ରାଜ୍ୟରେ ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ହେବ ନୂଆ ପାଠ୍ୟକ୍ରମ । ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୨୦୨୬-୨୭ ଶିକ୍ଷା ବର୍ଷରେ ରାଜ୍ୟରେ ଲାଗୁ ହେବ ନୂଆ ସିଲାବସ୍ । ଜାତୀୟ ଶିକ୍ଷା ନୀତି-NEP ଅନୁସାରେ ନୂତନ ପାଠ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ ହେବ । ନୂଆ ସିଲାବସ୍ରେ ଭାଷା, ସଂସ୍କୃତି, ଐତିହ୍ୟକୁ ଅଧିକ ଗୁରୁତ୍ବ ମିଳିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
Also Read
ସେପଟେ ରାଜ୍ୟର ସ୍କୁଲରେ ପିଲାଙ୍କ ଆଡମିଶନକୁ ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ପହିଲା ସୁଦ୍ଧା ୬ ବର୍ଷ ହେବା ଜରୁରୀ । ଆଜି ଏନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ରର ନିୟମ ଅନୁସାରେ ୩୧ ମାର୍ଚ୍ଚ ସୁଦ୍ଧା ପିଲାଙ୍କୁ ୬ ବର୍ଷ ହେଲେ ଆଡମିଶନ୍ ନେଇପାରିବେ। କିନ୍ତୁ ଓଡ଼ିଶାରେ ଏହି ନିୟମକୁ କୋହଳ କରାଯାଇଛି। ୩୧ ମାର୍ଚ୍ଚ ନୁହେଁ ୧ ସେପ୍ଟମ୍ବର ସୁଦ୍ଧା ୬ ବର୍ଷ ହେଲେ ସ୍କୁଲରେ ନାମଲେଖାଇ ପାରିବେ। ଯେପରି କେହି ବି ପିଲା ବାଦ୍ ପଡ଼ିବେନି ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ଦୋହରାଇଛନ୍ତି । ସୂଚନା ଅନୁସାରେ ୬ ବର୍ଷରେ ପିଲାଙ୍କ ଆଡମିଶନ୍କୁ ନେଇ ଦ୍ବନ୍ଦ୍ବ ଓ ଆଶଙ୍କା ଦେଖା ଦେଇଥିଲା ।