Advertisment

Hair Care Tips: ପିଜୁଳି ପତ୍ରରେ ବନ୍ଦ ହୋଇଯିବ ଚୁଟି ଝଡ଼ିବା; ଜାଣନ୍ତୁ କିପରି

ପିଜୁଳି ପତ୍ରର ପାଣିରେ ବନ୍ଦ ହୋଇଯିବ ଚୁଟି ଝଡିବା। ପିଜୁଳି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଏହାର ଉପାୟ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
If you have problem of hair fall then adopt these methods

If you have problem of hair fall then adopt these methods

ଆଜିକାଲି ଖରାପ ଜୀବନଶୈଳୀ ହେତୁ ପ୍ରାୟ ସମସ୍ତଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି। ବର୍ତ୍ତମାନ ସମୟରେ ଚର୍ମ ଓ ଚୁଟି ସହ ଜଡିତ ସମସ୍ୟା ସାଧାରଣ ହୋଇଯାଇଛି। ପ୍ରାୟ ସମସ୍ତେ ଚୁଟି ଝଡିବା, ପାଚିବା, ପତଳା ହେବା ଆଦି ସମସ୍ୟାକୁ ସାମ୍ନା କରୁଛନ୍ତି। ଏସବୁର ମୁଖ୍ୟ କାରଣ ହେଉଛି ଖରାପ ପାଣି, ରାସାୟନିକ ପଦାର୍ଥ ଏବଂ ଭୁଲ ଜୀବନଶୈଳୀ।

Advertisment

ପାଣିପାଗ ପରିବର୍ତ୍ତନ ସମୟରେ ଚୁଟି ଛିଡିବା ଆହୁରି ବଢିଯାଏ। ଗ୍ରୀଷ୍ମ ଋତୁରେ ଚୁଟି ଝଡ଼ିବା ସମସ୍ୟା ଅଧିକ ହୋଇଯାଏ। ଏନେଇ ଅନେକ ଲୋକ ବିଭିନ୍ନ ପ୍ରକାର ଘରୋଇ ଉପଚାର ଗ୍ରହଣ କରନ୍ତି।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରଭାବଶାଳୀ ପଦ୍ଧତି କହିବାକୁ ଯାଉଛୁ, ଯାହା ଆପଣଙ୍କ ଚୁଟି ଝଡ଼ିବା ସମସ୍ୟାକୁ ବନ୍ଦ କରିଦେବ। ଏଥିପାଇଁ ଆପଣଙ୍କୁ କୌଣସି ଦାମୀ ଜିନିଷ କିଣିବାକୁ ପଡିବ ନାହିଁ।

Advertisment

ଅଧିକ ପଢ଼ନ୍ତୁ: ମୁଣ୍ଡରେ ହାତ ମାରିଦେଲେ ଉପୁଡୁଛି କି ଚୁଟି; ଘରେ ତିଆରି କରି ଲଗାନ୍ତୁ ଏହି ଶାମ୍ପୁ, ବନ୍ଦ ହେବ ସମସ୍ୟା

ଏଥିପାଇଁ ଆପଣଙ୍କୁ କେବଳ ପିଜୁଳି ପତ୍ରର ପାଣି କେଶରେ ଲଗାଇବାକୁ ପଡିବ। ପିଜୁଳି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଏହାର ଉପାୟ ଜାଣିବା।

ପିଜୁଳି ପତ୍ର ପାଣି:

ଚୁଟି ଝଡିବା ସମସ୍ୟାକୁ କମାଇବା ପାଇଁ ପିଜୁଳି ପତ୍ର ପାଣି ବ୍ୟବହାର କରନ୍ତୁ। ପ୍ରାୟ ୧୦-୧୨ଟି ପିଜୁଳି ପତ୍ରକୁ ଭଲ ଭାବରେ ସଫା କରି ୨୦ ମିନିଟ୍ ପାଇଁ ପାଣିରେ ଫୁଟାନ୍ତୁ। ଏହା ପରେ, ଏହି ପାଣି ଥଣ୍ଡା ହେଲା ପରେ ଏକ ବୋତଲରେ ଭର୍ତ୍ତି କରନ୍ତୁ।

ସାମ୍ପୁ କରିବା ପରେ ଏହି ପାଣିରେ ଚୁଟି ଧୋଇ ଦିଅନ୍ତୁ। ଆପଣ ଏହାକୁ କଣ୍ଡିସନର ପରି କିଛି ସମୟ ରଖିପାରିବେ। ଆପଣ ଏହାକୁ ସପ୍ତାହରେ ୨-୩ ଥର ବ୍ୟବହାର କରିପାରିବେ। ପିଜୁଳି ପତ୍ର ପାଣିରେ ଚୁଟି ଧୋଇବା ଦ୍ୱାରା ଚୁଟି ଝଡିବା ବନ୍ଦ ହୋଇଯାଏ।

ପିଜୁଳି ପତ୍ରରୁ ତେଲ:

ଚୁଟିକୁ ସୁସ୍ଥ, ଶକ୍ତିଶାଳୀ ଏବଂ ମୋଟା କରିବାରେ ପିଜୁଳି ତେଲ ମଧ୍ୟ ଲାଭଦାୟକ ହୋଇଥାଏ। ପିଜୁଳି ପତ୍ରର ତେଲ ଲଗାଇଲେ ଚୁଟି ଝଡ଼ିବା କମିଯାଏ। ଏହି ତେଲ ଘରେ ମଧ୍ୟ ସହଜରେ ତିଆରି କରାଯାଇପାରେ।

ତିଆରି ପଦ୍ଧତି:

କିଛି ପିଜୁଳି ପତ୍ର ନେଇ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାକୁ ଶୁଖାଇବା ପରେ ନଡିଆ ତେଲରେ ଫୁଟାନ୍ତୁ। ପତ୍ରଗୁଡ଼ିକ ରଙ୍ଗ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଗରମ କରନ୍ତୁ।

ତେଲ ଥଣ୍ଡା ହୋଇଗଲେ ଏହାକୁ ଏକ ବୋତଲରେ ରଖନ୍ତୁ। ଗାଧୋଇବା ପୂର୍ବରୁ ଏହି ତେଲକୁ ଚୁଟିରେ ଲଗାନ୍ତୁ ଏବଂ ଏହାକୁ ୧-୨ ଘଣ୍ଟା ରଖନ୍ତୁ। ତା’ପରେ ଧୋଇଦିଅନ୍ତୁ। ଏହି ତେଲକୁ ସପ୍ତାହରେ ୨-୩ ଥର ବ୍ୟବହାର କଲେ ଚୁଟି ଝଡିବା କମିଯାଏ।

ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ ପିଆଜ କେଶ ତେଲ; ଚୁଟିକୁ କରେ ଲମ୍ବା, ମୋଟା ଏବଂ ମଜବୁତ୍

Hair Care Health Tips Dyed Hair Care Hair Fall Home Remedies Hair Fall Treatment At Home
Advertisment
Advertisment