Advertisment

Mickey Contractor: ଦୀପିକା-କରୀନା-ଐଶ୍ୱର୍ଯ୍ୟା-ଆଲିଆଙ୍କୁ ସୁନ୍ଦରୀ କରିବାରେ ଏହି ବ୍ୟକ୍ତିଙ୍କ ହାତ

ବଲିଉଡ୍‌ ଅଭିନେତ୍ରୀଙ୍କ ମେକ୍‌ଅପ୍ ହିଁ ସେମାନଙ୍କ ସୌନ୍ଦର୍ଯ୍ୟର ଅସଲ କାରଣ। ଏହା ପଛରେ ଥାଆନ୍ତି ଅନେକ ବଡ ବଡ ମେକ୍‌ଅପ୍ କଳାକାର। ସେମାନଙ୍କ ମଧ୍ୟରୁ ହେଲେ ଜଣେ ମିକି କଣ୍ଟ୍ରାକ୍ଟର ଏବଂ ସେ ଜଣେ ଉତ୍କୃଷ୍ଟ ମେକଅପ୍ ଆର୍ଟିଷ୍ଟ।

author-image
Pramod Behera
Deepika padukone and other actresses personal makeup artist

Deepika padukone and other actresses personal makeup artist

ବଲିଉଡ୍‌ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟକୁ ସମସ୍ତେ ପ୍ରଶଂସା କରନ୍ତି। ପ୍ରାୟ ଝିଅମାନେ ମଧ୍ୟ ଇଛା କରନ୍ତି ସେମାନଙ୍କ ଭଳି ସୁନ୍ଦରୀ ହେବା ପାଇଁ। ତେବେ ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ମେକ୍‌ଅପ୍ ହିଁ ସେମାନଙ୍କ ସୌନ୍ଦର୍ଯ୍ୟର ଅସଲ କାରଣ। ଏହା ପଛରେ ଥାଆନ୍ତି ଅନେକ ବଡ ବଡ ମେକ୍‌ଅପ୍ କଳାକାର। ସେମାନଙ୍କ ମଧ୍ୟରୁ ହେଲେ ଜଣେ ମିକି କଣ୍ଟ୍ରାକ୍ଟର ଏବଂ ସେ ଜଣେ ଉତ୍କୃଷ୍ଟ ମେକଅପ୍ ଆର୍ଟିଷ୍ଟ।

Advertisment

ମିକିଙ୍କ ଯାଦୁଗରି ହାତର ସ୍ପର୍ଶ ପାଇଁ ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ଆଲିଆ ଭଟ୍ଟଙ୍କ ଭଳି ଅଭିନେତ୍ରୀମାନେ ତାଙ୍କୁ ବୁକ୍ କରନ୍ତି। ଇଭେଣ୍ଟ ଏବଂ ପ୍ରୋଗ୍ରାମରେ ଅଭିନେତ୍ରୀମାନଙ୍କର ଏହି ସୌନ୍ଦର୍ଯ୍ୟର କଳାକାର ହେଉଛନ୍ତି ମିକି। ତେବେ ଆପଣ ଜାଣନ୍ତି କି ଏହି ଟପ୍ ଅଭିନେତ୍ରୀମାନଙ୍କର ମେକଅପ୍ କଳାକାରମାନେ ପ୍ରତିଦିନ କେତେ ଟଙ୍କା ନିଅନ୍ତି? ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ରଣବୀର କପୁର; କହିଲେ ପବ୍ଲିକ୍ କରିବେ ଆକାଉଣ୍ଟ

ଫିସ୍:

ମିକି ବଲିଉଡ ତାରକା ଆଲିଆ ଭଟ୍ଟଙ୍କ ସମେତ ଅନେକ ଅଭିନେତ୍ରୀଙ୍କ ପାଇଁ ମେକଅପ୍ କରନ୍ତି। ମିକିଙ୍କ ଫିସ୍ ବିଷୟରେ କହିବାକୁ ଗଲେ ସେ ଦିନକୁ ୭.୫ ଲକ୍ଷ ଟଙ୍କା ଏବଂ ପ୍ରତି ସେସନ ପାଇଁ ୭୫ ହଜାରରୁ ୧ ଲକ୍ଷ ଟଙ୍କା ଚାର୍ଜ କରନ୍ତି। ସର୍ବାଧିକ ଫିସ୍ ଚାର୍ଜ କରୁଥିବା ମେକଅପ୍ କଳାକାରମାନଙ୍କ ମଧ୍ୟରେ ମିକିଙ୍କ ନା’ ମଧ୍ୟ ଅନ୍ତର୍ଭୁକ୍ତ।

Advertisment

ଏହି ସୁନ୍ଦରୀମାନଙ୍କ ପାଇଁ ମଧ୍ୟ ମେକଅପ୍ କରିଛନ୍ତି:

ବର୍ତ୍ତମାନ ପର୍ଯ୍ୟନ୍ତ ମିକି ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, କରୀନା କପୁର ଖାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅନୁଷ୍କା ଶର୍ମା ଏବଂ କାଜୋଲଙ୍କ ସହ ଅନେକ ଅଭିନେତ୍ରୀଙ୍କ ପାଇଁ ମେକଅପ୍ କରିଛନ୍ତି। ଏହା ବ୍ୟତୀତ ସେ କୁଛ୍ କୁଛ୍ ହୋତା ହେ, କଲ୍‌ ହୋ ନା ହୋ, ମେରେ ନାମ୍‌ ଖାନ ଭଳି ଚଳଚ୍ଚିତ୍ରରେ କଳାକାରମାନଙ୍କ ପାଇଁ ମେକଅପ୍ ମଧ୍ୟ କରିଛନ୍ତି।

ମିକିଙ୍କ କାମ ହେତୁ ସେ 'ୱାନ୍-ମ୍ୟାନ୍ ଗ୍ଲାମର ମେସିନ୍' ଭାବରେ ଜଣାଶୁଣା। ମିକି ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିବା ଜଣେ ସିଇଓଙ୍କଠାରୁ ମଧ୍ୟ ଅଧିକ ରୋଜଗାର କରନ୍ତି।

ଅଧିକ ପଢ଼ନ୍ତୁ: ବଢିଲା କିଆରାଙ୍କ ଫିସ୍; ହେଲା ଦ୍ୱିଗୁଣ, ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀରେ ନାଁ

Deepika Padukone Kareena Kapoor Bollywood Alia Bhatt
Advertisment
Advertisment