ୍କୁ ରେଲଓ୍ୱେ ପୁଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଟ୍ରେନ୍‌ରେ ଏହି ନକଲି ପାଣି ବୋତଲ ବିକ୍ରି ପଛରେ ୪ ପ୍ୟାଣ୍ଟ୍ରୀ କାର୍‌ର ମ୍ୟାନେଜରଙ୍କ ହାତ […]

train enginee
ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଗଡ଼ିଲା ଟ୍ରେନ୍ ଇଞ୍ଜିନ୍

କେନ୍ଦ୍ରାପଡ଼ା: ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଟ୍ରେନ୍ ଚାଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। ଆଜି ଯାଜପୁରର ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଏକ ଟ୍ରେନ୍‌ ଇଞ୍ଜିନ୍ ଗଡ଼ିଛି। ପରୀକ୍ଷାମୂଳକ ଭାବେ ଏହି ଇଞ୍ଜିନ୍‌ ଗଡ଼ିଥିବା ଜଣାପଡ଼ିଛି। ସକାଳ ୯ଟାରେ ହରିଦାସପୁର ଷ୍ଟେସନରୁ ଏକ ରେଳ ଇଞ୍ଜିନ୍ କେନ୍ଦ୍ରାପଡ଼ା ଜିଲ୍ଲା ବାଜପୁର ପର୍ଯ୍ୟନ୍ତ ବାହାରିଥିଲା। ବିଶେଷ କରି ନୂତନ ରେଳ ଲାଇନ ଓ ବିଦ୍ୟୁତ୍‌ ସରବରାହ ଯାଞ୍ଚ କରିବା ପାଇଁ ପରୀକ୍ଷାମୂଳକ ଭାବେ ଏହି […]

1586723678-2898
ମେ’ ୩ ଯାଏ ଟ୍ରେନ ଚଳାଚଳ ବାତିଲ୍‌

ନୂଆଦିଲ୍ଲୀ: ଲକଡାଉନ ଅବଧି ମେ ୩ ଯାଏ ବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରେଲୱେ ବୋର୍ଡ ପକ୍ଷରୁ ସମସ୍ତ ଟ୍ରେନ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି। ଦେଶରେ ମେ ୩ ଯାଏ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ କରିବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ କଟାଯାଇଥିବା ଟିକେଟର ମୂଲ୍ୟ ଯାତ୍ରୀଙ୍କୁ ଫେରସ୍ତ ମିଳିବ ବୋଲି ବୋର୍ଡ ଜଣାଇଛି । ପରବର୍ତ୍ତୀ ଆଦେଶ ଯାଏ […]

band
କାଲି ୩୭୦୦ ଟ୍ରେନ, ୧୦୦୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ଆହ୍ୱାନ ଦେଇଛନ୍ତି। ଏହାକୁ ସଫଳ କରିବା ପାଇଁ ଚାରିଆଡ଼ୁ ସମର୍ଥନ ମିଳୁଛି। ରେଳବାଇ ପକ୍ଷରୁ ରବିବାର ସାରା ଦେଶରେ ୩,୭୦୦ ଟ୍ରେନ ଚଳାଚଳ ବାତିଲ କରି ଦିଆଯାଇଛି। ସେହିପରି ଦେଶର ଦୁଇଟି ବିମାନ କମ୍ପାନୀ ଇଣ୍ଡିଗୋ ଏବଂ ଗୋ ଏୟାର ପାଖାପାଖି ୧ ହଜାର ଉଡାଣ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରବିବାର […]

pratap
ରାଉରକେଲାରେ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର

ରାଉରକେଲା: ରାଉରକେଲାରେ ହେବ ଟୁଲ୍ ରୁମ୍ କମ୍‌ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ଲାଗି ଖର୍ଚ୍ଚ ହେବ ୨ଶହ କୋଟି । ଓଡ଼ିଶାରେ ଏହି ସେଣ୍ଟର ହେବ ବୋଲି ମଞ୍ଜୁର ହୋଇଛି।  ଏଥିଲାଗି କେନ୍ଦ୍ର ସରକାର ସମସ୍ତ ଅନୁଦାନ ଯୋଗାଇ ଦେବେ। ରାଜ୍ୟ ସରକାର କେବଳ ଜମି ଯୋଗାଇବେ । ମ୍ୟାନୁଫାକ୍ଚରିଂ ସେକ୍ଟରରେ ଏହା […]