• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1026" result for "ଟ୍ରେନ" in https://otvkhabar.in

train
ବାତ୍ୟା 'ଫୋନି' ଲାଗି ୭୪ଟି ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଫୋନି ଲାଗି ଟ୍ରେନ୍‌ ସେବା ପ୍ରଭାବିତ ହେବ। ଏଥିଲାଗି ୭୪ଟି ଟ୍ରେନ୍‌ ବାତିଲ୍‌ କଲା ପୂର୍ବତଟ ରେଳପଥ। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଟ୍ରେନ୍‌ ସେବା ବାତିଲ୍‌ କରାଯାଇଛି। ସୂଚନା ମୁତାବକ, ଆସନ୍ତା କାଲି ଠାରୁ ଭଦ୍ରକ-ବିଜୟନଗର ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ରହିବ ଏବଂ ଭୁବନେଶ୍ୱର ଓ ପୁରୀ ଅଭିମୁଖେ ଆସୁଥିବା ସବୁ ଟ୍ରେନ୍‌, ହାୱଡ଼ାରୁ ଇଷ୍ଟକୋଷ୍ଟ ଓ କରମଣ୍ଡଳ ଏକ୍ସପ୍ରେସ୍‌ ,ହାୱଡ଼ାରୁ ପୁରୀ ଅଭିମୁଖେ […]

train line
ଅଳ୍ପକେ ବର୍ତ୍ତିଲା ଫାଷ୍ଟ ପାସେଞ୍ଜର୍‌ ଟ୍ରେନ୍‌

ବାଲେଶ୍ୱର: ଟ୍ରେନ୍ ଲାଇନରେ ଫାଟ। ଅଳ୍ପକେ ବର୍ତ୍ତିଲା ଖଡଗପୁରରୁ ପୁରୀ ଯାଉଥିବା ଫାଷ୍ଟ ପାସେଞ୍ଜର୍। ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ କେଶପୁର ଗାଁ ନିକଟ ରେଳ ଧାରଣାରେ ଏହି ଫାଟ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଫାଟ ସମ୍ପର୍କରେ ଜଣାପଡିବା ପରେ ଟ୍ରେନ୍‌ଟି କେଶପୁର ଗାଁ ନିକଟରେ ଅଟକି ରହିଥିଲା।  ରେଳ ଧାରଣାରେ ଫାଟ ଯୋଗୁଁ ହାଓ୍ୱଡା-ଭୁବନେଶ୍ୱର ରୁଟ୍‌ରେ ଅପ୍ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ କର୍ମଚାରୀମାନେ […]

elephant
ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ : ୪ ବନ କର୍ମଚାରୀ ନିଲମ୍ବିତ

ଝାରସୁଗୁଡା  : ଝାରସୁଗୁଡା ବାଗଡିହି ରେଞ୍ଜରେ ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ। ଘଟଣାରେ ୪ ବନ କର୍ମଚାରୀ ନିଲମ୍ବିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଝାରସୁଗୁଡା ଡିଏଫଓ ସୁଶାନ୍ତ କୁମାର ଜଣେ ଫରେଷ୍ଟର ଓ ୩ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଫରେଷ୍ଟର ବସନ୍ତ ପ୍ରଧାନ ଓ  ଫରେଷ୍ଟ ଗାର୍ଡ ବିଶ୍ୱନାଥ ପ୍ରଧାନ, ସୁନିଲ ଭୋଇ ଓ ରୋହିତ ମାଝୀ।  ସୋମବାର ଦିନ ବାଗଡିହି ରେଞ୍ଜର ତେଲଡିହି ଫାଟକ ନିକଟରେ ରେଳ […]

elephant killed
ରେଳ ଧାରଣା ଅତିକ୍ରମ ବେଳେ ହାତୀଙ୍କୁ ଧକ୍କା ଦେଲା ଟ୍ରେନ୍

ଝାରସୁଗୁଡ଼ା: ଟ୍ରେନରେ କଟିଗଲେ ୪ ହାତୀ। ଝାରସୁଗୁଡ଼ା ବାଗଡିହି ରେଞ୍ଜରେ ଘଟିଛି ଏହି ଦୁର୍ଘଟଣା। ଆଜି ଭୋରରୁ ଚେଲିଡିହି ଫାଟକ ନିକଟରେ ରେଳ ଲାଇନ୍ ଅତିକ୍ରମ ବେଳେ ୪ଟି ହାତୀଙ୍କୁ ଧକ୍କା ଦେଇଥିଲା ଟ୍ରେନ୍। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପରେ କିଛି ସମୟ ପାଇଁ ଏହି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କିଛି ଟ୍ରେନ୍ ଉଭୟ ଲାଇନରେ ଅଟକି […]

train
ପୁଣି ବିନା ଇଞ୍ଜିନ୍‌ରେ ୨ କି.ମି ଗଡ଼ିଲା ଟ୍ରେନ୍‌

ସୋର: ପୁଣି ବିନା ଇଞ୍ଜିନ୍‌ରେ ୨ କି.ମି ଗଡ଼ିଲା ଟ୍ରେନ୍‌। ଇଞ୍ଜିନ୍‌ରୁ ବାହାରି ଅଧାବାଟରେ ରହିଗଲା ମାଲବାହୀ ରେଳ ଗାଡି ୱାଗନ୍।  ୬୦ ୱାଗନ୍ ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଭଦ୍ରକ ଧାମରାରୁ ଟାଟା ଅଭିମୁଖେ ଯାଉଥିଲା। ବାଲେଶ୍ୱର ପଣପଣା ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ବେଳେ ହଠାତ ୫ଟି ୱାଗନ୍ ଅଚାନକ ଇଞ୍ଜିନରୁ ଖସି ଯାଇଥିଲା।  ଫଳରେ ଇଞ୍ଜିନ ସହ ବାକି ୫୫ଟି ୱାଗନ୍ ୨ କିଲୋମିଟର ପର୍ଯ୍ୟନ୍ତ ଯାଇ ଖନ୍ତାପଡା ଷ୍ଟେସନ ନିକଟରେ […]

train
ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ  (ବିରଜା ଦାଶ) : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ହାଟସାହି ନିକଟ ନାଲକୋ ଟ୍ରେନ୍‌ ଲାଇନରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ହେଲ ଗୋତମରା ହାଟସାହିର ରାଜେଶ ବିଶ୍ୱାଳ। ରାଜେଶ ଗତକାଲି ରାତିରେ କୌଣସି କାମରେ ଘର ନିକଟସ୍ଥ ଟ୍ରେନ୍‌ ଲାଇନ୍‌  ପାର ହେଉଥିବା ବେଳେ ନାଲକୋ ପ୍ଲାଣ୍ଟରୁ ଆସୁଥିବା ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଆଜି ମୃତ ରାଜେଶଙ୍କ […]

chrc odisha
ଟ୍ରେନ୍‌ରେ ଯାତ୍ରୀଙ୍କୁ ଆକ୍ରମଣ ଘଟଣା: ଆହତ ୧୪ଜଣଙ୍କୁ କ୍ଷତିପୂରଣ ଦେବାକୁ ଏନ୍‌ଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୧୫ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନ୍‌ ଡକାୟତି ଘଟଣାରେ ଆହତ ୧୪ଜଣଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଆହତଙ୍କୁ ୫ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି।  ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଗତ ୨୦୧୫ ଜାନୁୟାରୀ ୩ ତାରିଖରେ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନରେ ଡକାୟତି ହୋଇଥିଲା। ଯାତ୍ରୀମାନେ ବିଭିନ୍ନ […]

indian railways
ରେଲୱେର ସମୟାନୁବର୍ତ୍ତିତା ଚିନ୍ତା: ଟ୍ରେନ୍‌ ବିଳମ୍ବ ହେଲେ ମିଳିବ କମ୍‌ ଗ୍ରେଡ଼

ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ପାଇଁ ଆଉ ବେଶୀ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା ତଥା ସମୟାନୁବର୍ତ୍ତିତାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ଟୁ-ଷ୍ଟେଜର ନୂଆ ଯୋଜନା ଆଣିଛି। ସୂଚନା ଅନୁସାରେ, ରେଲୱେର ଏହି ନୂଆ ଯୋଜନା ଅନୁସାରେ ଏଣିକି ଟ୍ରେନ ବିଳମ୍ବ ନେଇ ଗ୍ରେଡିଂ କରାଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଯୋଜନା କରିଛନ୍ତି ବୋଲି ଜଣାପଡ଼ିଛି। ଟ୍ରେନ […]

indian railways
ଟ୍ରେନ ଯାତ୍ରୀଙ୍କ ଲାଗି ଖୁସି ଖବର! ବର୍ତ୍ତମାନ ରେଳ ଟିକେଟ୍ ଅନ୍ୟ ଜଣଙ୍କ ନାଁକୁ ଟ୍ରାନ୍ସଫର ହୋଇପାରିବ, ଜାଣନ୍ତୁ କିପରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଟ୍ରେନରେ ଯାତ୍ରା ପାଇଁ ଯଦି ଟିକେଟ୍ କନଫର୍ମ ହୋଇଛି, ମାତ୍ର କୌଣସି କାରଣ ଯୋଗୁଁ ହଠାତ୍ ପ୍ଲାନରେ ପରିବର୍ତ୍ତନ ହୋଇଗଲା ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଟିକେଟର ଏହି ମୂଲ୍ୟ ଫେରାଇବା ପାଇଁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଆଣିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ‘ଜଣଙ୍କ ନାଁ ରେ […]

train
ଟ୍ରେନ୍‌ର ଶେଷ ବଗିରେ କାହିଁକି ଥାଏ ‘X’ ଚିହ୍ନ ?

ନୂଆଦିଲ୍ଲୀ: ସବୁ ଯାତ୍ରୀବାହୀ ଟ୍ରେନ୍‌ର ଶେଷ ବଗି ପଛରେ ‘X’ ଲେଖାଯାଇଥାଏ। ତେବେ କାହିଁକି ଏହି ‘X’ ଚିହ୍ନ ଥାଏ କେବେ ଭାବିଛନ୍ତି କି ? ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା। ମୁଖ୍ୟତଃ ଏହି ଚିହ୍ନ ଟ୍ରେନ କର୍ମଚାରୀଙ୍କ ସୁବିଧା ପାଇଁ ଲଗାଯାଇଥାଏ। ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ଯାଇଛି ନା ନାହିଁ ଏହି ଚିହ୍ନରୁ ଷ୍ଟେସନ ଗାର୍ଡ଼ ଜାଣିପାରନ୍ତି। କାଳେ କୌଣସି କାରଣରୁ କୌଣସି ବଗି ବିଚ୍ଛିନ୍ନ ହୋଇ ରହିଯାଇଥିବ ଏଥିରେ ନିଶ୍ଚିତ ହେବା ପାଇଁ […]

train
ବାତ୍ୟା ଯୋଗୁ ରେଳସେବା ବାଧାପ୍ରାପ୍ତ, ପୁଣି ୭ଟି ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାତ୍ୟା ଯୋଗୁ ପୁଣି ରେଳସେବା ବାଧାପ୍ରାପ୍ତ ହୋଇଛି। ପୂର୍ବତଟ ରେଲେୱ ଆଜି ପୁଣି ୭ଟି ଟ୍ରେନ୍‌ ବାତିଲ କରିଛି। ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍, ନୀଳାଚଳ ଏକ୍ସପ୍ରେସ୍, ପୁରୀ-ସାଲିମାର ଏକ୍ସପ୍ରେସ, ପୂର୍ବରୁ ୬ରେ ବାହାରିବାକୁ ଥିବା ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ ବାତିଲ ହୋଇଛି। ଏହାବ୍ୟତୀତ  ଆସନ୍ତାକାଲି ଯିବାକୁ ଥିବା ସାଲିମାର-ପୁରୀ ଏକ୍ସପ୍ରେସ୍,   ଓ ଚେନ୍ନାଇ-ସନ୍ତ୍ରାଗାଚ୍ଛି ସୁବିଧା ଏକ୍ସପ୍ରେସ୍ ମଧ୍ୟ ବାତିଲ କରାଯାଇଛି। ଅନ୍ୟ କିଛି ଟ୍ରେନ୍ ରୁଟ୍‌ରେ ପୂର୍ବତଟ ରେଲେୱେ ଆଶିଂକ ପରବର୍ତ୍ତନ କରିଛି। ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍ […]

a1
ମାଲବାହୀ ଟ୍ରେନ୍‌ର ଇଞ୍ଜିନରେ ତ୍ରୁଟି

ରାୟଗଡ଼ା: ରାୟଗଡ଼ାର କେଉଟଗୁଡ଼ା ଷ୍ଟେସନ ନିକଟରେ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ର ଇଞ୍ଜିନରେ ତ୍ରୁଟି ଦେଖାଦେଇଛି। ଫଳରେ ଦୀର୍ଘ ୫ ଘଣ୍ଟା ଧରି ବିଭିନ୍ନ ଷ୍ଟେସନରେ ୩ଟି ପାସେଞ୍ଜର ଟ୍ରେନ୍ ଅଟକି ରହିଛି। ଏଥିପାଇଁ ଖରା ଗରମରେ ଶହ ଶହ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ମାଲବାହୀ ଟ୍ରେନ୍‌ ଇଞ୍ଜିନ ସଜଡ଼ା ହୋଇ ନ ଥିବା ଜଣାପଡ଼ିଛି। ତେବେ ଏନେଇ ରେଳ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।  

elephant
ଟ୍ରେନ୍ ଧକ୍କାରେ ପୁଣି ଏକ ମାଈ ହାତୀର ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳରେ ଟ୍ରେନ୍ ଧକ୍କାରେ ପୁଣି ଏକ ମାଈ ହାତୀର ମୃତ୍ୟୁ। ସଦର ଥାନା ରେଞ୍ଜ ବାରଦା ଲେବଲ କ୍ରସିଂ ନିକଟରେ ହାତୀଟିର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଏକ ହାତୀପଲ ରେଳ ଲାଇନ ପାର୍ ହେଉଥିବା ବେଳେ ଦୁର୍ଘଟଣା ଘଟିଛି। ଧକ୍କା ଦେଇଥିବା ଟ୍ରେନ୍‌ଟି ଏକ ମାଲଗାଡ଼ି ବୋଲି ଜଣାପଡ଼ିଛି। ମାଈ ହାତୀଟିର ବୟସ ଆନୁମାନିକ ୪୦ ବର୍ଷ ହେବ। ହାତୀ ପଲରେ ପ୍ରାୟ ୪୦ରୁ ଅଧିକ ହାତୀ ଥିଲେ। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି […]

firing
ନରାଜ ଫାୟାରିଂ ରେଞ୍ଜରେ ଟ୍ରେନିଂ ବେଳେ ଅଘଟଣ

କଟକ : କଟକ ନରାଜ ଫାୟାରିଂ ରେଞ୍ଜରେ ଟ୍ରେନିଂ ବେଳେ ଅଘଟଣ। ଆର୍‌ପିଏଫ୍‌ର ଟ୍ରେନିଂ କ୍ୟାମ୍ପରେ ଫାୟାରିଂ ଚାଲିଥିବା ବେଳେ ଜଣେ ରେଲ୍‌ୱେ ଲାଇନ୍‌ମ୍ୟାନଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଲାଇନ୍‌ମ୍ୟାନଙ୍କୁ ଭୁବନେଶ୍ୱର ରେଲ୍‌ୱେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

station
ଟ୍ରେନ୍‌ ଯାତ୍ରୀ ସାବଧାନ

ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରେନ୍‌ ଛାଡ଼ିବାର ୧୫ରୁ୨୦ ମିନିଟ୍‌ ପୂର୍ବରୁ ଆପଣ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ। ନଚେତ ଆପଣ ଟ୍ରେନ୍‌ ଯାତ୍ରାରୁ ବଞ୍ଚିତ ହେବେ। ବିମାନ ବନ୍ଦର ଭଳି ଟ୍ରେନ୍ ଛାଡ଼ିବାର ୨୦ ମିନିଟ୍‌ ପୂର୍ବରୁ ହିଁ ଷ୍ଟେସନ ସିଲ୍ କରାଯିବ। ରେଳ ବିଭାଗ ଖୁବ୍‌ ଶୀଘ୍ର ଏହି ନିୟମ ପ୍ରଚଳନ କରିବାକୁ ଯାଉଛି।  ସୁରକ୍ଷା କାରଣରୁ ରେଳ ବିଭାଗ ଏଭଳି ନିୟମ କାର୍ଯ୍ୟକାରୀ କରିବାକୁ ଯାଉଥିବା ଜଣାପଡ଼ିଛି। କୁମ୍ଭମେଳାକୁ ଦୃଷ୍ଟିରେ […]